ଏକଜିଟ ପୋଲ: ପୁଡୁଚେରୀରେ ଜିତିବ ବିଜେପି

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କ୍ଷମତାକୁ ଫେରିପାରିବ ନାହିଁ କଂଗ୍ରେସ। ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଅଧାରୁ ଭାଙ୍ଗିଥିବା କଂଗ୍ରେସ ସରକାରକୁ ମେ’ ୨ରେ ଜୋରଦାର ଝଟକା ଲାଗିପାରେ। କାରଣ ଏକଜିଟ୍‌ ପୋଲ ଆକଳନ ଅନୁଯାୟୀ, ପୁଡୁଚେରୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିବ। କଂଗ୍ରେସ ମେଣ୍ଟ ଦ୍ୱିତୀୟ ସ୍ଥାନରେ ରହିବ। ପୁଡୁଚେରୀର ୩୦ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୬ରେ ଭୋଟିଂ ହୋଇଥିଲା। ଏଠାରେ ସରକାର ଗଠନ ପାଇଁ […]

BJP1

BJP1

Hemant Lenka
  • Published: Thursday, 29 April 2021
  • Updated: 29 April 2021, 09:49 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କ୍ଷମତାକୁ ଫେରିପାରିବ ନାହିଁ କଂଗ୍ରେସ। ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଅଧାରୁ ଭାଙ୍ଗିଥିବା କଂଗ୍ରେସ ସରକାରକୁ ମେ’ ୨ରେ ଜୋରଦାର ଝଟକା ଲାଗିପାରେ। କାରଣ ଏକଜିଟ୍‌ ପୋଲ ଆକଳନ ଅନୁଯାୟୀ, ପୁଡୁଚେରୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରିବ।

କଂଗ୍ରେସ ମେଣ୍ଟ ଦ୍ୱିତୀୟ ସ୍ଥାନରେ ରହିବ। ପୁଡୁଚେରୀର ୩୦ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୬ରେ ଭୋଟିଂ ହୋଇଥିଲା। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୬। ମେ’ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ଏସବୁ ଭିତରେ ବିଭିନ୍ନ ସଂସ୍ଥାର ଏକଜିଟ ପୋଲ ସାମ୍ନାକୁ ଆସିଛି। ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆନର ଆକଳନ ଅନୁଯାୟୀ, ପୁଡୁଚେରୀରେ ଏନଡିଏ ୨୦ରୁ ୨୪ଟି ଆସନ ଜିତିବ। କଂଗ୍ରେସ ମେଣ୍ଟ ଖାତାକୁ ୬ରୁ ୧୦ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଜିତିପାରନ୍ତି। ଟାଇମ୍ସ ନାଓ-ସି ଭୋଟର କହିଛି ଯେ ଏଠାରେ ବିଜେପି ୧୯ରୁ ୨୩ଟି ଆସନ ଜିତିବ। ସେହିପରି କଂଗ୍ରେସ ମେଣ୍ଟ ଖାତାକୁ ୬ରୁ ୧୦ଟି ଯିବ। ଅନ୍ୟାନ୍ୟ ଦଳ ୧ରୁ ୨ଟି ଆସନ ଜିତିବେ।

ରିପବ୍ଲିକ ଟିଭ-ସିଏନଏକ୍ସର ଆକଳନ ଅନୁଯାୟୀ, କଂଗ୍ରେସ ମେଣ୍ଟ ୧୧ରୁ ୧୩, ବିଜେପି ମେଣ୍ଟ ୧୬ରୁ ୨୦ ଓ ଅନ୍ୟାନ୍ୟ ଦଳ ଖାତା ଖୋଲିପାରିବେ ନାହିଁ। ୩ଟି ଯାକ ସଂସ୍ଥା ପୁଡ଼ୁଚେରୀରେ ବିଜେପି ନେତୃତ୍ୱାଧୀନ ଏନଡିଏ ସପକ୍ଷରେ ଜନମତ ଯିବ ବୋଲି କହିଥିବାରୁ କଂଗ୍ରେସ ଛାତିରେ ଛନକା ପଶିଛି। କାରଣ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପୂର୍ବରୁ କଂଗ୍ରେସ ହିଁ କ୍ଷମତାରେ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos