ମବ୍‌ ଲିଞ୍ଚିଂର ବାପା ରାଜୀବ ଗାନ୍ଧି: ବିଜେପି

ନୂଆଦିଲ୍ଲୀ: ମବ ଲିଞ୍ଚିଂକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ରବାକ୍ ଯୁଦ୍ଧ ଦେଖିବାକୁ ମିଳିଛି। ମବ ଲିଞ୍ଚିଂକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରିଥିବା ବେଳେ ଏବେ ବିଜେପି ଏହାକୁ କାଉଣ୍ଟର କରିଛି। ବିଜେପି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଫାଦର ଅଫ ମବ୍ ଲିଞ୍ଚିଂ ବା ପିଟିପିଟି ହତ୍ୟା କରିବା ଭଳି ଘଟଣାର ବାପା ବୋଲି କହିଛି। ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଶିଖଙ୍କ ନରସଂହାର ହେବା ଘଟଣାକୁ […]

Rajib-Gandhi

Rajib-Gandhi

Hemant Lenka
  • Published: Tuesday, 21 December 2021
  • Updated: 21 December 2021, 06:24 PM IST

Sports

Latest News

ନୂଆଦିଲ୍ଲୀ: ମବ ଲିଞ୍ଚିଂକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ରବାକ୍ ଯୁଦ୍ଧ ଦେଖିବାକୁ ମିଳିଛି। ମବ ଲିଞ୍ଚିଂକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବିଜେପିକୁ ଟାର୍ଗେଟ କରିଥିବା ବେଳେ ଏବେ ବିଜେପି ଏହାକୁ କାଉଣ୍ଟର କରିଛି। ବିଜେପି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ଫାଦର ଅଫ ମବ୍ ଲିଞ୍ଚିଂ ବା ପିଟିପିଟି ହତ୍ୟା କରିବା ଭଳି ଘଟଣାର ବାପା ବୋଲି କହିଛି।

ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଶିଖଙ୍କ ନରସଂହାର ହେବା ଘଟଣାକୁ କଂଗ୍ରେସ ଯଥାର୍ଥ ବୋଲି କହିଥିବା ବିଜେପି ଆଇଟି ୱିଙ୍ଗ ହେଡ୍‌ ଅମିତ ମାଲବ୍ୟ ଦାବି କରିଛନ୍ତି। ଏଥିସହ ‘ଯେତେବେଳେ ବଡ଼ ଗଛ ପଡ଼ିବ ସେତେବେଳେ ମାଟି ଦୋହଲିବ’ ବୋଲି ରାଜୀବ ଗାନ୍ଧି ଦେଇଥିବା ବୟାନକୁ ମଧ୍ୟ ମାଲବ୍ୟ ପୋଷ୍ଟ କରିଛନ୍ତି।

ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ରାଜୀବ ଗାନ୍ଧି ସେତେବେଳେ ଏପରି ବୟାନ ଦେଇଥିଲେ। ତେଣୁ ଅମିତ ମାଲବ୍ୟ ଉକ୍ତ ବୟାନକୁ ପୋଷ୍ଟ କରି ରାଜୀବ ଗାନ୍ଧିଙ୍କୁ ମବ ଲିଞ୍ଚିଂର ବାପା ବୋଲି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି। ୧୯୯୬୯ରୁ ୧୯୯୩ ମଧ୍ୟରେ କେଉଁ ସବୁ ସ୍ଥାନରେ ଦଙ୍ଗା ଘଟିଥିଲା, ସେକଥା ମଧ୍ୟ ମାଲବ୍ୟ ଟ୍ୱିଟ କରିଛନ୍ତି। ଏହି ସମୟରେ କଂଗ୍ରେସ ଶାସନରେ ଥିଲା।


ସେ କହିଛନ୍ତି, “ଅହମଦାବାଦ(୧୯୬୯), ଜଲଗାଓଁ(୧୯୭୦), ମୋରଦାବାଦ(୧୯୮୦), ନେଲ୍ଲିଇ(୧୯୮୩), ଭିୱାଣ୍ଡି(୧୯୮୪), ଦିଲ୍ଲୀ(୧୯୮୪), ଅହମଦାବାଦ(୧୯୯୫), ଭାଗଲପୁର(୧୯୮୯), ହାଇଦ୍ରାବାଦ(୧୯୯୦), କାନପୁର(୧୯୯୨) ଓ ମୁମ୍ବାଇ(୧୯୯୩)। ଏହା ଏକ ସଂକ୍ଷିକ୍ତ ତାଲିକା ଯେଉଁଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ନେହରୁ-ଗାନ୍ଧି ପରିବାରର ଆଖି ଆଗରେ ଏହା ଘଟିଥିଲା।”

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମଧ୍ୟ ୧୯୮୪ ଶିଖ ଦଙ୍ଗା ଘଟଣା ଉଠାଇଥିଲେ ଓ ଏକାଧିକ କଂଗ୍ରେସ ନେତା ଏହି ଘଟଣାରେ ଅଭିଯୁକ୍ତ ଥିବା କଥା କହିଥିଲେ। ସେ କହିଥିଲେ, “ଶିଖମାନଙ୍କ ବେକରେ ଟାୟର ପକାଇ ଜୀବନ୍ତ ଜଳାଇ ଦିଆଯାଇଥିଲା। ଏହା କ’ଣ ଲିଞ୍ଚିଂ ନଥିଲା?” ୨୦୧୪ ପୂର୍ବରୁ ଲିଞ୍ଚିଂ ଶବ୍ଦ ଶୁଣିବାକୁ ମିଳୁ ନଥିଲା ବୋଲି ରାହୁଲ ଗାନ୍ଧି ଟ୍ୱିଟ କରିବା ପରେ ବିଜେପି ଆଟାକିଂ ମୋଡ୍‌କୁ ଚାଲି ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos