ପୁଡୁଚେରୀରେ ଭୁଶୁଡ଼ିଲା କଂଗ୍ରେସ ସରକାର, ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ

ପୁଡ଼ୁଚେରୀ: ଯାହା ଆଶଙ୍କା କରାଯାଉଥିଲା ଠିକ୍‌ ସେଇଆ ହେଲା। ବିଧାନସଭାରେ ସଂଖ୍ୟାମତ ପ୍ରମାଣ ଦେବା ପୂର୍ବରୁ ପୁଡ଼ୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଛି। ଏକାଧିକ କଂଗ୍ରେସ ବିଧାୟକ ଇସ୍ତଫା ଦେବାରୁ ଭି ନାରାୟଣସାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଥିଲା। ତଥାପି ଦଳ ବିଧାନସଭାରେ ହେବାକୁ ଥିବା ଫ୍ଲୋର ଟେଷ୍ଟରେ ମ୍ୟାଜିକ ନମ୍ବର ହାସଲ କରିବ ବୋଲି ଦାବି କରିଥିଲା। କିନ୍ତୁ ଆଜି ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ନିଜ ସହଯୋଗୀଙ୍କୁ ଧରି […]

puducheery

puducheery

Hemant Lenka
  • Published: Monday, 22 February 2021
  • Updated: 22 February 2021, 03:05 PM IST

Sports

Latest News

ପୁଡ଼ୁଚେରୀ: ଯାହା ଆଶଙ୍କା କରାଯାଉଥିଲା ଠିକ୍‌ ସେଇଆ ହେଲା। ବିଧାନସଭାରେ ସଂଖ୍ୟାମତ ପ୍ରମାଣ ଦେବା ପୂର୍ବରୁ ପୁଡ଼ୁଚେରୀରେ କ୍ଷମତାସୀନ କଂଗ୍ରେସ ସରକାର ଭୁଶୁଡ଼ି ପଡ଼ିଛି। ଏକାଧିକ କଂଗ୍ରେସ ବିଧାୟକ ଇସ୍ତଫା ଦେବାରୁ ଭି ନାରାୟଣସାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଥିଲା। ତଥାପି ଦଳ ବିଧାନସଭାରେ ହେବାକୁ ଥିବା ଫ୍ଲୋର ଟେଷ୍ଟରେ ମ୍ୟାଜିକ ନମ୍ବର ହାସଲ କରିବ ବୋଲି ଦାବି କରିଥିଲା। କିନ୍ତୁ ଆଜି ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ନିଜ ସହଯୋଗୀଙ୍କୁ ଧରି ଗୃହରୁ ବାହାରି ଯାଇଛନ୍ତି। ଏହି କାରଣରୁ ବାଚସ୍ପତି ଭିପି ଶିବକୋଲୋନ୍ଧୁ ମୁଖ୍ୟମନ୍ତ୍ରୀ ଆସ୍ଥା ଭୋଟରେ ପରାସ୍ତ ବୋଲି ଘୋଷଣା କରିଥିଲେ।

ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୪ ଦରକାର ଥିଲା। ହେଲେ ନାରାୟଣସାମୀଙ୍କ ସମର୍ଥନରେ ମାତ୍ର ୧୧ ଜଣ ବିଧାୟକ ଥିବାରୁ ସେ ଗୃହରୁ ବାହାରି ଯାଇଥିବା ଜଣାପଡ଼ିଛି। ଆସ୍ଥାରେ ହାରିବା ପରେ ନାରାୟଣସାମୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାରୁ ସିଧା ରାଜଭବନ ଯାଇଥିଲା। ସେଠାରେ ସେ ତାଙ୍କ ଇସ୍ତଫାପତ୍ର ଉପରାଜ୍ୟପାଳ ଟି ସୌନ୍ଦରାରାଜନଙ୍କୁ ଦେଇଛନ୍ତି। 

କଂଗ୍ରେସ ବିଧାନସଭାର ୩୦ଟି ଆସନରୁ ୧୫ଟିରେ ବାଜିମାତ କରିଥିଲା। ହେଲେ ଏଇ କିଛି ଦିନ ମଧ୍ୟରେ ଦଳର ଏକାଧିକ ବିଧାୟକ ଇସ୍ତଫା ଦେବାରୁ କଂଗ୍ରେସର ଚିନ୍ତା ବଢ଼ିଥିଲା। ଆଜି ଶେଷରେ ସରକାର ମଧ୍ୟ ଭୁଶୁଡ଼ି ପଡ଼ିଛି।

ଆସ୍ଥା ଭୋଟ ପୂର୍ବରୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ନିଜର ଉଦବୋଧନ ଦେଇଥିଲେ। ସେ କହିଥିଲେ, ବିଧାୟକମାନେ ନିଜ ଦଳ ପ୍ରତି ବିଶ୍ୱସ୍ତ ରହିବା ଦରକାର। ଯେଉଁମାନେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ସେମାନେ କେବେ ହେଲେ ଲୋକମାନଙ୍କୁ ସାମ୍ନା କରିପାରିବେ ନାହିଁ। କାରଣ ଇସ୍ତଫା ଦେଇଥିବା ନେତାମାନେ ସୁବିଧାବାଦି ବୋଲି ଲୋକମାନେ ଜାଣି ସାରିଛନ୍ତି।

ପୂର୍ବତନ ଉପରାଜ୍ୟପାଳ କିରଣ ବେଦୀ ଓ କେନ୍ଦ୍ର ସରକାର ପୁଡ଼ୁଚେରୀର ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ନେତାଙ୍କ ସହ ହାତ ମିଳାଇଥିଲେ। ସେମାନେ ସମସ୍ତେ ମିଳିତ ଭାବେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ପ୍ରୟାସ ଚଳାଇଥିଲେ। କେନ୍ଦ୍ର ସରକାର ପୁଡୁଚେରୀବାସୀଙ୍କ ସହ ଧୋକ୍କା କରିଛନ୍ତି। କାରଣ ଆମେ ମାଗିଥିବା ଅର୍ଥକୁ କେନ୍ଦ୍ର ସରକାର ଦେଇନାହାନ୍ତି।

ତାମିଲନାଡୁ ଓ ପୁଡୁଚେରୀରେ ଆମେ ୨ଟି ଭାଷା ବ୍ୟବସ୍ଥା କରିଛୁ। ହେଲେ ବିଜେପି ଏଠାରେ ଜୋରଜବରଦସ୍ତି ହିନ୍ଦୀ ଭାଷା ଲାଗୁ କରିବାକୁ ଚେଷ୍ଟା କରାଯାଉଛି। ଆମେ ଡିଏମକେ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର କରିଥିଲୁ। ଏହାପରେ ହୋଇଥିବା ଉପନିର୍ବାଚନରେ ବି ଆମେ ଜିତିଥିଲୁ। ଏଥିରୁ ସ୍ପଷ୍ଟ ଯେ ପୁଡୁଚେରୀବାସୀ ଆମ ସହ ରହିଥିଲେ ବୋଲି ନାରାୟଣସୀମୀ କହିଛନ୍ତି।

ବିଧାନସଭାରେ ଭାଷଣ ଦେବା ପରେ ନିଜ ସହଯୋଗୀ ସଦସ୍ୟଙ୍କୁ ସାଥୀରେ ଧରି ନାୟରଣସାମୀ ଗୃହରୁ ବାହାରି ଯାଇଥିଲେ। ଏହାର ଅର୍ଥ ହେଉଛି ଯେ କଂଗ୍ରେସ ସରକାର ଆସ୍ଥା ଭୋଟରେ ପରାସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos