ହିଂସାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କା, ସରକାରୀ ଚାକିରି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ବ୍ୟାକଫୁଟରେ ଥିବା ଯୋଗୀ ସରକାର ବଡ଼ ଘୋଷଣା କରିଛନ୍ତି। ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସକାଣ୍ଡ ଘଟଣାର ତଦନ୍ତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ଯୋଗୀ ସରକାର ଘୋଷଷା କରିଛନ୍ତି। ଏଥିସହ ମୃତ ଚାଷୀଙ୍କ ପରିବାର ବର୍ଗଙ୍କୁ ସରକାର ୪୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମଧ୍ୟ ପ୍ରଦାନ କରିବେ। ଏହାବାଦ ପରିବାରର ଜଣଙ୍କୁ ସରକାରୀ ଚାକିରି ମଧ୍ୟ ମିଳିବ। ସରକାରଙ୍କ ଏହି ନିଷ୍ପତ୍ତି […]

Farmer.jpg1

Farmer.jpg1

Hemant Lenka
  • Published: Monday, 04 October 2021
  • Updated: 04 October 2021, 01:42 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ନେଇ ବ୍ୟାକଫୁଟରେ ଥିବା ଯୋଗୀ ସରକାର ବଡ଼ ଘୋଷଣା କରିଛନ୍ତି। ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସକାଣ୍ଡ ଘଟଣାର ତଦନ୍ତ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରାଯିବ ବୋଲି ଯୋଗୀ ସରକାର ଘୋଷଷା କରିଛନ୍ତି। ଏଥିସହ ମୃତ ଚାଷୀଙ୍କ ପରିବାର ବର୍ଗଙ୍କୁ ସରକାର ୪୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ମଧ୍ୟ ପ୍ରଦାନ କରିବେ। ଏହାବାଦ ପରିବାରର ଜଣଙ୍କୁ ସରକାରୀ ଚାକିରି ମଧ୍ୟ ମିଳିବ।

ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଆଇନଶୃଙ୍ଖଳା ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ରବିବାର ଲଖିମପୁର ହିଂସାକାଣ୍ଡରେ ପ୍ରାଣ ହରାଇଥିବା ୪ ଚାଷୀଙ୍କ ପରିବାର ବର୍ଗଙ୍କୁ ସରକାର ୪୫ ଲକ୍ଷ ଟଙ୍କା ଲେଖାଏ ଦେବେ। ପରିବାରର ଜଣଙ୍କୁ ସରକାରୀ ଚାକିରି ମିଳିବ।

ଘଟଣାରେ ଆହତ ଲୋକମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଚାଷୀଙ୍କ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ ହେବ। ପୂରା ଘଟଣାର ତଦନ୍ତ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧୀନରେ କରାଯିବ। ଘଟଣା ପାଇଁ ଦାୟୀ ଲୋକଙ୍କୁ କେବେ ହେଲେ ଛଡ଼ା ଯିବ ନାହିଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ହିଂସା କ୍ଷତିଗ୍ରସ୍ତ ଲଖିମପୁର ଖେରିକୁ କୌଣସି ପ୍ରକାରର ରାଜନେତାଙ୍କୁ ଛଡ଼ା ଯିବନାହିଁ। କେବଳ ଚାଷୀ ନେତାମାନେ ସେଠାକୁ ଯାଇ ପାରିବେ। ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ସପା ମୁଖ୍ୟ ଅଖିଲେଶ ଯାଦବ ଓ ଆପ୍‌ ସାଂସଦ ସଞ୍ଜୟ ସିଂହ ଲଖିମପୁର ଯାଇ ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ ହେଁ ପୁଲିସ୍‌ ସେମାନଙ୍କୁ ଅଟକ ରଖିଛି। ତେବେ ବିଭିନ୍ନ ରାଜନୀତିକ ଦଳର ନେତାମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବାରେ ଲାଗିଛନ୍ତି।

ଚାଷୀମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏହାପରେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ୟୁପି ଉପ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବିରୋଧ କରିବାକୁ ରବିବାର ଶତାଧିକ ଚାଷୀ ଲଖିମପୁର ଖେରି ନିକଟରେ ଏକାଠି ହୋଇଥିଲେ। ତେବେ ଏହି ସମୟରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର କାର୍ ଚଢ଼ାଇ ୪ ଜଣ କୃଷକଙ୍କୁ ହତ୍ୟା କରିଥିବା ବେଳେ ୧୦ରୁ ଅଧିକ ଚାଷୀ ଆହତ ହୋଇଥିବା ଅଭିଯୋଗ ହୋଇଥିଲା।

ଏହାକୁ ନେଇ ସେଠାରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଉତ୍ତ୍ୟକ୍ତ ଚାଷୀମାନେ କେନ୍ଦ୍ରମନ୍ତ୍ରୀଙ୍କ କାରରେ ବସିଥିବା ୪ ଜଣଙ୍କୁ ମଧ୍ୟ ପିଟିପିଟି ହତ୍ୟା କରିଥିଲେ। ଏଥିସହ ଗାଡ଼ିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ପୂରା ଘଟଣାରେ ପୁଲିସ୍‌ ଆଶିଷ ଓ ତାଙ୍କ ବାପା ଅଜୟ ମିଶ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। କିନ୍ତୁ ଉଭୟ ଅଜୟ ଓ ଆଶିଷ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos