ଗୁଜରାଟରେ ନିର୍ବାଚନ ଲଢ଼ିବେ ଜାଡେଜାଙ୍କ ପତ୍ନୀ!

ଅହମଦାବାଦ: କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନେ ପ୍ରାର୍ଥୀ ହେବେ। ୩ ବର୍ଷ ତଳେ ସେ କ୍ଷମତାସୀନ ବିଜେପିରେ ସାମିଲ ହୋଇଥିଲେ। ଏବେ ବିଜେପି ତାଙ୍କୁ ନିର୍ବାଚନ ବେଳେ ଦଳୀୟ ଟିକେଟ ଦେବ ବୋଲି ଜଣାପଡ଼ିଛି। ଆଜି ଗୁଜରାଟ ବିଧାନସଭା ନିର୍ବାଚନରେ କେଉଁମାନେ ପ୍ରାର୍ଥୀ ହେବେ, ତା’ର ନିଷ୍ପତ୍ତି ନେବାକୁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ […]

jadeja

jadeja

Hemant Lenka
  • Published: Wednesday, 09 November 2022
  • Updated: 09 November 2022, 12:46 PM IST

Sports

Latest News

ଅହମଦାବାଦ: କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ଆସନ୍ତା ଗୁଜରାଟ ବିଧାନସଭା ନିର୍ବାଚନେ ପ୍ରାର୍ଥୀ ହେବେ। ୩ ବର୍ଷ ତଳେ ସେ କ୍ଷମତାସୀନ ବିଜେପିରେ ସାମିଲ ହୋଇଥିଲେ। ଏବେ ବିଜେପି ତାଙ୍କୁ ନିର୍ବାଚନ ବେଳେ ଦଳୀୟ ଟିକେଟ ଦେବ ବୋଲି ଜଣାପଡ଼ିଛି।

ଆଜି ଗୁଜରାଟ ବିଧାନସଭା ନିର୍ବାଚନରେ କେଉଁମାନେ ପ୍ରାର୍ଥୀ ହେବେ, ତା’ର ନିଷ୍ପତ୍ତି ନେବାକୁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅନ୍ୟ ବରିଷ୍ଠ ନେତାମାନେ ଏଥିରେ ଯୋଗଦେବେ। ଏହି ବୈଠକରେ ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ।

କିନ୍ତୁ ଦଳୀୟ ସୂତ୍ର ଅନୁସାରେ, ବିଜେପି ଏଥର ଗୁଜରାଟ ବିଧାନସଭା ନିର୍ବାଚନରେ କଂଗ୍ରେସରୁ ଆମଦାନୀ ହୋଇଥିବା ନେତା ଓ ସେଲେବ୍ରିଟିଙ୍କୁ ଅଧିକ ସଂଖ୍ୟାରେ ଟିକେଟ ଦେବାକୁ ଯୋଜନା କରିଛି। ଏହି ଆଧାରରେ ଜାଡେଜାଙ୍କ ପତ୍ନୀ ରିଭାବା ମଧ୍ୟ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିବେ।

ରିଭାବା ଜଣେ ମେକାନିକାଲ ଇଞ୍ଜିନିୟର। ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ଭାବେ ତାଙ୍କର ବେଶ ଲୋକପ୍ରିୟତା ରହିଛି। ରିଭାବା କଂଗ୍ରେସ ଭେଟରାନ ହରି ସିଂହ ସୋଲାଙ୍କିଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଉଥିଲା। ହେଲେ ସେ ୩ ବର୍ଷ ତଳେ ବିଜେପିରେ ମିଶିବା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହାବାଦ ରିଭାବାଙ୍କ କରନି ସେନାର ଜଣେ ସଦସ୍ୟ। ରିଭାବା ୨୦୧୬ରେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ।

ଅନ୍ୟପକ୍ଷରେ ଦୀର୍ଘ ୨୭ ବର୍ଷ ହେଲା ରାଜ୍ୟରେ ଶାସନ କରୁଥିବା ବିଜେପି ଏଥର ବିଜୟ ରୂପାନୀ ଓ ନୀତୀନ ପଟେଲଙ୍କ ଭଳି ବରିଷ୍ଠ ନେତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେବନି। ସେହିପରି ୭୫ ବର୍ଷ ଅତିକ୍ରମ କରି ସାରିଥିବା ନେତା, ସାଂସଦ ଓ ବିଧାୟକମାନଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯିବ ନାହିଁ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story