ବନ୍ଧା ହେବେ ସାମ୍ବାଦିକ ଅମନ ଚୋପ୍ରା, କାହିଁକି ଜାଣନ୍ତୁ

ଜୟପୁର: ଗିରଫ ହେବେ ସାମ୍ବାଦିକ ଅମନ ଚୋପ୍ରା। ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ହେଲା ଭଳି ଖବର ପରିବେଷଣ କରି ଅଡ଼ୁଆରେ ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ସାମ୍ବାଦିକ ଅମନ ଚୋପ୍ରା।  ଅମନଙ୍କକୁ ଗିରଫ କରିବା ପାଇଁ ନୋଏଡାରେ ଡେରା ପକାଇଛି ରାଜସ୍ଥାନ ପୁଲିସ। ସାମ୍ପ୍ରଦାୟିକ ଶତ୍ରୁତା ସୃଷ୍ଟି ପାଇଁ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ଅମନ ଖବର ପରିବେଷଣ କରିଥିବା ଅଭିଯୋଗ ହୋଇଛି। ଡୁଙ୍ଗରପୁର କୋଟୱାଲି ପୁଲିସ କହିବା ଅନୁଯାୟୀ, ଅମନଙ୍କ ନାମରେ ଏ ସମ୍ପର୍କରେ ଏକାଧିକ […]

aman

aman

Tapas Behera
  • Published: Sunday, 08 May 2022
  • Updated: 08 May 2022, 04:38 PM IST

Sports

Latest News

ଜୟପୁର: ଗିରଫ ହେବେ ସାମ୍ବାଦିକ ଅମନ ଚୋପ୍ରା। ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି ହେଲା ଭଳି ଖବର ପରିବେଷଣ କରି ଅଡ଼ୁଆରେ ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ସାମ୍ବାଦିକ ଅମନ ଚୋପ୍ରା।  ଅମନଙ୍କକୁ ଗିରଫ କରିବା ପାଇଁ ନୋଏଡାରେ ଡେରା ପକାଇଛି ରାଜସ୍ଥାନ ପୁଲିସ। ସାମ୍ପ୍ରଦାୟିକ ଶତ୍ରୁତା ସୃଷ୍ଟି ପାଇଁ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ଅମନ ଖବର ପରିବେଷଣ କରିଥିବା ଅଭିଯୋଗ ହୋଇଛି। ଡୁଙ୍ଗରପୁର କୋଟୱାଲି ପୁଲିସ କହିବା ଅନୁଯାୟୀ, ଅମନଙ୍କ ନାମରେ ଏ ସମ୍ପର୍କରେ ଏକାଧିକ ଏତଲା ରୁଜୁ ହୋଇଛି। ରାଜଗଡ଼ର ଅଲୱର ଜିଲ୍ଲାରେ ଏକ ମନ୍ଦିର ଭଙ୍ଗାକୁ ନେଇ ଅମନ ମିଥ୍ୟା ଖବର ପରିବେଷଣ କରିଥିବା ଅଭିଯୋଗ ହୋଇଛି।

ଦିଲ୍ଲୀର ଜହାଙ୍ଗୀର ପୁର ଘଟଣାରେ ରାଜସ୍ଥାନ ସରକାର ଅଲୱର ଜିଲ୍ଲାରେ ହିନ୍ଦୁ ମନ୍ଦିର ଭାଙ୍ଗି ପ୍ରତିଶୋଧ ନେଇଥିବା ଅମନ ଖବର ପରିବେଷଣ କରିଥିଲେ। ଏ ନେଇ ଅମନଙ୍କ ନାମରେ ଥନାରେ ଏତଲା ହୋଇଛି । ଅମନଙ୍କ ନାମରେ ପୁପୁଣ୍ଡି, ଅଲୱର ଓ ଡୁଙ୍ଗରପୁର ଜିଲ୍ଲାର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି।  ଧର୍ମୀୟ ଭାବନାକୁ ଆଘାତ ଦେବା, ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି ପାଇଁ ଉସକେଇବା ସହ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଛି। ତେବେ ବୁନ୍ଦି ଏବଂ ଅଲୱର ଜିଲ୍ଲାରେ ହୋଇଥିବା ଦୁଇଟି ମାମଲାରେ ଗିରଫ ନେଇ ଅମନ ରାଜସ୍ଥାନ ହାଇକୋର୍ଟରୁ ରହିତାଦେଶ ପାଇଛନ୍ତି। ହେଲେ ଡୁଙ୍ଗରପୁର ଜିଲ୍ଲାରେ ହୋଇଥିବା ମାମଲାରେ ସେଠାକାର ଏକ କୋର୍ଟ ଅମନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିବା ପୁଲିସ ସୂଚନା ଦେଇଛି ।

ଡୁଙ୍ଗରପୁର ଏସପି ସୁଧିର ଜୋଷୀ କହିଛନ୍ତି ଯେ, ଅମନଙ୍କୁ ଗିରଫ ପାଇଁ ଆମର ଏକ ଟିମ୍‌ ନୋଏଡାରେ ସର୍ଚ୍ଚ ଅପରେଶନ ଜାରି ରଖିଛି।  ଗତକାଲି ପୁଲିସର ଏକ ଟିମ୍ ତାଙ୍କ ଘରକୁ ଯାଇଥିଲା। କିନ୍ତୁ ତାଙ୍କର ଦେଖା ମିଳି ନଥିଲା।  ତାଙ୍କ ଘର ଗେଟରେ ଚାବି ପଡ଼ିଥିଲା। ସେ କହିଛନ୍ତି ଯେ, ହାଇକୋର୍ଟ ଅର୍ଡ଼ରରେ ଡୁଙ୍ଗରପୁର ମାମଲା ସମ୍ପର୍କରେ ଉଲ୍ଲେଖ ନାହିଁ। କେବଳ ବୁନ୍ଦି ଏବଂ ଅଲୱର ଜିଲ୍ଲାରେ ହୋଇଥିବା ମାମଲାରେ ଗିରଫ ନେଇ ରହିତାଦେଶ ଜାରି ହୋଇଛି। ହେଲେ ଏହି ମାମଲାରେ ନୋଏଡା ପୁଲିସ ତାଙ୍କୁ ସହଯୋଗ କରିନାହିଁ। ଅମନଙ୍କ ଗିରଫଦାରି ନେଇ ନୋଏଡା ପୁଲିସ ବାଧା ସୃଷ୍ଟି କରିଛି । ସିଧାସଳଖ ଅମନଙ୍କୁ ଗିରଫ ପୂର୍ବରୁ ସ୍ଥାନୀୟ ପୁଲିସ ଷ୍ଟେସନକୁ ଆସି ପରାମର୍ଶ କରିବାବାକୁ ନୋଏଡା ପୁଲିସ କହିଛି। କିନ୍ତୁ ପୂର୍ବରୁ ନୋଏଡା ପୁଲିସକୁ ସବିଶେଷ ତଥ୍ୟ ଦିଆଯାଇଥିବା  ଡୁଙ୍ଗରପୁର ଏସପି ସୁଧିର ଜୋଷୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos