ଅଟକ କେନ୍ଦ୍ରରେ ଝାଡ଼ୁ ମାରିଲେ ପ୍ରିୟଙ୍କା, ଭିଡିଓ ଭାଇରାଲ

ଲକ୍ଷ୍ନୌ: ହିଂସା କ୍ଷତିଗ୍ରସ୍ତ ଉତ୍ତର ପ୍ରଦେଶର ଲଖିମପୁର ଯାଉଥିବା ବେଳେ ଅଟକ ରହିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୋଟିଏ ରୁମରେ ଝାଡ଼ୁ ମାରୁଥିବା ଭିଡିଓ ସାମ୍ନାକୁ ଆସିଛି। ସେ ଆଜି ନିଜ ସମର୍ଥକଙ୍କ ସହ ଭୋର ସମୟରେ ଲଖିମପୁର ଖେରି ଯାଉଥିଲେ। ହେଲେ ସୀତାପୁର ଠାରେ ତାଙ୍କୁ ପୁଲିସ ଅଟକାଇବା ସହ ଅନ୍ୟତ୍ର ନେଇ ଯାଇଥିଲା। ଏହାପରେ ଗୋଟିଏ ରୁମରେ ତାଙ୍କୁ ଅଟକ ରଖାଯାଇଥିଲା। ତେବେ ଏହି ସମୟରେ ପ୍ରିୟଙ୍କା ହାତରେ ଝାଡ଼ୁ ଧରି […]

Priyanka1

Priyanka1

Hemant Lenka
  • Published: Monday, 04 October 2021
  • Updated: 04 October 2021, 01:59 PM IST

Sports

Latest News

ଲକ୍ଷ୍ନୌ: ହିଂସା କ୍ଷତିଗ୍ରସ୍ତ ଉତ୍ତର ପ୍ରଦେଶର ଲଖିମପୁର ଯାଉଥିବା ବେଳେ ଅଟକ ରହିଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଗୋଟିଏ ରୁମରେ ଝାଡ଼ୁ ମାରୁଥିବା ଭିଡିଓ ସାମ୍ନାକୁ ଆସିଛି। ସେ ଆଜି ନିଜ ସମର୍ଥକଙ୍କ ସହ ଭୋର ସମୟରେ ଲଖିମପୁର ଖେରି ଯାଉଥିଲେ।

ହେଲେ ସୀତାପୁର ଠାରେ ତାଙ୍କୁ ପୁଲିସ ଅଟକାଇବା ସହ ଅନ୍ୟତ୍ର ନେଇ ଯାଇଥିଲା। ଏହାପରେ ଗୋଟିଏ ରୁମରେ ତାଙ୍କୁ ଅଟକ ରଖାଯାଇଥିଲା। ତେବେ ଏହି ସମୟରେ ପ୍ରିୟଙ୍କା ହାତରେ ଝାଡ଼ୁ ଧରି ଉକ୍ତ ପ୍ରକଷ୍ଠୋକୁ ଓଳାଇବା ଆରମ୍ଭ କରିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କାଙ୍କୁ ଲକ୍ଷ୍ନୌ ଠାରୁ ୯୦ କିମି ଦୂର ସୀତାପୁର ଠାରେ ଅଟକାଇବା ପରେ ପୁଲିସ୍‌ ପିଏସି ଗେଷ୍ଟ ହାଉସକୁ ଆଣିଥିଲା। ଏହାପରେ ପିଏସିର ଗୋଟିଏ ରୁମରେ ତାଙ୍କୁ ରଖା ଯାଇଥିଲା। ଏହି ରୁମ ପ୍ରବଳ ଅଳିଆ ହୋଇଥିବାରୁ ପ୍ରିୟଙ୍କା ଏହାକୁ ଝାଡ଼ୁରେ ନିଜେ ସଫା କରିଥିଲେ।

ପ୍ରିୟଙ୍କା କହିଛନ୍ତି, “ଏହା ମୋ ରୁମ। ମୁଁ ସବୁବେଳେ ମୋ ରୁମକୁ ସଫା ରଖିବାକୁ ଚାହେଁ।” ତାଙ୍କ ଟିମ୍‌ର ସଦସ୍ୟ କହିଛନ୍ତି, “ପ୍ରିୟଙ୍କାଙ୍କୁ ଯେଉଁ ରୁମରେ ପୁଲିସ୍‌ ଅଟକ ରଖିଥିଲା, ତାହା ପ୍ରବଳ ଧୂଳି ହୋଇଥିଲା। ତେଣୁ ସେ ନିଜେ ଏହାକୁ ସଫା କରିଛନ୍ତି।”

ଅନ୍ୟପକ୍ଷରେ କଂଗ୍ରେସ କର୍ମୀମାନେ ପିଏସି ଗେଷ୍ଟ ହାଉସ ବାହାରେ ଏକାଠି ହୋଇ ପ୍ରିୟଙ୍କାଙ୍କ ଅଟକକୁ ବିରୋଧ କରିଛନ୍ତି। ସେହିପରି ପ୍ରିୟଙ୍କାଙ୍କୁ ପୁଲିସ୍‌ ଗାଡ଼ିରେ ବସାଇବା ବେଳେ ସେ ୱାରେଣ୍ଟ ମାଗିଥିଲେ। କିନ୍ତୁ ପୁଲିସ୍‌ ତାଙ୍କୁ ଧକ୍କା ମାରିବା ସହ ବଳ ପୂର୍ବକ କାଗଜ ନ ଦେଖାଇ ଗେଷ୍ଟ ହାଉସରେ ଅଟକ ରଖିଥିବା ସେ କହିଛନ୍ତି। ଚଣ୍ଡିଗଡ଼ରେ ମଧ୍ୟ ନବଜୋତ ସିଂହଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ୟୁପି ହିଂସାକୁ ବିରୋଧ କରିଛନ୍ତି। ଏହି ସମୟରେ ପୁଲିସ୍‌ ସିଦ୍ଧୁଙ୍କୁ ଆନ୍ଦୋଳନ ସ୍ଥଳରୁ ଅନ୍ୟତ୍ର ନେଇ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story