ଚାଷୀଙ୍କୁ ଉସକା ଯାଉଛି, ଆନ୍ଦୋଳନ ଗୋଟିଏ ରାଜ୍ୟରେ ସୀମିତ: କୃଷିମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ରାଜ୍ୟସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନିଜର ବୟାନ ରଖିଛନ୍ତି। ନୂଆ କୃଷି ଆଇନ ଦ୍ୱାରା ଚାଷୀମାନଙ୍କ ଜମି ହଡ଼ପ କରି ନିଆଯିବ ବୋଲି ଅପପ୍ରଚାର କରି ସେମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଯଦି ଆଇନ କାର୍ଯ୍ୟକାରୀ ହୁଏ, ତା’ହେଲେ ଅନ୍ୟମାନେ ଚାଷୀଙ୍କ ଜମି ନେଇଯିବେ ବୋଲି ସେମାନଙ୍କୁ କୁହାଯାଉଛି। ଆନ୍ଦୋଳନ କରିବାକୁ ଚାଷୀଙ୍କୁ ଉସକା ଯାଉଛି। କିନ୍ତୁ ଚୁକ୍ତିଭିକ୍ତିକ ଫାର୍ମିଂ ଆଇନର କୌଣସି […]

cd

cd

Hemant Lenka
  • Published: Friday, 05 February 2021
  • Updated: 05 February 2021, 03:25 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ରାଜ୍ୟସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ନିଜର ବୟାନ ରଖିଛନ୍ତି। ନୂଆ କୃଷି ଆଇନ ଦ୍ୱାରା ଚାଷୀମାନଙ୍କ ଜମି ହଡ଼ପ କରି ନିଆଯିବ ବୋଲି ଅପପ୍ରଚାର କରି ସେମାନଙ୍କୁ ବିଭ୍ରାନ୍ତ କରାଯାଉଛି।

ଯଦି ଆଇନ କାର୍ଯ୍ୟକାରୀ ହୁଏ, ତା’ହେଲେ ଅନ୍ୟମାନେ ଚାଷୀଙ୍କ ଜମି ନେଇଯିବେ ବୋଲି ସେମାନଙ୍କୁ କୁହାଯାଉଛି। ଆନ୍ଦୋଳନ କରିବାକୁ ଚାଷୀଙ୍କୁ ଉସକା ଯାଉଛି। କିନ୍ତୁ ଚୁକ୍ତିଭିକ୍ତିକ ଫାର୍ମିଂ ଆଇନର କୌଣସି ପ୍ରୋଭିଜନରେ ବ୍ୟବସାୟୀଙ୍କୁ ଚାଷୀଙ୍କ ଜମି ହଡ଼ପ କରିବାର ଅନୁମତି ଦିଆଯାଇଛି କି?

ଚାଷୀଙ୍କୁ କେବଳ ମିଛ କଥା କୁହାଯାଇ ୩ଟି ଯାକ କୃଷି ଆଇନ ବିରୋଧରେ ଉସକା ଯାଉଛି। ସେହିପରି କୃଷି ଆଇନ ବିରୋଧରେ ହେଉଥିବା ଆନ୍ଦୋଳନ କେବଳ ଗୋଟିଏ ରାଜ୍ୟର ଚାଷୀଙ୍କ ମଧ୍ୟରେ ସୀମିତ ରହିଛି। ଯେଉଁମାନେ କୃଷି ଆଇନକୁ ବିରୋଧ କରୁଛନ୍ତି, ସେମାନେ ଏହା ମଧ୍ୟରେ ଥିବା ଗୋଟିଏ ବି ଭୁଲ କାଢ଼ି ପାରିନାହାନ୍ତି। ବିଶେଷ କରି ଚାଷୀ ସଂଗଠନ ଓ ବିରୋଧୀ ଦଳର ନେତାମାନେ ଆଇନରେ ଥିବା ଗୋଟିଏ ବି ତ୍ରୁଟିକୁ ପଦାକୁ ଆଣି ପାରିନାହାନ୍ତି ବୋଲି ସେ କହିଛନ୍ତି।

ଶ୍ରୀ ତୋମାର ଆହୁରି କହିଛନ୍ତି, ସରକାର ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ଜଣାଇଛନ୍ତି। ସେମାନଙ୍କ ସହ ଏକାଧିକ ଥର ଆଲୋଚନା ବି କରିଛନ୍ତି। ଏପରି କି ସରକାର ଆଇନରେ ସଂଶୋଧନ କରିବାକୁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି। ହେଲେ ଆଇନରେ କ’ଣ ତ୍ରୁଟି ରହିଛି ଯେ ତା’କୁ ସଂଶୋଧନ କରାଯିବ, ସେକଥା ଚାଷୀ ସଂଗଠନର ପ୍ରତିନିଧି କହିପାରୁ ନାହାନ୍ତି।

ଚାଷୀମାନଙ୍କୁ ସରକାର ଓ ସରକାରଙ୍କ ସମର୍ଥକ ବଦନାମ କରୁଥିବା ଅଭିଯୋଗ ଉପରେ ଶ୍ରୀ ତୋମାର କହିଛନ୍ତି, ଆମେ ଚାଷୀଙ୍କୁ ବାଧିଲା ଭଳି କିମ୍ବା ଚାଷୀଙ୍କୁ ବଦନାମ କରିବା ଭଳି ଗୋଟିଏ ବି ଶବ୍ଦ ପ୍ରୟୋଗ କରିନାହୁଁ। ସରକାର ସର୍ବଦା ଚାଷୀଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି। ପୂର୍ବଭଳି ମଣ୍ଡି ରହିଛି ଓ ଏହାକୁ ଅଧିକ ତ୍ୱାରିନ୍ୱତ କରାଯାଉଛି।

ଏହି ମଣ୍ଡିଗୁଡ଼ିକ ଜରିଆରେ ଚାଷୀମାନେ ପ୍ରକୃତ ଏମଏସପି ଜରିଆରେ ନିଜର ଉତ୍ପାଦ ବିକ୍ରି କରିପାରିବେ। କୃଷି ଆଇନରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ, ଚାଷୀମାନେ ସେମାନଙ୍କ ଉତ୍ପାଦକୁ ମଣ୍ଡି ବାହାରେ ମଧ୍ୟ ବିକ୍ରି କରିପାରିବେ। ରାଜ୍ୟ ସରକାରଙ୍କ ନୋଟିଫାଏଡ ମାର୍କେଟ ବାହାରେ ମଧ୍ୟ ସେମାନେ ନିଜ ଇଚ୍ଛାରେ ନିଜ ସାମଗ୍ରୀକୁ ବିକ୍ରି କରିପାରିବେ। ଏଥିରେ କୌଣସି ପ୍ରକାରର ଟିକସ ମଧ୍ୟ ଲାଗିବ ନାହିଁ।

ରାଜ୍ୟ ସରକାରମାନେ ଚାଷୀଙ୍କ ସାମଗ୍ରୀ ଉପରେ ଲଗାଉଥିବା ଟିକସ ବିରୋଧରେ ଆନ୍ଦୋଳନ ହେବା କଥା। ହେଲେ ଏଠି ଟିକସ କାହିଁକି ମୁକ୍ତ ହେଲା, ସେଥିପାଇଁ ଆନ୍ଦୋଳନ କରାଯାଉଛି। ସରକାର କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟିର ଫଣ୍ଡ ଆତ୍ମନିର୍ଭର ଭାରତ ଯୋଜନାରେ ଦେଇଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos