‘କର୍ଣ୍ଣାଟକା ପତାକା’ରେ ରାହୁଲ ଗାନ୍ଧିଙ୍କ ଫଟୋକୁ ନେଇ ବିବାଦ

ମହୀଶୂର: କର୍ଣ୍ଣାଟକାର ତଥାକଥିତ ଅଣସ୍ୱୀକୃତିପ୍ରାପ୍ତ ପତାକାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଫଟୋକୁ ନେଇ ବିବାଦ ଦେଖାଯାଇଛି। କର୍ଣ୍ଣାଟକା ନବନିର୍ମାଣ ସମିତି ଏହି ଘଟଣାକୁ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି। କର୍ଣ୍ଣାଟକାର ତଥାକଥିତ ପତାକାରେ ରାହୁଲ ଗାନ୍ଧିଙ୍କ ଫଟୋ ନ ଲଗାଇବାକୁ ମଧ୍ୟ ସମିତି ଚେତାବନୀ ଦେଇଛି। ଏହି ଅଣସ୍ୱୀକୃତି ପ୍ରାପ୍ତ ପତାକାରେ ହଳଦିଆ ଓ ନାଲି ରଙ୍ଗ ରହିଛି। ଏହା ଉଭୟ କନ୍ନଡ ଓ କର୍ଣ୍ଣାଟକାକୁ ସୂଚାଉ ଥିବା ଦାବି […]

rahul

rahul

Hemant Lenka
  • Published: Monday, 03 October 2022
  • Updated: 03 October 2022, 07:57 PM IST

Sports

Latest News

ମହୀଶୂର: କର୍ଣ୍ଣାଟକାର ତଥାକଥିତ ଅଣସ୍ୱୀକୃତିପ୍ରାପ୍ତ ପତାକାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଫଟୋକୁ ନେଇ ବିବାଦ ଦେଖାଯାଇଛି। କର୍ଣ୍ଣାଟକା ନବନିର୍ମାଣ ସମିତି ଏହି ଘଟଣାକୁ ନେଇ ରାହୁଲ ଗାନ୍ଧି ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛି। କର୍ଣ୍ଣାଟକାର ତଥାକଥିତ ପତାକାରେ ରାହୁଲ ଗାନ୍ଧିଙ୍କ ଫଟୋ ନ ଲଗାଇବାକୁ ମଧ୍ୟ ସମିତି ଚେତାବନୀ ଦେଇଛି।

ଏହି ଅଣସ୍ୱୀକୃତି ପ୍ରାପ୍ତ ପତାକାରେ ହଳଦିଆ ଓ ନାଲି ରଙ୍ଗ ରହିଛି। ଏହା ଉଭୟ କନ୍ନଡ ଓ କର୍ଣ୍ଣାଟକାକୁ ସୂଚାଉ ଥିବା ଦାବି କରାଯାଉଛି। କନ୍ନଡ ସମର୍ଥକ ଗୋଷ୍ଠୀ ଏହି ପତାକାକୁ କର୍ଣ୍ଣାଟକାର ରାଜ୍ୟ ପତାକା ମାନ୍ୟତା ଦାବି କରୁଛନ୍ତି। ଏସବୁ ଭିତରେ କଂଗ୍ରେସ ଆରମ୍ଭ କରିଥିବା ଭାରତ ଯୋଡ଼ୋ ଆନ୍ଦୋଳନ ବେଳେ ଉକ୍ତ ପତାକାରେ ରାହୁଲ ଗାନ୍ଧିଙ୍କ ଫଟୋ ଦେଖିବାକୁ ମିଳିଛି।

ରବିବାର ମହୀଶୂରରେ କଂଗ୍ରେସ ପକ୍ଷରୁ ପଦଯାତ୍ରା କରାଯାଉଥିଲା। ଏହି ସମୟରେ ରାହୁଲ ଗାନ୍ଧିଙ୍କ ଫଟୋ ଥିବା କର୍ଣ୍ଣାଟକା ପତାକାକୁ ଦଳୀୟ କର୍ମୀମାନେ ଧରିଥିଲେ। ପତାକାରେ ରାହୁଲ ଗାନ୍ଧିଙ୍କ ଫଟୋ ଥିବାରୁ ସମିତି ପକ୍ଷରୁ ରାହୁଲ ଗାନ୍ଧିଙ୍କୁ କ୍ଷମା ମାଗିବାକୁ କୁହାଯାଇଛି।

ଏହି ଘଟଣାକୁ ନେଇ କ୍ଷମତାସୀନ ବିଜେପି ମଧ୍ୟ ରାଜନୀତି ଆରମ୍ଭ କରିଦେଇଛି। କର୍ଣ୍ଣାଟକାର ରାଜସ୍ୱ ମନ୍ତ୍ରୀ ଆର ଅଶୋକ କହିଛନ୍ତି, “କନ୍ନଡ ପତାକାରେ ଫଟୋ ଛପା ଯିବା ଘଟଣାକୁ ମୁଁ ନିନ୍ଦା କରୁଛି। ଯେତେବେଳେ ସିଦ୍ଧରମୈୟା କ୍ଷମତାରେ ଥିଲେ ତାଙ୍କ ସରକାର କର୍ଣ୍ଣାଟକା ପତାକାକୁ ପରିବର୍ତ୍ତନ କରିଥିଲେ। ସେତେବେଳେ ସମସ୍ତ କନ୍ନଡିଗାସ ଏହାକୁ ବିରୋଧ କରିବାରୁ ସେ ବଦଳାଇବା ନିଷ୍ପତ୍ତି ନେଇଥିଲେ। ଏବେ ପତାକାରେ ରାହୁଲ ଗାନ୍ଧିଙ୍କ ଫଟୋ ରହିଛି। ଏହା କଂଗ୍ରେସର ଅତ୍ୟନ୍ତ ହୀନ ଓ ଲଜ୍ଜାଜନକ ପଦକ୍ଷେପ।”

କର୍ଣ୍ଣାଟକା ବିଜେପି ଟ୍ୱିଟ କରି କହିଛି, “କନ୍ନଡ ପତାକା ପ୍ରସଙ୍ଗର ସମାଧାନ କରିବାକୁ କଂଗ୍ରେସ ଚାହୁଁନାହିଁ। ଏବେ ଏହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି। ପ୍ରଥମେ ସେମାନେ ପତାକାରେ ପରିବର୍ତ୍ତନ କଲେ। ଏବେ ସେମାନେ ପତାକାରେ ରାହୁଲ ଗାନ୍ଧିଙ୍କ ଫଟୋ ଲଗାଇଛନ୍ତି। କ’ଣ ପାଇଁ କଂଗ୍ରେସ କନ୍ନଡିଗାସଙ୍କୁ ଘୃଣା କରୁଛି?”


ଏହାର ଜବାବ କଂଗ୍ରେସ ଦେଇଛି। କନ୍ନଡ ପତାକାକୁ ମାନ୍ୟତା ଦେବାକୁ ଆସିଥିବା ପ୍ରସ୍ତାବକୁ ବିଜେପି ସରକାର କାହିଁକି କେନ୍ଦ୍ର ପାଖରେ ଉପସ୍ଥାପନ କରିନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos