ଟ୍ରିପଲ ଡୋଜ୍‌ ଜାୟଡସ କାଡିଲା ଟିକାର ଦାମ ୯୦୦ ଟଙ୍କା!

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ପ୍ରଥମ ଟ୍ରିପଲ ଡୋଜ୍‌ ଟିକାର ଦାମ କେତେ ରହିବ, ତା’ର ଖବର ଏବେ ସାମ୍ନାକୁ ଆସିଛି। କମ୍ପାନୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଟିକାର ଡୋଜ୍‌ ପିଛା ଦାମ ୩୦୦ ଟଙ୍କା ରହିବ। ଏହାର ଅର୍ଥ ୩ଟି ଯାକ ଡୋଜ୍‌ ପାଇଁ ୯୦୦ ଟଙ୍କା କମ୍ପାନୀ ନେବ। ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ଘୋଷଣା ହୋଇନାହିଁ। ଅଗଷ୍ଟ ୨୦ରେ ଭାରତ ସରକାର ଜାୟଡସ […]

zydus

zydus

Hemant Lenka
  • Published: Monday, 04 October 2021
  • Updated: 04 October 2021, 01:19 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ପ୍ରଥମ ଟ୍ରିପଲ ଡୋଜ୍‌ ଟିକାର ଦାମ କେତେ ରହିବ, ତା’ର ଖବର ଏବେ ସାମ୍ନାକୁ ଆସିଛି। କମ୍ପାନୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଟିକାର ଡୋଜ୍‌ ପିଛା ଦାମ ୩୦୦ ଟଙ୍କା ରହିବ। ଏହାର ଅର୍ଥ ୩ଟି ଯାକ ଡୋଜ୍‌ ପାଇଁ ୯୦୦ ଟଙ୍କା କମ୍ପାନୀ ନେବ। ତେବେ ଏ ସମ୍ପର୍କରେ ଚୂଡ଼ାନ୍ତ ଘୋଷଣା ହୋଇନାହିଁ।

ଅଗଷ୍ଟ ୨୦ରେ ଭାରତ ସରକାର ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏହାକୁ ୧୨ ବର୍ଷ ଓ ତା’ରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହାର ଅର୍ଥ ଭାରତରେ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କ ପାଇଁ ଜାଇକୋଭ-ଡି ପ୍ରଥମ କରୋନା ଟିକା। ସେହିପରି ବିଶ୍ୱର ପ୍ରଥମ ଡିଏନ୍‌ଏ ଭିତ୍ତିକ କରୋନା ଟିକା ହେଉଛି ଜାଇକୋଭ-ଡି। ଏହା ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି କରାଯାଇଛି।

ହେଲେ ଏହାର ଦାମ କମ୍ପାନୀ ପକ୍ଷରୁ ଯଥେଷ୍ଟ ଅଧିକ ରଖାଯାଇଥିଲା। କମ୍ପାନୀ ଟିକାର ଟ୍ରିପଲ ଡୋଜ୍‌ର ମୂଲ୍ୟ ୧୯ଶହ ଟଙ୍କା ରଖିବାକୁ ଚାହୁଁଥିଲା।  ହେଲେ ଭାରତ ସରକାର ଏଥିରେ ସାମାନ୍ୟ କୁଣ୍ଠାବୋଧ ପ୍ରକାଶ କରୁଥିଲେ। ତେଣୁ ଟିକାର ଦାମ ହ୍ରାସ କରିବା ପାଇଁ ଭାରତ ସରକାର ଓ ଜାୟଡସ କାଡିଲା ମଧ୍ୟରେ ଆଲୋଚନା ହୋଇଥିଲା। ୩ ରାଉଣ୍ଡ ବୈଠକ ପରେ ଡୋଜ୍‌ ପିଛା ଦାମ ୩୦୦ ଟଙ୍କା ରହିବ ବୋଲି ଜଣାପଡ଼ିଛି।

ସରକାର କହିଛନ୍ତି, ଜାଇକୋଭ-ଡି ଟିକା ନେବା ବେଳେ କୌଣସି ଛୁଞ୍ଚିର ବ୍ୟବହାର ହେବନି। ସମଗ୍ର ଦେଶରେ ଏହି କମ୍ପାନୀର ଟିକାକରଣ ଖୁବଶୀଘ୍ର ଆରମ୍ଭ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି।

ଜାୟଡସ କାଡିଲା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଟିକାକରଣ ବେଳେ ଛୁଞ୍ଚି ବଦଳରେ ଜେଟ୍ ଇଞ୍ଜେକ୍ଟର ବ୍ୟବହାର ହେବ। ଏହି ଜେଟ ଇଞ୍ଜେକ୍ଟରର ଦାମ ୩୦ ହଜାର ଟଙ୍କା। ଗୋଟିଏ ଜେଟ୍ ଇଞ୍ଜେକ୍ଟରରେ ପ୍ରାୟ ୨୦ ହଜାର ଡୋଜର ଟିକାକରଣ ହୋଇପାରିବ। ସେହିପରି ଗୋଟିଏ ଡୋଜ୍ ନେବାର ୨୮ ଦିନରେ ଆଉ ଗୋଟିଏ ଡୋଜ୍ ଓ ୫୬ ଦିନ ପରେ ତୃତୀୟ ଡୋଜ୍ ନେବାକୁ ପଡ଼ିବ। ଟିକାର ଦର ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ସରକାର ଓ କମ୍ପାନୀ ମଧ୍ୟରେ ପ୍ରାୟ ୩ ରାଉଣ୍ଡ ବୈଠକ ଶେଷ ହୋଇଛି।

ସରକାର ଏବେ କୋଭାକ୍ସିନ ଟିକାକୁ କମ୍ପାନୀ ଠାରୁ ୧୫୭.୫୦ ଟଙ୍କା ଓ କୋଭିସିଲ୍ଡକୁ ୨୨୫.୭୫ ଟଙ୍କାରେ କିଣୁଛନ୍ତି। ସରକାର ଏହାକୁ କିଣି ଲୋକଙ୍କୁ ମାଗଣାରେ ଦେଉଛନ୍ତି। ହେଲେ ଘରୋଇ ହସ୍ପିଟାଲରେ କୋଭାକ୍ସିନର ଦାମ ୧୪୧୦ ଟଙ୍କା ଓ କୋଭିସିଲ୍ଡ ୭୦୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story