ଆରସିପି ସିଂହଙ୍କ ସ୍ଥାନ ନେଲେ ରାଜୀବ ରଞ୍ଜନ

ପାଟନା: ବଦଳିଛନ୍ତି ଜେଡିୟୁର ଜାତୀୟ ସଭାପତି। ପୂର୍ବରୁ ଦଳର ମୁଖ୍ୟ ତଥା ଜାତୀୟ ସଭାପତି ଭାବେ କାମ କରୁଥିବା ଆରସିପି ସିଂହଙ୍କ ସ୍ଥାନ ନେଇଛନ୍ତି ରାଜୀବ ରଞ୍ଜନ ସିଂହ। ସେ ଜେଡିୟୁର ବରିଷ୍ଠ ନେତା ହୋଇଥିବା ବେଳେ ତାଙ୍କୁ ସମସ୍ତେ ଲଲନ ସିଂହ ଭାବେ ଜାଣିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଜେଡିୟୁରୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଦିଲ୍ଲୀରେ ଥିବା ଦଳୀୟ ମୁଖ୍ୟାଳୟରେ ବସିଥିବା ଏହି ବୈଠକରେ ସର୍ବସମ୍ମତିକ୍ରମେ ରାଜୀବଙ୍କୁ ଜେଡିୟୁର ଜାତୀୟ ସଭାପତି […]

Rajiv

Rajiv

Hemant Lenka
  • Published: Saturday, 31 July 2021
  • Updated: 31 July 2021, 08:58 PM IST

ପାଟନା: ବଦଳିଛନ୍ତି ଜେଡିୟୁର ଜାତୀୟ ସଭାପତି। ପୂର୍ବରୁ ଦଳର ମୁଖ୍ୟ ତଥା ଜାତୀୟ ସଭାପତି ଭାବେ କାମ କରୁଥିବା ଆରସିପି ସିଂହଙ୍କ ସ୍ଥାନ ନେଇଛନ୍ତି ରାଜୀବ ରଞ୍ଜନ ସିଂହ। ସେ ଜେଡିୟୁର ବରିଷ୍ଠ ନେତା ହୋଇଥିବା ବେଳେ ତାଙ୍କୁ ସମସ୍ତେ ଲଲନ ସିଂହ ଭାବେ ଜାଣିଛନ୍ତି।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଜେଡିୟୁରୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଦିଲ୍ଲୀରେ ଥିବା ଦଳୀୟ ମୁଖ୍ୟାଳୟରେ ବସିଥିବା ଏହି ବୈଠକରେ ସର୍ବସମ୍ମତିକ୍ରମେ ରାଜୀବଙ୍କୁ ଜେଡିୟୁର ଜାତୀୟ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ଦିଲ୍ଲୀରେ ରାଜୀବଙ୍କ ନାଁରେ ମୋହର ବାଜିବା ପରେ ପାଟନାରେ ଥିବା ଦଳୀୟ ମୁଖ୍ୟାଳୟରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା। ରାଜୀବଙ୍କ ସମର୍ଥକମାନେ ଉତ୍ସବ ମନାଇବା ସହ ପରସ୍ପରକୁ ମିଠା ଖୁଆଇ ଏହି ନିଯୁକ୍ତିରେ ନାଚି ଉଠିଥିଲେ।

ପୂର୍ବରୁ ଆରିସିପି ସିଂହ ଜେଡିୟୁର ଜାତୀୟ ସଭାପତି ଥିଲେ। କିନ୍ତୁ ନିକଟରେ ତାଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଏହି କାରଣରୁ ଆଜି ଦଳର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

ଏହାପରେ ନୀତୀଶ କୁମାର, ଆରସିପି ସିଂହ, ଦଳର ସମସ୍ତ ସାଂସଦ, ଜାତୀୟ ପଦାଧିକାରୀ, ରାଜ୍ୟର ମୁଖ୍ୟମାନେ ଓ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ମିଳିତ ଭାବେ ପରବର୍ତ୍ତୀ ଅଧ୍ୟକ୍ଷ ବାଛିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ସମସ୍ତେ ରାଜୀବ ହିଁ ଏହି ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos