ମୁଖ୍ୟମନ୍ତ୍ରୀ ପଦରୁ ଶେଷରେ ଇସ୍ତଫା ଦେଲେ କ୍ୟାପ୍ଟେନ ଅମରିନ୍ଦର ସିଂହ

ଅମୃତସର: ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବା କଳି ଶେଷରେ ବିସ୍ଫୋରକ ରୂପ ଧାରଣ କରିଛି। ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ। ସେ ଆଜି ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପରେ ରାଜଭବନ ବାହାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ସେ ଆଉ ସକ୍ରିୟ ରାଜନୀତି କରିବେ ନାହିଁ ବୋଲି ତାଙ୍କ ପୁଅ ଟ୍ୱିଟ […]

Punjab

Punjab

Hemant Lenka
  • Published: Saturday, 18 September 2021
  • Updated: 18 September 2021, 05:00 PM IST

ଅମୃତସର: ଦୀର୍ଘ ଦିନ ଧରି ପଞ୍ଜାବ କଂଗ୍ରେସରେ ଚାଲିଥିବା କଳି ଶେଷରେ ବିସ୍ଫୋରକ ରୂପ ଧାରଣ କରିଛି। ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କ୍ୟାପ୍ଟେନ ଅମରିନ୍ଦର ସିଂହ। ସେ ଆଜି ରାଜ୍ୟପାଳ ବନୱାରୀ ଲାଲ ପୁରୋହିତଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏହାପରେ ରାଜଭବନ ବାହାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏଥିସହ ସେ ଆଉ ସକ୍ରିୟ ରାଜନୀତି କରିବେ ନାହିଁ ବୋଲି ତାଙ୍କ ପୁଅ ଟ୍ୱିଟ କରି ସଙ୍କେତ ଦେଇଛନ୍ତି। ରାଜ୍ୟପାଳଙ୍କୁ ଅମରିନ୍ଦର ସିଂହ ଇସ୍ତଫାପତ୍ର ଦେବା ବେଳେ ତାଙ୍କ ପୁଅ ରଣିନ୍ଧର ସିଂହ ମଧ୍ୟ ଉପସ୍ଥିତ ରହିଥିଲେ। ଅମରିନ୍ଦର ଇସ୍ତଫା ଦେଇଥିବାରୁ ଏବେ ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କସରତ ଆରମ୍ଭ ହୋଇଛି।

ରାଜଭବନ ଗେଟ୍‌ ପାଖରେ ସେ କହିଛନ୍ତି, “ମୁଁ ଇସ୍ତଫା ସମ୍ପର୍କରେ ସକାଳୁ ସୋନିଆ ଗାନ୍ଧିଙ୍କୁ ଜଣାଇ ସାରିଛି। ଗତ ୨ ମାସ ମଧ୍ୟରେ ତୃତୀୟ ଥର ପାଇଁ ବିଧାୟକ ଦଳ ବୈଠକ ବସୁଛି। ବିଧାୟକ ଦଳ ବୈଠକ କରି ମନଇଚ୍ଛା ନିଷ୍ପତ୍ତି ନିଆଯାଉଛି। ଏସବୁରେ ମୁଁ ଅପମାନିତ ହେଉଥିବା ସୋନିଆ ଗାନ୍ଧିଙ୍କୁ ଜଣାଇଥିଲି।

ଏଥିସହ ଏପରି କାର୍ଯ୍ୟ ଜାରି ରହିଲେ ଇସ୍ତଫା ଦେଇଦେବି ବୋଲି କହିଥିଲି। ଏବେ ସେମାନେ ଯାହାକୁ ଇଚ୍ଛା ତାଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କଂଗ୍ରେସ ସହ ରହିଛି। ସମର୍ଥକଙ୍କ ମତାମତ ଓ ସମୟ ଆସିଲେ ମୁଁ ବିକଳ୍ପ କଥା ଚିନ୍ତା କରିବି। ଇସ୍ତଫା ଦେବି ବୋଲି ମୁଁ ସକାଳୁ ନିଷ୍ପତ୍ତି ନେଇ ସାରିଥିଲି।”

Image

ବିଜେପି ଯେଉଁଭଳି ଭାବେ ଦଳୀୟ କନ୍ଦଳ ପାଇଁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଥିଲା, ଆଜି କଂଗ୍ରେସ ସମାନ ସ୍ଥିତିର ସମ୍ମୁଖୀନ ହୋଇ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କୁ ପଦ ଛାଡ଼ିବାକୁ କହିଛି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ସହ ଅମରିନ୍ଦରଙ୍କ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା।

ଏହାକୁ ଦୃଷ୍ଟିରେ ରଖି ସିଦ୍ଧୁଙ୍କୁ ସମର୍ଥନ କରୁଥିବା ୪୦ ଜଣ ବିଧାୟକ ଦଳୀୟ ହାଇକମାଣ୍ଡଙ୍କୁ ଅମରିନ୍ଦରଙ୍କ ବିରୋଧରେ ଚିଠି ଲେଖିଥିଲେ। ଆସନ୍ତାବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ହାଇକମାଣ୍ଡ ମଧ୍ୟ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କହିଥିଲେ। ଶେଷରେ ହାଇକମାଣ୍ଡଙ୍କ କଥାରେ ସେ ଇସ୍ତଫା ଦେଇଛନ୍ତି।

ଅମରିନ୍ଦର ଇସ୍ତଫା ଦେଇଥିବାରୁ ଏବେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ବସିବ। ଏଥିପାଇଁ କଂଗ୍ରେସର ପଞ୍ଜାବ ଇନଚାର୍ଜ ହରିଶ ରାୱତ ମଧ୍ୟ ଦିଲ୍ଲୀରୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନୀଲ ଝଖର, ଲୁଧିଆନା ସାଂସଦ ରବନୀତ ସିଂହ ବିଟ୍ଟୁ ଓ ରାଜ୍ୟସଭା ସାଂସଦ ପ୍ରତାପ ସିଂହ ବାଜୱା ରହିଛନ୍ତି। ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରୁ ବାଦ ପଡ଼ିଛନ୍ତି।

ଅନେକ ମାସ ହେଲାଣି ପଞ୍ଜାବ କଂଗ୍ରେସରେ କନ୍ଦଳ ଲାଗି ରହିଥିଲା। ସିଦ୍ଧୁ ଓ କ୍ୟାପ୍‌ଟେନ୍‌ଙ୍କ ମଧ୍ୟରେ ଖୋଲାଖୋଲି କ୍ଷମତା ଯୁଦ୍ଧ ଚାଲିଥିଲା। ଅନେକ ଭାବୁଥିଲେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେବା ପରେ ସବୁ ଠିକ୍ ହୋଇଯିବ। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ କନ୍ଦଳ ଆହୁରି ବଢ଼ିଛି। ବିଧାୟକଙ୍କ ଏକ ଗୋଷ୍ଠୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଜିଦ୍ ଧରି ବସିଥିଲେ।

ଏହାକୁ ନେଇ ଆଜି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ସହ ଅମରିନ୍ଦର ସିଂହ କଥା ମଧ୍ୟ ହୋଇଥିଲେ। ସେ ଏହି ସମୟରେ ତାଙ୍କୁ କେଉଁଭଳି ଏଠାରେ ହଇରାଣ ଓ ଅପମାନିତ କରାଯାଉଛି, ସେକଥା କହିଥିଲେ। ଏଥିସହ ସେ ଏପରି ସ୍ଥିତି ଜାରି ରହିଲେ ମୁଖ୍ୟମନ୍ତ୍ରୀ ଓ ଦଳକୁ ଅଲବିଦା କହିବେ ବୋଲି ସୋନିଆଙ୍କୁ ସଫାସଫା ଜଣାଇ ଦେଇଥିଲେ। ଏହି ଘଟଣାର କିଛି ଘଣ୍ଟା ପରେ ହିଁ ଶ୍ରୀ ସିଂହ ପ୍ରଥମ ନିଜର ବିଶ୍ୱସ୍ତ ବିଧାୟକମାନଙ୍କ ସହ ନିଜ ବାସଭବନରେ ବୈଠକ କରିଥିଲେ। ଏହାପରେ ସେ ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜ୍ୟପାଳଙ୍କୁ ଭେଟି ସାରିବା ପରେ ସେ ଗଣାମାଧ୍ୟମ ଆଗରେ ନିଜୀର ଇସ୍ତଫା କଥା ଘୋଷଣା କରିଛନ୍ତି। ହେଲେ ସେ ଦଳ ଛାଡ଼ିବେ କି ନାହିଁ ସେକଥା କହିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story