ପୁଣି କଂଗ୍ରେସ ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧି?

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ହେଲାଣି ସ୍ଥାୟୀ ଅଧ୍ୟକ୍ଷଙ୍କ ବିନା କାର୍ଯ୍ୟ କରୁଥିବା କଂଗ୍ରେସର ମୁଖିଆ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏହା ଉପରେ ମାନସମନ୍ଥ କରିବାକୁ ଆଜି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା। ଆସନ୍ତାବର୍ଷ ୫ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦଳୀୟ ଅଧ୍ୟକ୍ଷ ଚୟନ ପାଇଁ ଏବେ ପ୍ରିକ୍ରିୟା ଆରମ୍ଭ ହେବନାହିଁ। ୨୦୨୨ ସେପ୍ଟେମ୍ବର ମାସ ପରେ ସ୍ଥାୟୀ ଅଧ୍ୟକ୍ଷ ପାଇଁ ଦଳୀୟ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। […]

Rahul

Rahul

Hemant Lenka
  • Published: Saturday, 16 October 2021
  • Updated: 16 October 2021, 04:48 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ହେଲାଣି ସ୍ଥାୟୀ ଅଧ୍ୟକ୍ଷଙ୍କ ବିନା କାର୍ଯ୍ୟ କରୁଥିବା କଂଗ୍ରେସର ମୁଖିଆ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏହା ଉପରେ ମାନସମନ୍ଥ କରିବାକୁ ଆଜି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ ବସିଥିଲା। ଆସନ୍ତାବର୍ଷ ୫ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦଳୀୟ ଅଧ୍ୟକ୍ଷ ଚୟନ ପାଇଁ ଏବେ ପ୍ରିକ୍ରିୟା ଆରମ୍ଭ ହେବନାହିଁ। ୨୦୨୨ ସେପ୍ଟେମ୍ବର ମାସ ପରେ ସ୍ଥାୟୀ ଅଧ୍ୟକ୍ଷ ପାଇଁ ଦଳୀୟ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

ତେବେ ବୈଠକରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପୁଣି ହୁଅନ୍ତୁ ବୋଲି ଦାବି ଉଠିଥିଲା। ପୂର୍ବରୁ ଏହି ଦାବିକୁ ଅଗ୍ରାହ୍ୟ କରୁଥିବା ରାହୁଲ ଏଥର ଭିନ୍ନ ମତ ଦେଇଛନ୍ତି। ସେ ପୁଣି କଂଗ୍ରେସ ଅଧ୍ୟକ୍ଷ ପଦକୁ ଫେରିବେ କି ବୋଲି ପ୍ରଶ୍ନ ଉପରେ ବିଚାର କରିବେ ବୋଲି କହିଥିବା ଜଣାପଡ଼ିଛି।

ଏହାର ଅର୍ଥ ରାହୁଲ ଗାନ୍ଧି ପୁଣି କଂଗ୍ରେସର କମାଣ ସମ୍ଭାଳିବେ ବୋଲି ଆଶା ସଞ୍ଚାର ହୋଇଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଦୟନୀୟ ପ୍ରଦର୍ଶନ କରିଥିଲା। ଏହାପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ତେବେ ଦଳରେ ସ୍ଥାୟୀ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବାକୁ ଅନେକ ବରିଷ୍ଠ ନେତା ମତ ଦେବା ପରେ ହଟଚମଟ ସୃଷ୍ଟି ହୋଇଥିଲା। ଶେଷରେ ଆଜି ସିଡବ୍ଲ୍ୟୁସି ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରାଯାଇଛି।

ବୈଠକ ବେଳେ ପଞ୍ଜାବ, କଂଗ୍ରେସ, ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏକେ ଆଣ୍ଟୋନୀ ପ୍ରମୁଖ ରାହୁଲ ଗାନ୍ଧିଙ୍କୁ ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ କରିବା ସପକ୍ଷରେ ମତ ରଖିଥିଲେ। ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୋଟିଏ ପ୍ରସ୍ତାବ ମଧ୍ୟ ଆଗତ କରିଥିଲେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବାରମ୍ବାର ବୈଠକରେ ରାହୁଲଙ୍କୁ ଅଧ୍ୟକ୍ଷ ପଦକୁ ଫେରିବାକୁ ଅନୁରୋଧ କରିବାରୁ ସେ ଏହାର ପ୍ରତିକ୍ରିୟାରେ କହିଛନ୍ତି ଯେ “ମୁଁ ଏହା ଉପରେ ବିଚାର କରିବି।” ସେହିପରି କିଛି ନେତା ଦଳୀୟ ନିର୍ବାଚନ ଯାଏ ରାହୁଲ ଗାନ୍ଧି ଦଳର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ନିଅନ୍ତୁ ବୋଲି ମଧ୍ୟ ଦେଇଛନ୍ତି। ତେଣୁ ରାହୁଲ ପୁଣିଥରେ ଅଧ୍ୟକ୍ଷ ପଦକୁ ଫେରିବେ ବୋଲି କୁହାଯାଉଛି।

ବୈଠକ ପରେ ବରିଷ୍ଠ ନେତା ଅମ୍ବିକା ସୋନି କହିଛନ୍ତି, “ସିଡବ୍ଲ୍ୟୁସିରେ କୌଣସି ପ୍ରକାରର ଜି-୨୩ ଶବ୍ଦର ବ୍ୟବହାର ହୋଇନାହିଁ। ନେତୃତ୍ୱ ପରିବର୍ତ୍ତନ କଥା କହୁଥିବା ସବୁ ନେତା ଉପସ୍ଥିତ ଥିଲେ। କଂଗ୍ରେସ ଭାଗଭାଗ ହୋଇନାହିଁ। ସମସ୍ତେ ଏକାଠି ଅଛନ୍ତି। ଭାରତୀୟ ଜାତୀୟ କଂଗ୍ରେସର ସବୁ ନେତା ସର୍ବସମ୍ମତିକ୍ରମେ ରାହୁଲ ଗାନ୍ଧି ସଭାପତି ହୁଅନ୍ତୁ ବୋଲି ଚାହୁଁଛନ୍ତି। ତେବେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦକୁ ଫେରିବେ କି ନାହିଁ, ସେ ନିଷ୍ପତ୍ତି ତାଙ୍କ ଉପରେ ନିର୍ଭର କରେ। ଦଳୀୟ ନିର୍ବାଚନ ପାଇଁ ୨୦୨୨ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଗତବର୍ଷ ଡିସେମ୍ବର ମାସରେ ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଥିଲେ ଯେ କଂଗ୍ରେସର ୯୯.୯% ଲୋକ ରାହୁଲ ଗାନ୍ଧି ଅଧ୍ୟକ୍ଷ ହେବା ସପକ୍ଷରେ ରହିଛି। ତେଣୁ ସେ ପୁଣିଥରେ ଅଧ୍ୟକ୍ଷ ହେବା ଦରକାର। କିନ୍ତୁ ରାହୁଲ ଗାନ୍ଧି ରୋକଠୋକ ଭାବେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ।

ଏଥିସହ ନେହରୁ ଓ ଗାନ୍ଧି ପରିବାରରୁ କେହି ଅଧ୍ୟକ୍ଷ ହେବା ଉଚିତ ନୁହେଁ ବୋଲି କହିଥିଲେ। କିନ୍ତୁ ଏବେ ସମୟ ବଦଳିବା ସହ ରାହୁଲଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିବା ଭଳି ମନେ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story