ନମାଜ ପାଠକୁ ପୁଣି ବିରୋଧ: ପ୍ରାର୍ଥନା ସ୍ଥଳରେ ଘଷି ପାରିଲେ, ଭଲି ବଲ ଖେଳିବେ କହିଲେ

ଗୁରୁଗ୍ରାମ: ଖୋଲା ସ୍ଥାନରେ ନମାଜ ପାଠକୁ ବିରୋଧ କରିବା ଧାରା ହରିଆଣାର ଗୁରୁଗ୍ରାମରେ ଜାରି ରହିଛି। ଗୁରୁଗ୍ରାମର ସେକ୍ଟର ୧୨ରେ ପ୍ରତି ଶୁକ୍ରବାର ଭଳି ଆଜି ମଧ୍ୟ ହିନ୍ଦୁ ସଂଗଠନର ଲୋକମାନେ ନମାଜ ପାଠକୁ ବିରୋଧ କରିଛନ୍ତି। ଆଜି ଶୁକ୍ରବାର ଥିବାରୁ ସକାଳୁ ସକାଳୁ କିଛି ଲୋକ ପ୍ରାର୍ଥନା ସ୍ଥଳରେ ପହଞ୍ଚିଥିଲେ। ସେମାନେ ସେଠାରେ ବସି ରହିବା ସହ ଉକ୍ତ ସ୍ଥାନରେ ପରା ଯାଇଥିବା ଗୋବର ଘସିକୁ ଉଠାଇବାକୁ ଅନୁମତି ଦେଇ ନଥିଲେ। ଏହି ଖୋଲା ସ୍ଥାନରେ […]

Namaz

Namaz

Hemant Lenka
  • Published: Friday, 12 November 2021
  • Updated: 12 November 2021, 03:53 PM IST

Sports

Latest News

ଗୁରୁଗ୍ରାମ: ଖୋଲା ସ୍ଥାନରେ ନମାଜ ପାଠକୁ ବିରୋଧ କରିବା ଧାରା ହରିଆଣାର ଗୁରୁଗ୍ରାମରେ ଜାରି ରହିଛି। ଗୁରୁଗ୍ରାମର ସେକ୍ଟର ୧୨ରେ ପ୍ରତି ଶୁକ୍ରବାର ଭଳି ଆଜି ମଧ୍ୟ ହିନ୍ଦୁ ସଂଗଠନର ଲୋକମାନେ ନମାଜ ପାଠକୁ ବିରୋଧ କରିଛନ୍ତି। ଆଜି ଶୁକ୍ରବାର ଥିବାରୁ ସକାଳୁ ସକାଳୁ କିଛି ଲୋକ ପ୍ରାର୍ଥନା ସ୍ଥଳରେ ପହଞ୍ଚିଥିଲେ।

ସେମାନେ ସେଠାରେ ବସି ରହିବା ସହ ଉକ୍ତ ସ୍ଥାନରେ ପରା ଯାଇଥିବା ଗୋବର ଘସିକୁ ଉଠାଇବାକୁ ଅନୁମତି ଦେଇ ନଥିଲେ। ଏହି ଖୋଲା ସ୍ଥାନରେ ସେମାନେ ଭଲି ବଲ ଖେଳିବାକୁ କୋଟ୍‌ ତିଆରି କରିବେ ବୋଲି ମଧ୍ୟ କହିଛନ୍ତି। ଫଳରେ ମୁସଲିମ ସଂପ୍ରଦାୟର ଲୋକମାନେ ଗତ ସପ୍ତାହ ଭଳି ଏଥରର ଶୁକ୍ରବାରରେ ବି ସମୂହ ନମାଜ ପାଠ କରି ପାରି ନାହାନ୍ତି।

ସେକ୍ଟର ୧୨ର ଏହି ଅଞ୍ଚଳକୁ ସରକାରଙ୍କ ପକ୍ଷରୁ ସମୂହ ନମାଜ ପାଠ ଚିହ୍ନଟ କରାଯାଇଛି। ହେଲେ କିଛି ହିନ୍ଦୁ ସଂଗଠନର ଲୋକମାନେ ଖୋଲା ସ୍ଥାନରେ ନମାଜ ପାଠକୁ ବିରୋଧ କରି ପ୍ରତି ଶୁକ୍ରବାର ବିବାଦ ସୃଷ୍ଟି କରୁଛନ୍ତି। ଗତ ସପ୍ତାହରେ ହିନ୍ଦୁ ସଂଗଠନର ସଦସ୍ୟମାନେ ଗୁରୁଗ୍ରାମର ସେକ୍ଟର ୧୨ରେ ଗୋବର୍ଦ୍ଧନ ପୂଜା କରିଥିଲେ। ସେହିପରି ଖୋଲା ପଡ଼ିଆରେ ଗୋବର ଘଷି ପାରିଥିଲେ। ପ୍ରଶାସନ ଓ ପୁଲିସ୍‌ ପକ୍ଷରୁ ଘସି ହଟାଇବାକୁ କୁହାଯାଇଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ। ଆଜି ମଧ୍ୟ ପଡ଼ିଆରେ ଘସି ପରା ଯାଇଥିବା ଦେଖିବାକୁ ମିଳିଛି।

ହିନ୍ଦୁ ସଂଗଠନ ପକ୍ଷରୁ କୁହାଯାଇଛି ଯେ ସେମାନେ କୌଣସି ବି ପରିସ୍ଥିତିରେ ଏଠାରେ ନମାଜକୁ ଅନୁମତି ଦିଆଯିବ ନାହିଁ। ବିଜେପି ନେତା କପିଲ ମିଶ୍ର ଗୁରୁଗ୍ରାମ ସେକ୍ଟର ୧୨ରେ ଆୟୋଜିତ ଗୋବର୍ଦ୍ଧନ ପୂଜାରେ ଯୋଗ ଦେଇଥିଲେ। ସର୍ବସାଧାରଣ ସ୍ଥାନରେ ନମାଜ ପାଠ କରିବାକୁ ସେ ବିରୋଧ କରିଥିଲେ।

ସେ କହିଥିଲେ ଯେ ଯଦି ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନେ ପ୍ରତି ସପ୍ତାହରେ ଗୋଟିଏ ଦିନ ସର୍ବସାଧାରଣ ସ୍ଥାନରେ ପ୍ରାର୍ଥନା କରିବେ, ତା’ହେଲେ ଏପରି ଘଟଣା ସମସ୍ତ ରାସ୍ତା ଓ ପାର୍କକୁ ଅବରୋଧ କରିବ। ରାସ୍ତାରେ ଚାଲିବା, ଅଫିସ, ଡାକ୍ତରଖାନା ଆଦି ଯିବା ପାଇଁ ଆମକୁ ସ୍ୱାଧୀନତା ଦରକାର। ଯଦି ଗୋଟିଏ ସମ୍ପ୍ରଦାୟର ଲୋକ ପ୍ରତି ସପ୍ତାହରେ ଏହି ସ୍ୱାଧୀନତା ଛଡ଼ାଇ ନିଅନ୍ତି, ତେବେ ଏହାକୁ କେବେ ହେଲେ ଗ୍ରହଣ କରାଯିବନି। ଦୁନିଆର କୌଣସି ସ୍ଥାନରେ ଏଥିପାଇଁ ଅନୁମତି ମିଳିନି ବୋଲି ସେ କହିଛନ୍ତି।

[caption id="" align="aligncenter" width="650"]Gurgaon Namaz: Namaz Blocked Again, Protesters Occupy Gurgaon Site, Spread  Cow Dung ଆଜି ସକାଳୁ ଏମାନେ ନମାଜ ପଢ଼ା ଯିବା ସ୍ଥାନରେ ବସିଥିଲେ[/caption]

ସୂଚନାଯୋଗ୍ୟ, ନମାଜ ପାଠ ପାଇଁ ସରକାର ଚିହ୍ନଟ କରିଥିବା ୩୭ଟି ଖୋଲା ସ୍ଥାନ ମଧ୍ୟରେ ସେକ୍ଟର ୧୨ ଓ ସେକ୍ଟର ୪୭ର ଜମି ରହିଛି। ତଥାପି ନମାଜ ପାଠକୁ ବିରୋଧ କରି ହିନ୍ଦୁ ସଂଗଠନର ଲୋକମାନେ ବିରୋଧ କରୁଛନ୍ତି। ୨୦୧୮ରେ ମଧ୍ୟ ସମାନ ଘଟଣା ଘଟିଥିଲା। ଏହାପରେ ଗୁରୁଗ୍ରାମ ପ୍ରଶାସନ ସମୂହ ନମାଜ ପାଠ ପାଇଁ ୩୭ଟି ସ୍ଥାନ ଚିହ୍ନଟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos