ପ୍ରେମିକ ସହ ମିଶି ଶାଶୂ-ଶ୍ୱଶୁରଙ୍କୁ ମାରି ପୋଡ଼ି ଦେଲା ବୋହୂ

ଅମୃତସର: କୁହାଯାଏ ଶାଶୂ-ଶ୍ୱଶୁର ହେଉଛନ୍ତି ଦ୍ୱିତୀୟ ବାପା ମା’। କିନ୍ତୁ ଏହି ବାପା ମା’ଙ୍କ ଭଳି ଚଳନ୍ତି ଈଶ୍ୱରଙ୍କୁ ଜଣେ ବୋହୂ ତା’ ପ୍ରେମିକ ସହ ମିଶି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ପ୍ରେମିକ ସହ ମିଶି ପ୍ରଥମେ ବୋହୂ ବୟସ୍କ ଶାଶୂ-ଶ୍ୱଶୁରଙ୍କୁ ହତ୍ୟା କରିଥିଲା। ଏହାପରେ ଉଭୟଙ୍କୁ ଚେୟାରରେ ବାନ୍ଧି ନିଆଁ ଲଗାଇ ଦେଇଥିଲା। ପଞ୍ଜାବର ହୋଶିଆରପୁରରେ ଘଟିଥିବା ଏହି ଲୋକହର୍ଷଣକାରୀ ଘଟଣାରେ ପୁଲିସ୍‌ ଅଭିଯୁକ୍ତ ବୋହୂ ଓ ତା’ ପ୍ରେମିକକୁ ଗିରଫ କରିଛି। […]

crime

crime

Hemant Lenka
  • Published: Monday, 03 January 2022
  • Updated: 03 January 2022, 01:53 PM IST

Sports

Latest News

ଅମୃତସର: କୁହାଯାଏ ଶାଶୂ-ଶ୍ୱଶୁର ହେଉଛନ୍ତି ଦ୍ୱିତୀୟ ବାପା ମା’। କିନ୍ତୁ ଏହି ବାପା ମା’ଙ୍କ ଭଳି ଚଳନ୍ତି ଈଶ୍ୱରଙ୍କୁ ଜଣେ ବୋହୂ ତା’ ପ୍ରେମିକ ସହ ମିଶି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ପ୍ରେମିକ ସହ ମିଶି ପ୍ରଥମେ ବୋହୂ ବୟସ୍କ ଶାଶୂ-ଶ୍ୱଶୁରଙ୍କୁ ହତ୍ୟା କରିଥିଲା। ଏହାପରେ ଉଭୟଙ୍କୁ ଚେୟାରରେ ବାନ୍ଧି ନିଆଁ ଲଗାଇ ଦେଇଥିଲା। ପଞ୍ଜାବର ହୋଶିଆରପୁରରେ ଘଟିଥିବା ଏହି ଲୋକହର୍ଷଣକାରୀ ଘଟଣାରେ ପୁଲିସ୍‌ ଅଭିଯୁକ୍ତ ବୋହୂ ଓ ତା’ ପ୍ରେମିକକୁ ଗିରଫ କରିଛି।

ହତ୍ୟାର ଶିକାର ହୋଇଥିବା ଦମ୍ପତିରେ ହେଲେ ମନଜିତ ସିଂହ ଓ ତାଙ୍କ ପତ୍ନୀ ଗୁରମୀତ ସିଂହ। ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ବୋହୂ ଜଣଙ୍କ ବାହାଘର ପରେ ମଧ୍ୟ ପର ପୁରୁଷଙ୍କ ସହ ସମ୍ପର୍କ ରଖୁଥିଲା। ହେଲେ ଏକଥା ମନଜିତ ଓ ଗୁରମୀତ ଜାଣି ଦେଇଥିଲେ। କାଳେ ସେମାନେ ଏକଥା କାହାକୁ କହିଦେବେ, ସେହି ଭୟ ବୋହୂକୁ ଘାରିଥିଲା।

ତେଣୁ ସେ ତା’ ପ୍ରେମିକ ସହ ମିଶି ମନଜିତ ଓ ଗୁରମୀତଙ୍କୁ ସୁବିଦିନ ପାଇଁ ଶେଷ କରିଦେବାକୁ ଯୋଜନା କରିଥିଲା। ଯୋଜନା ମୁତାବକ ସେ ଜାନୁଆରୀ ୧ରେ ସ୍ୱାମୀ ନଥିବା ବେଳେ ଘରକୁ ତା’ ପ୍ରେମିକକୁ ଡାକିଥିଲା। ଏହାପରେ ଉଭୟ ମିଶି ମନଜିତ ଓ ଗୁରମିତଙ୍କୁ ହତ୍ୟା କରିଥିଲେ। ଏହାପରେ ସେମାନଙ୍କୁ ଚେୟାରରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ। ଏପରି କାଣ୍ଡ ଘଟାଇବା ପରେ ଉଭୟ ଟଙ୍କା ଓ ଘରେ ଥିବା ଅଳଙ୍କାର ଧରି ଫେରାର ହୋଇ ଯାଇଥିଲେ।

ରାତିରେ ଦମ୍ପତିଙ୍କ ପୁଅ ରବୀନ୍ଦ୍ର ସିଂହ ଘରେ ପହଞ୍ଚିଲା ବେଳକୁ ଗେଟ୍‌ ଭିତରୁ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ। ସେ ଏହାକୁ ଫିଟାଇ ଘର ଭିତରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ବାପା ମା’ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖି ସ୍ତବ୍ଧ ହୋଇଯାଇଥିଲେ। ସେ ତୁରନ୍ତ ପୁଲିସ୍‌କୁ ଖବର ଦେବା ସହ ବାପା ମା’ଙ୍କୁ ହସ୍ପିଟାଲ ନେଇଥିଲେ।

କିନ୍ତୁ ସେତେବେଳକୁ ଉଭୟ ପ୍ରାଣ ହରାଇ ସାରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ପ୍ରଥମେ ବୋହୂକୁ ଖୋଜିଥିଲା। ସେ ଧାରା ପଡ଼ିବା ପରେ ତା’ ପ୍ରେମିକ ବି ପୁଲିସ୍‌ ପଞ୍ଝାକୁ ଆସିଥିଲା। ସେମାନେ ଜେରା ବେଳେ ନିଜର ଅପରାଧ ସ୍ୱୀକାର କରିଛନ୍ତି। ଏଥିସହ ସେମାନଙ୍କ ନିକଟରୁ ଚୋରି ହୋଇଥିବା ଅଳଙ୍କାର ଓ ଟଙ୍କା ମଧ୍ୟ ଜବତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story