ଗେହଲଟଙ୍କ ‘ଡବଲ ରୋଲ୍‌’ ସର୍ତ୍ତ, ରାହୁଲଙ୍କ କଡ଼ା ଜବାବ

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ‘ଡବଲ ରୋଲ୍‌’ ସର୍ତ୍ତକୁ ନେଇ କଡ଼ା ଜବାବ ଦେଇଛନ୍ତି ରାହୁଲ ଗାନ୍ଧି। କଂଗ୍ରେସ ସଭାପତି ପଦ ପାଇଁ ଗେହଲଟଙ୍କ ନାଁ ସବୁଠାରୁ ଆଗରେ ରହିଥିଲେ ମଧ୍ୟ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଥିବା ସଚିନ ପାଇଲଟ ଅସନ୍ତୋଷ ପ୍ରକାଶ କରିଥିଲେ। ଗେହଲଟ ଓ ସଚିନଙ୍କ ମଧ୍ୟରେ ମୁଖିଆ ପଦକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ରାହୁଲ […]

Rahul-Gandhi

Rahul-Gandhi

Hemant Lenka
  • Published: Thursday, 22 September 2022
  • Updated: 22 September 2022, 04:31 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ‘ଡବଲ ରୋଲ୍‌’ ସର୍ତ୍ତକୁ ନେଇ କଡ଼ା ଜବାବ ଦେଇଛନ୍ତି ରାହୁଲ ଗାନ୍ଧି। କଂଗ୍ରେସ ସଭାପତି ପଦ ପାଇଁ ଗେହଲଟଙ୍କ ନାଁ ସବୁଠାରୁ ଆଗରେ ରହିଥିଲେ ମଧ୍ୟ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ହେବାକୁ ଗୋଡ଼ ଟେକି ବସିଥିବା ସଚିନ ପାଇଲଟ ଅସନ୍ତୋଷ ପ୍ରକାଶ କରିଥିଲେ।

ଗେହଲଟ ଓ ସଚିନଙ୍କ ମଧ୍ୟରେ ମୁଖିଆ ପଦକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ରାହୁଲ ଗାନ୍ଧି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସରେ ଜଣେ ବ୍ୟକ୍ତି ଓ ଗୋଟିଏ ପୋଷ୍ଟ ନିୟମ ରହିଛି। ଆମର ଆଶା ସମସ୍ତେ ଏହି ନିୟମ ପାଳନ କରିବେ।

କେରଳରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ରାହୁଲ ଗାନ୍ଧି କହିଛନ୍ତି, “ଆମେ ସମସ୍ତେ ରାଜସ୍ଥାନର ଉଦୟପୁରରେ ଗୋଟିଏ ପ୍ରତିଜ୍ଞା କରିଥିଲୁ। ମୋର ଆଶା ଏହି ପ୍ରତିଜ୍ଞା କାଏମ ରହିବ। ଏହାର ଅର୍ଥ ଜଣେ ବ୍ୟକ୍ତି ଓ ଗୋଟିଏ ପୋଷ୍ଟ ନିୟମ ଲାଗୁ ହେବ।”

୭୧ ବର୍ଷୀୟ ଗେହଲଟ କଂଗ୍ରେସ ସଭାପତି ପଦ ପାଇଁ ଗାନ୍ଧି ପରିବାରର ପ୍ରଥମ ପସନ୍ଦ। କିନ୍ତୁ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହୁଁଛନ୍ତି। ସେ ଭାବୁଛନ୍ତି ଯେ ଯଦି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ୁଛନ୍ତି, ତା’ହେଲେ ସଚିବ ପାଇଲଟ ତାଙ୍କ ସ୍ଥାନ ନେଇଯିବେ। ପାଇଲଟ ୨୦୨୦ରେ ଗେହଲଟଙ୍କ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ତେଣୁ ଗେହଲଟ ସେବେଠାରୁ ସଚିନଙ୍କୁ କୋଣଠେସା କରି ରଖିବାକୁ ଉଦ୍ୟମ କରୁଛନ୍ତି।

ହେଲେ ରାହୁଲ ଗାନ୍ଧିଙ୍କ ବୟାନ ଗେହଲଟଙ୍କ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। ରାହୁଲ ଆହୁରି କହିଛନ୍ତି, “କଂଗ୍ରେସ ସଭାପତି ପଦ ହେଉଛି ଗୋଟିଏ ବିଚାରଧାରାର ପଦବୀ। ଯିଏ ବି କଂଗ୍ରେସ ସଭାପତି ହେବେ, ସେ ଗୋଟିଏ ବିଚାରଧାରା, ବ୍ୟବସ୍ଥା ଓ ଭାରତର ଭିଜନକୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି ସବୁବେଳେ ଭାବିବା ଦରକାର।

ଆମେ ଗୋଟିଏ ଐତିହାସିକ ପରିସ୍ଥିତି କଥା କହିଥାଉ, ଯାହା ଭାରତର ଗୋଟିଏ ନିର୍ଦ୍ଦିଷ୍ଟ ମତାମତକୁ ଦର୍ଶାଇଥାଏ। ଘୃଣା, ହିଂସା ଓ ଅହଂଙ୍କାର ଏବେ ସ୍ପଷ୍ଟ ଭାବେ ଦେଖାଯାଉଛି। ଦେଶରେ ମାନବିକତାର ପରମ୍ପରା ରହିଛି। ମାନବିକତା ଓ ଅହିଂସା ହିଁ ପ୍ରକୃତ ଭାରତକୁ ଦେଖାଇଥାଏ।

ଭାରତ ଯୋଡ଼ୋ ଯାତ୍ରା ପ୍ରତିଟି ରାଜ୍ୟରେ ହେଉଛି। ଶାସନରେ ଯିଏବି ଥାଆନ୍ତୁ ନା କାହିଁକି ଯାତ୍ରା ଆୟୋଜିତ ହେଉଛି। କାରଣ ଲୋକମାନେ ଏବେ ଅସହ୍ୟ ଯନ୍ତ୍ରଣାରେ ରହିଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos