ରାମ ମନ୍ଦିର ନିର୍ମାଣ ପାଇଁ ୩ କିମ୍ବା ୫ରେ ମୂଳଦୁଆ ପକାଇବେ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ବସିଥିଲା। ବୈଠକରେ ଅଗଷ୍ଟ ୩ କିମ୍ବା ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ପତ୍ର ପଠା ଯାଇଛି। ମୋଦି ସେମାନଙ୍କ ନିମନ୍ତ୍ରଣ ରକ୍ଷା କରି ମୂଳଦୁଆ ପକାଇବା କ୍ଷଣି ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ମନ୍ଦିର ନିର୍ମାଣ ସଂପର୍କରେ କେତେକ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ମୂଳଦୁଆ ପକାଇବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦୁଇଟି ତାରିଖ ଅଗଷ୍ଟ ୩ ଓ ଅଗଷ୍ଟ ୫ ତାରିଖ ଧାର୍ଯ୍ୟ କରାଯାଇଛି।

ଏହି ଦୁଇ ତାରିଖ ମଧ୍ୟରୁ ଗୋଟିଏ ତାରିଖ ବାଛିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ରଷ୍ଟ ପ୍ରସ୍ତାବ ଦେଇଛି । ପ୍ରଧାନମନ୍ତ୍ରୀ ଗୋଟିଏ ତାରିଖ ବାଛିଲେ ସେହିଦିନ ମୂଳଦୁଆ ପଡ଼ିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ଦିର ନିର୍ମାଣ ଲାଗି ଲାର୍ସନ ଆଣ୍ଡ ଟୁବ୍ରୋ କଂପାନି ମୃତ୍ତିକାର ନମୁନା ସଂଗ୍ରହ କରିଛି। ଏହାସହ ୬୦ ମିଟର ଗଭୀରରୁ ମନ୍ଦିର ପାଇଁ ମାଟି ନମୁନା ନିଆଯିବା ସହ ଫାଉଣ୍ଡେସନ ଲାଗି ସ୍କେଚ ପ୍ରସ୍ତୁତ କରାଯାଉଛି। ଡ୍ରଇଁ ଅନୁସାରେ ମନ୍ଦିରର ଫାଉଣ୍ଡେସନ ପଡ଼ିବ ବୋଲି ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ କହିଛନ୍ତି।

ତେବେ ମନ୍ଦିରର ଭୂମି ପୂଜା ଲାଗି ପ୍ରଧାନମନ୍ତ୍ରୀ ମୋଦି ଦିନ ସ୍ଥିର କରିବେ। କରୋନା ମହାମାରୀ ପାଇଁ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଭୂମି ପୂଜା ହୋଇପାରେ। ମନ୍ଦିରର ଭୂମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟ୍ରଷ୍ଟ ସଭାପତି ନୃତ୍ୟ ଗୋପାଳ ଦାସ ଚିଠି ଲେଖିଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ

ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଛନ୍ତି, କଟିବ ଇ-ଚାଲାଣ

ଆସନ୍ତାକାଲିଠୁ ବିଧାନସଭା: ଆସିବ ୯ଟି ଅଧ୍ୟାଦେଶ ସମେତ ୧୬ ବିଲ୍‌

କରୋନା ଭାଇରସ ଉପରେ ଏହି ଔଷଧ ୧୦ଗୁଣା ଅଧିକ ପ୍ରଭାବଶାଳୀ!

ଅନଲକ-୫ରେ ଖୋଲିବ ସିନେମା ହଲ୍‌, ଆହୁରି କୋହଳ ହେବ କଟକଣା!

ଆଇପିଏଲରେ କମବ୍ୟାକ୍ କରିବେ କି ନାମୀ ଦଳ ଓ ଦାମୀ ଖେଳାଳି

କୃଷି ବିଲ୍‌ ବିରୋଧରେ ଲଢ଼େଇ ଜୋରଦାର: ଧାରଣାରେ ବସିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଚାଷୀଙ୍କ ବିରୋଧ ଜାରି

ଲତାଙ୍କୁ ମାରିବାକୁ ବିଷ ଦିଆଯାଇଥିଲା

‘ପରୀକ୍ଷା ଟାଳିବା ଅସମ୍ଭବ’, ୩୦ରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ

କୃଷି ବିଲକୁ ବିରୋଧ, ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ଜଳାଇଲେ ଚାଷୀ

ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ହଜାର ହଜାର ସୈନ୍ୟ ମୁତୟନ

ଚୀନର କ୍ରୁରତା, ହଜାର ହଜାର ଲୋକଙ୍କୁ ଦିଆଯାଉଛି ଅସୁରକ୍ଷିତ କରୋନା ଟିକା