ପୁଷ୍କର ସିଂହ ଧାମି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ, ସୃଷ୍ଟି କଲେ ରେକର୍ଡ

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମି। ସେ ରାଜ୍ୟରେ ୧୧ତମ ତଥା ୪ ମାସରେ  ୪ର୍ଥ ମୁଖ୍ୟମନ୍ତ୍ରୀ ହେବେ। ଗତକାଲି ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆଜି ବିଜେପି ବିଧାୟକ ଦଳ ବୈଠକରେ ଧାମିଙ୍କ ନାଁ ଉପରେ ମୋହର ବାଜିଛି। ପ୍ରାୟ ୧ ଘଣ୍ଟା ଧରି ବିଧାୟକ ଦଳ ବୈଠକରେ ବିଭିନ୍ନ ନାଁ ଉପରେ ଆଲୋଚନା ହୋଇଥିଲା। ଶେଷରେ ୪୫ ବର୍ଷୀୟ ଧାମି ବିଧାୟକ ଦଳ […]

Pushakar

Pushakar

Hemant Lenka
  • Published: Saturday, 03 July 2021
  • Updated: 03 July 2021, 03:57 PM IST

Sports

Latest News

ଡେରାଡୁନ: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମି। ସେ ରାଜ୍ୟରେ ୧୧ତମ ତଥା ୪ ମାସରେ  ୪ର୍ଥ ମୁଖ୍ୟମନ୍ତ୍ରୀ ହେବେ। ଗତକାଲି ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଆଜି ବିଜେପି ବିଧାୟକ ଦଳ ବୈଠକରେ ଧାମିଙ୍କ ନାଁ ଉପରେ ମୋହର ବାଜିଛି।

ପ୍ରାୟ ୧ ଘଣ୍ଟା ଧରି ବିଧାୟକ ଦଳ ବୈଠକରେ ବିଭିନ୍ନ ନାଁ ଉପରେ ଆଲୋଚନା ହୋଇଥିଲା। ଶେଷରେ ୪୫ ବର୍ଷୀୟ ଧାମି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ୪୫ ବର୍ଷରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଧାମି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ।୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ସେ କେବେ ହେଲେ ମନ୍ତ୍ରୀ ହୋଇ ନଥିଲେ। କିନ୍ତୁ ଏବେ ସେ ଶାସନ ଗାଦିର ସର୍ବୋଚ୍ଚ ସ୍ଥାନରେ ବସିବାକୁ ଯାଉଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଧାମିଙ୍କ ସମ୍ପର୍କ ବେଶ ନିବିଡ଼। ସେ ଖାତିମା ନିର୍ବାଚନମଣ୍ଡଳୀରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶିୟାରୀଙ୍କ ଓଏସ୍‌ଡି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଆଜି ଦଳୀୟ ମୁଖ୍ୟାଳୟରେ ବସିଥିବା ବୈଠକରେ ୫୭ ଜଣ ବିଧାୟକ ଧାମିକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି।

ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ତେଣୁ ପ୍ରାୟ ୮ ମାସ ଧରି ଧାମି ଏହି ପଦରେ କାମ କରିବେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସମୟରେ ସେ ସାଂସଦ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରଖିବାକୁ ହେଲେ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବାର ଥିଲା।

କିନ୍ତୁ ମହାମାରୀ କରୋନା ଯୋଗୁ କୌଣସି ଉପ ନିର୍ବାଚନ ଅନୁଷ୍ଠିତ ହୋଇ ପାରିବ ନାହିଁ ବୋଲି ତୀରଥ ଜାଣିବା ପରେ ଗତକାଲି ବିଳମ୍ବିତ ରାତିରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କୁ ସେ ଭେଟିବା ପୂର୍ବରୁ ନିଜ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଇସ୍ତଫାପତ୍ର ଦେଇଥିଲେ। ଏହାପରେ ରାଜ୍ୟପାଳଙ୍କୁ ସେ ବିଧିବଦ୍ଧ ଭାବେ ପଦ ଛାଡ଼ିବା ସମ୍ପର୍କରେ ଅବଗତ କରାଇଥିଲେ।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ ଅସନ୍ତୋଷଙ୍କୁ ପ୍ରଶମିତ କରିବା ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ଭାବେ କାମ କରୁଥିବା ତ୍ରିବେନ୍ଦ୍ର ସିଂହ ରାୱତଙ୍କୁ ପଦରୁ ହଟାଇ ତୀରଥଙ୍କୁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଦାୟିତ୍ୱ ହସ୍ତାନ୍ତର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story