ରାଜ୍ୟ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ଜୟପୁର: ମହାମାରୀ କରୋନା ପୁଣିଥରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଆଜି ୧୦ମ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିଥିଲା। ଏବେ ରାଜସ୍ଥାନ ସରକାର ରାଜ୍ୟର ୧୦ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରାଜ୍ୟ ବୋର୍ଡ ୮ମ, ୯ ଓ ଏକାଦଶ ଶ୍ରେଣୀର ସମସ୍ତ ପିଲାଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ କ୍ଲାସକୁ ଯିବାକୁ ଅନୁମତି ଦେଇଛି। ୧୦ମ ଓ […]

Exam

Exam

Hemant Lenka
  • Published: Wednesday, 14 April 2021
  • Updated: 14 April 2021, 08:26 PM IST

Sports

Latest News

ଜୟପୁର: ମହାମାରୀ କରୋନା ପୁଣିଥରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଆଜି ୧୦ମ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବା ବେଳେ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିଥିଲା। ଏବେ ରାଜସ୍ଥାନ ସରକାର ରାଜ୍ୟର ୧୦ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରାଜ୍ୟ ବୋର୍ଡ ୮ମ, ୯ ଓ ଏକାଦଶ ଶ୍ରେଣୀର ସମସ୍ତ ପିଲାଙ୍କୁ ବିନା ପରୀକ୍ଷାରେ ପରବର୍ତ୍ତୀ କ୍ଲାସକୁ ଯିବାକୁ ଅନୁମତି ଦେଇଛି।

୧୦ମ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥିଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସ୍ରଙ୍କ ସହ ଆଲୋଚନା କରିଥିଲେ। ଏହାପରେ କରୋନାର ଦ୍ୱିତୀୟ ୱେବକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।

ମୁଖ୍ୟମନ୍ତ୍ରୀ ଗେହଲଟ ବିଶେଷଜ୍ଞ, ଡାକ୍ତର, ବିଭନ୍ନ ରାଜନୀତିକ, ଧାର୍ମିକ ଓ ସାମାଜିକ ନେତାମାନଙ୍କ ସହ କଥା ହୋଇଥିଲେ। କରୋନା ସଂକ୍ରମଣକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବ, ସେ ବିଷୟରେ ଗେହଲଟ ସମସ୍ତଙ୍କ ପରାମର୍ଶ ଲୋଡ଼ିଥିଲେ।

ସଂକ୍ରମଣକୁ ଦୃଷ୍ଟିରେ ରଖି ଶିକ୍ଷାମନ୍ତ୍ରୀ ଗୋବିନ୍ଦ ୧୦ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହା ଉପରେ ମୋହର ମାରିଛନ୍ତି। ଏଥିସହ ୮ମ,୯ମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ଏବେ ମାର୍କ ଆଧାରରେ ସେମାନେ ପରବର୍ତ୍ତୀ କ୍ଲାସକୁ ଯିବେ।

ଆସନ୍ତା ୧୫ରୁ ୨୦ ଦିନ ଭିତରେ ସ୍ଥିତିରେ ସୁଧାର ଆସିଲେ ୧୦ ଓ ଦ୍ୱାଦଶ ରାଜ୍ୟ ବୋର୍ଡ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ କରାଯିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos