ଗଣତନ୍ତ୍ର ଦିବସରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ଭେଟିଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା

ଲକ୍ଷ୍ନୌ: ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ପ୍ରାଣ ହରାଥିବା ଚାଷୀ ନଭରୀତ ସିଂହଙ୍କ ପରିବାର ସଦସ୍ୟଙ୍କୁ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଭେଟିଛନ୍ତି। ସେହିପରି ଉତ୍ତର ପ୍ରଦେଶର ରାମପୁର୍‌ରେ ମୃତ ଚାଷୀ ନଭରୀତଙ୍କ ପାଇଁ ଆୟୋଜିତ ପ୍ରାର୍ଥନା ସଭାରେ ମଧ୍ୟ ସେ ଯୋଗଦେଇଥିଲେ। ପ୍ରିୟଙ୍କା କହିଛନ୍ତି, ନଭରୀତଙ୍କ ବୟସ ୨୫ ବର୍ଷ ଥିଲା। ମୋ ପୁଅର ବୟସ ୨୦। ମୁଁ ତାଙ୍କ ପରିବାର ଲୋକଙ୍କୁ କହିବାକୁ ଚାହେଁ ଯେ ସେମାନେ ଏକା […]

fr

fr

Hemant Lenka
  • Published: Thursday, 04 February 2021
  • Updated: 04 February 2021, 06:09 PM IST

ଲକ୍ଷ୍ନୌ: ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ବେଳେ ପ୍ରାଣ ହରାଥିବା ଚାଷୀ ନଭରୀତ ସିଂହଙ୍କ ପରିବାର ସଦସ୍ୟଙ୍କୁ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଭେଟିଛନ୍ତି। ସେହିପରି ଉତ୍ତର ପ୍ରଦେଶର ରାମପୁର୍‌ରେ ମୃତ ଚାଷୀ ନଭରୀତଙ୍କ ପାଇଁ ଆୟୋଜିତ ପ୍ରାର୍ଥନା ସଭାରେ ମଧ୍ୟ ସେ ଯୋଗଦେଇଥିଲେ।

ପ୍ରିୟଙ୍କା କହିଛନ୍ତି, ନଭରୀତଙ୍କ ବୟସ ୨୫ ବର୍ଷ ଥିଲା। ମୋ ପୁଅର ବୟସ ୨୦। ମୁଁ ତାଙ୍କ ପରିବାର ଲୋକଙ୍କୁ କହିବାକୁ ଚାହେଁ ଯେ ସେମାନେ ଏକା କେବେ ବି ଅନୁଭବ କରିବେନି। କାରଣ ପୂରା ଦେଶ ଓ ଆମେମାନେ ସମସ୍ତେ ଆପଣଙ୍କ ସହ ରହିଛୁ ବୋଲି ସେ କହିଛନ୍ତି।

ପ୍ରିୟଙ୍କା ସହ ଉତ୍ତର ପ୍ରଦେଶର କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁ ଓ ଅନ୍ୟ ବରିଷ୍ଠ ନେତାମାନେ ରାମପୁରର ଦିବଦିବା ଗାଁରେ ପହଞ୍ଚିଥିଲେ। ଏଠାରେ ନଭରୀତଙ୍କ ପାଇଁ ଅନ୍ତିମ ଅରଦାସ ବା ଶୋକସଭା ଆୟୋଜନ କରାଯାଇଥିଲା। ପ୍ରିୟଙ୍କା ଏଥିରେ ନଭରୀତଙ୍କ ପରିବାର ସଦସ୍ୟଙ୍କ ସହ ମୁଣ୍ଡରେ ଓଢ଼ଣୀ ପକାଇ ବସିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଂଗ୍ରେସ ଯେଉଁ ସମୟରେ ନଭରୀତଙ୍କ ଗାଁରେ ପହଞ୍ଚିଥିଲା ସେତେବେଳେ ସମାଜବାଦୀ ପାର୍ଟିର ଗୋଟିଏ ପ୍ରତିନିଧି ଦଳ ଓ ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତ ଚୌଧୁରୀ ମଧ୍ୟ ସେଠାକୁ ଯାଇଥିଲେ। ଗଣତନ୍ତ୍ର ଦିବସରେ ଆୟୋଜିତ ଟ୍ରାକ୍ଟର ରାଲି ବେଳେ ପ୍ରବଳ ହିଂସାକାଣ୍ଡ ଘଟିଥିଲା।

ଏହି ସମୟରେ ନଭରୀତ ଟ୍ରାକ୍ଟର ଓଲଟି ପଡ଼ିବାରୁ ପ୍ରାଣ ହରାଇଥିବା ପୁଲିସ କହିଛି। ହେଲେ ତାଙ୍କ ପରିବାର ଲୋକ ଗୁଳିମାଡ଼ରେ ନଭରୀତ ପ୍ରାଣ ହରାଇଥିବା ଅଭିଯୋଗ କରିଛନ୍ତି। ଆଜି ନଭରୀତଙ୍କ ବାପା କହିଛନ୍ତି, “ଇଂଲଣ୍ଡର ଫରେନ୍ସିକ ଡାକ୍ତରମାନେ ମୋ ପୁଅକୁ ଦୁଇ ଥର ଗୁଳି ମାଡ଼ ହେବା କଥା କହିଛନ୍ତି। ଗୁଳିମାଡ଼ ଯୋଗୁ ଟ୍ରାକ୍ଟର ଓଲଟି ପଡ଼ିଥିଲା। ଆମେ ଏକଥା ପ୍ରିୟଙ୍କାଜୀଙ୍କୁ ମଧ୍ୟ ଜଣାଇଛୁ। ସେ ଆମ ଅଭିଯୋଗ ଉପଯୁକ୍ତ ଫୋରମରେ ପହଞ୍ଚାଇବେ ବୋଲି କହିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos