ରାଜ୍ୟରେ ନାହିଁ, କିନ୍ତୁ ଘରୋଇ ହସ୍ପିଟାଲରେ ଗଦା ଗଦା ହୋଇପଡ଼ିଛି ଟିକାର ଡୋଜ୍‌

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଯୋଗୁ ଠିକ୍‌ ଭାବେ ଲୋକଙ୍କ ଟିକାକରଣ ହୋଇପାରୁନି। କିନ୍ତୁ ଦେଶର ବିଭିନ୍ନ ଘରୋଇ ହସ୍ପିଟାଲରେ ଟିକାର ଗଦାଗଦା ଡୋଜ୍‌ ଅବ୍ୟବହୃତ ଭାବେ ପଡ଼ି ରହିଛି। ଘରୋଇ ହସ୍ପିଟାଲଗୁଡ଼ିକ ମେ’ ମାସରେ ପାଇଥିବା ଟିକାର ଡୋଜ୍‌ଗୁଡ଼ିକ ମଧ୍ୟରୁ କେବଳ ୧୭% ବ୍ୟବହାର କରିଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି। ଜୁନ୍ ୪ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ପ୍ରେସ ରିଲିଜ ଅନୁଯାୟୀ, […]

Vaccine1

Vaccine1

Hemant Lenka
  • Published: Saturday, 12 June 2021
  • Updated: 12 June 2021, 03:31 PM IST

Sports

Latest News

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ଟିକାର ଅଭାବ ଯୋଗୁ ଠିକ୍‌ ଭାବେ ଲୋକଙ୍କ ଟିକାକରଣ ହୋଇପାରୁନି। କିନ୍ତୁ ଦେଶର ବିଭିନ୍ନ ଘରୋଇ ହସ୍ପିଟାଲରେ ଟିକାର ଗଦାଗଦା ଡୋଜ୍‌ ଅବ୍ୟବହୃତ ଭାବେ ପଡ଼ି ରହିଛି। ଘରୋଇ ହସ୍ପିଟାଲଗୁଡ଼ିକ ମେ’ ମାସରେ ପାଇଥିବା ଟିକାର ଡୋଜ୍‌ଗୁଡ଼ିକ ମଧ୍ୟରୁ କେବଳ ୧୭% ବ୍ୟବହାର କରିଥିବା ସରକାରୀ ତଥ୍ୟରୁ ସାମ୍ନାକୁ ଆସିଛି।

ଜୁନ୍ ୪ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ପ୍ରେସ ରିଲିଜ ଅନୁଯାୟୀ, ମେ’ ମାସରେ ସମଗ୍ର ଦେଶରେ ମୋଟ ୭.୪ କୋଟି ଟିକାର ଡୋଜ୍‌ ବ୍ୟବହାର ପାଇଁ ଉପଲବ୍ଧ ହୋଇଥିଲା। ଏହା ମଧ୍ୟରୁ ୧.୮୫ କୋଟି ଟିକାର ଡୋଜ୍‌ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ରହିଥିଲା। ବିଭିନ୍ନ ହସ୍ପିଟାଲ ପକ୍ଷରୁ ଏହି ୧.୮୫ କୋଟି ଡୋଜ୍‌ ମଧ୍ୟରୁ ୧.୨୯ କୋଟି ଟିକା କିଣିଥିଲେ। କିନ୍ତୁ ସେମାନେ ନେଇଥିବା ୧.୨୯ କୋଟିର ଡୋଜ୍‌ ମଧ୍ୟରୁ କେବଳ ୨୨ ଲକ୍ଷ ଟିକାର ଡୋଜ୍‌ ଲୋକଙ୍କୁ ଦିଆଯାଇଛି। ବାକି ଡୋଜ୍‌ଗୁଡ଼ିକ ଏବେ ବି ହସ୍ପିଟାଲଗୁଡ଼ିକ ପାଖରେ ରହିଛି।

ହସ୍ପିଟାଲ ଗୁଡ଼ିକ ପାଖରେ ଟିକା ରହିଥିଲେ ହେଁ ଅଧିକ ଦାମ ଯୋଗୁ ଲୋକମାନେ ମାଗଣାରେ ଟିକା ନେବାକୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ଘରୋଇ ହସ୍ପିଟାଲରେ ଟିକାର ଡୋଜ୍‌ ପଡ଼ି ରହିଥିବା ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

ଅନ୍ୟପକ୍ଷରେ ମୋଟ ଟିକାର ୨୫% ଘରୋଇ ହସ୍ପିଟାଲକୁ ମିଳିଥିବା ରିପୋର୍ଟକୁ ସରକାର ଖଣ୍ଡନ କରିଛନ୍ତି। ସରକାର କହିଛନ୍ତି, ମୋଟ ଟିକାର ମାତ୍ର ୭.୫% ଡୋଜ୍‌ ଘରୋଇ ହସ୍ପିଟାଲଗୁଡ଼ିକ ପାଇଛନ୍ତି। ମିଡିଆରେ ୨୫% ଡୋଜ୍‌ ସମ୍ପର୍କରେ ପ୍ରକାଶ ପାଇଥିବା ଖବରରେ କୌଣସି ସତ୍ୟତା ନାହିଁ।

ସୂଚନାଯୋଗ୍ୟ, ଆସନ୍ତା ୨୧ ତାରିଖରୁ ଦେଶର ସବୁ ନାଗରିକଙ୍କୁ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି। ଟିକା ଉତ୍ପାଦନକାରୀ କମ୍ପାନୀ ଠାରୁ କେନ୍ଦ୍ର ସରକାର ୭୫% ଟିକା କିଣିବେ ଓ ଏହାକୁ ମାଗଣାରେ ରାଜ୍ୟଗୁଡ଼ିକ ପାଖକୁ ପଠାଇବେ। ବାକି ୨୫% ଘରୋଇ ହସ୍ପିଟାଲଗୁଡ଼ିକ କିଣି ଲୋକଙ୍କ ଟିକାକରଣ କରିପାରିବେ।

କେଉଁ ଟିକାର ଡୋଜ ପିଛା ମୂଲ୍ୟ କେତେ ହେବ ସେକଥା ମଧ୍ୟ ମନ୍ତ୍ରଣାଳୟ ଘୋଷଣା କରିସାରିଛି। ଘରୋଇ ହସ୍ପିଟାଲ ଗୁଡ଼ିକରେ କୋଭିସିଲ୍ଡ ଟିକାର ଡୋଜ୍‌ ପିଛା ଦାମ ୭୮୦ ଟଙ୍କା ରହିଥିବା ବେଳେ ସ୍ପୁଟନିକ ଭିର ଦାମ ୧୧୪୫ ଓ କୋଭାକ୍ସିନ ଟିକାର ଦାମ ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story