ଦଳିତ ମହିଳାଙ୍କୁ ବିବାହ କଲେ ରାହୁଲ ଗାନ୍ଧିଙ୍କୁ ସରକାର ଦେବେ ୨.୫ ଲକ୍ଷ ଟଙ୍କା: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଦଳିତ ନେତା ରାମଦାସ ଅଠାୱାଲେ। ନିକଟରେ ରାହୁଲ ଗାନ୍ଧି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ କରି “ଆମେ ଦୁଇ, ଆମର ଦୁଇ” ନାରା ଜରିଆରେ ସମାଲୋଚନା କରିଥିଲେ। ଏହାକୁ ଆଧାର କରି ଆଜି ଅଠାୱାଲେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାମଦାସ ଅଠାୱାଲେ କହିଛନ୍ତି, ଫ୍ୟାମିଲି ପ୍ଲାନିଂ ପାଇଁ ଆମେ ଦୁଇ, ଆମର ଦୁଇ ନାରା ବ୍ୟବହାର […]

Centre

Centre

Hemant Lenka
  • Published: Wednesday, 17 February 2021
  • Updated: 17 February 2021, 09:42 PM IST

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଦଳିତ ନେତା ରାମଦାସ ଅଠାୱାଲେ। ନିକଟରେ ରାହୁଲ ଗାନ୍ଧି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ କରି “ଆମେ ଦୁଇ, ଆମର ଦୁଇ” ନାରା ଜରିଆରେ ସମାଲୋଚନା କରିଥିଲେ।

ଏହାକୁ ଆଧାର କରି ଆଜି ଅଠାୱାଲେ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାମଦାସ ଅଠାୱାଲେ କହିଛନ୍ତି, ଫ୍ୟାମିଲି ପ୍ଲାନିଂ ପାଇଁ ଆମେ ଦୁଇ, ଆମର ଦୁଇ ନାରା ବ୍ୟବହାର କରାଯାଉଥିଲା। ଯଦି ରାହୁଲ ଗାନ୍ଧି ଏହାକୁ ପ୍ରଚାର କରିବାକୁ ଚାହୁଁଛନ୍ତି, ତା’ହେଲେ ସେ ନିହାତି ବାହା ହେବା ଦରକାର।

ଜାତିଗତ ଭେଦଭାବ ଦୂର କରିବା ପାଇଁ ମହାତ୍ମା ଗାନ୍ଧି ଯେଉଁ ସ୍ୱପ୍ନ ଦେଖିଥିଲେ, ତା’କୁ ପୂରଣ କରିବା ପାଇଁ ରାହୁଲ ଗାନ୍ଧି ଜଣେ ଦଳିତ ମହିଳାଙ୍କୁ ବିବାହ କରନ୍ତୁ। ଏହା ଯୁବଗୋଷ୍ଠୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ। ଯଦି ରାହୁଲ ଗାନ୍ଧି ଇଣ୍ଟର-କାଷ୍ଟ ବିବାହ କରିବେ, ତା’ହେଲେ ଆମ ମନ୍ତ୍ରଣାଳୟ ତାଙ୍କୁ ୨.୫ ଲକ୍ଷ ଟଙ୍କାର ସ୍କିମ ଯୋଗାଇ ଦେବ ବୋଲି ସେ କହିଛନ୍ତି।

ଗତ ସପ୍ତାହରେ ରାହୁଲ ଗାନ୍ଧି ସଂସଦରେ କୃଷି ଆଇନ ବିରୋଧରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ସମୟରେ ସେ ଆମେ ଦୁଇ, ଆମର ଦୁଇ ନୀତିରେ ୪ ଜଣ ଲୋକ ଦେଶକୁ ଚଳାଉଛନ୍ତି ବୋଲି କହିଥିଲେ। ଏହାକୁ ବିଜେପି ପକ୍ଷରୁ ଜୋରଦାର କାଉଣ୍ଟର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos