ପିଛିଲା ଟିକସ ଆଇନ ପ୍ରତ୍ୟାହାର କରିବେ ସରକାର, ୧୫ କମ୍ପାନୀକୁ ମିଳିବ ଫାଇଦା

ନୂଆଦିଲ୍ଲୀ: ବିବାଦୀୟ ରେଟ୍ରୋସ୍ପେକଟିଭ ବା ପିଛିଲା ଟିକସ ଆଇନକୁ ରଦ୍ଦ କରିବେ ଭାରତ ସରକାର। ୨୦୧୨ ମସିହାରେ ପ୍ରଣୀତ ହୋଇଥିବା ଏହି ଆଇନକୁ ନେଇ ବାଦ ବିବାଦ ଦେଖାଯାଇଥିଲା। ଆଜି କେନ୍ଦ୍ର କ୍ୟାବିନେଟ ଏହାକୁ ରଦ୍ଦ କରିବା ପାଇଁ ଆଗତ ବିଲ୍‌କୁ ମଞ୍ଜୁରୀ ଦେଇଛି। ଏହା ମୌସୁମୀ ଅଧିବେଶନ ବେଳେ ସଂସଦର ଅନୁମୋଦନ ଲାଭ କରିବ। ରେଟ୍ରୋସ୍ପେକ୍ଟିଭ୍ ଟିକସ ନିୟମ ଯୋଗୁ କେର୍ଣ୍ଣସ୍‌ ଓ ଭୋଡାଫୋନ୍ ପରି କମ୍ପାନୀ ସହ ସରକାରଙ୍କ ବିବାଦ ସୃଷ୍ଟି ହୋଇଥିଲା। ଏବେ […]

Tax

Tax

Hemant Lenka
  • Published: Thursday, 05 August 2021
  • Updated: 05 August 2021, 07:04 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ରେଟ୍ରୋସ୍ପେକଟିଭ ବା ପିଛିଲା ଟିକସ ଆଇନକୁ ରଦ୍ଦ କରିବେ ଭାରତ ସରକାର। ୨୦୧୨ ମସିହାରେ ପ୍ରଣୀତ ହୋଇଥିବା ଏହି ଆଇନକୁ ନେଇ ବାଦ ବିବାଦ ଦେଖାଯାଇଥିଲା। ଆଜି କେନ୍ଦ୍ର କ୍ୟାବିନେଟ ଏହାକୁ ରଦ୍ଦ କରିବା ପାଇଁ ଆଗତ ବିଲ୍‌କୁ ମଞ୍ଜୁରୀ ଦେଇଛି।

ଏହା ମୌସୁମୀ ଅଧିବେଶନ ବେଳେ ସଂସଦର ଅନୁମୋଦନ ଲାଭ କରିବ। ରେଟ୍ରୋସ୍ପେକ୍ଟିଭ୍ ଟିକସ ନିୟମ ଯୋଗୁ କେର୍ଣ୍ଣସ୍‌ ଓ ଭୋଡାଫୋନ୍ ପରି କମ୍ପାନୀ ସହ ସରକାରଙ୍କ ବିବାଦ ସୃଷ୍ଟି ହୋଇଥିଲା। ଏବେ ଏହାକୁ ଉଚ୍ଛେଦ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଭୋଡାଫୋନ ଓ କେର୍ଣ୍ଣସ୍‌ ଭଳି ୧୫ଟି କମ୍ପାନୀ ଲାଭବାନ ହେବେ। ଏଥିସହ ଆଇନ ଅନୁସାରେ ସେମାନେ ଦେଇଥିବା ଟିକସ ଟଙ୍କା ମଧ୍ୟ ବିନା ସୁଧରେ ଫେରିପାଇବେ।

ପ୍ରସ୍ତାବିତ ଆଇନରେ ଭାରତ ସରକାର ୨୦୧୨ ଆଇନ ବଳରେ ପାଇଥିବା ଟଙ୍କାକୁ ବିନା ସୁଧରେ ଫେରସ୍ତ କରିବାକୁ ରାଜି ଥିବା ବି କହିଛନ୍ତି। ଭାରତ ସରକାରଙ୍କ ଏହି ଆଇନ ଯୋଗୁ କେର୍ଣ୍ଣସ୍‌ ଓ ଭୋଡାଫୋନ ଭଳି ସଂସ୍ଥା ଅନ୍ତର୍ଜାତୀୟ ଅଦାଲତରେ କେସ୍‌ କରିଥିଲେ।

ଉଭୟ ମାମଲାରେ ଭାରତ ସରକାର ପରାସ୍ତ ହୋଇଛନ୍ତି। ମାମଲାର ରାୟରେ ନେଦରଲ୍ୟାଣ୍ଡସରେ ଥିବା ଇଣ୍ଟରନ୍ୟାଶନାଲ ଆର୍ବିଟ୍ରେସନ୍ ଟ୍ରିବ୍ୟୁନାଲ୍ କହିଥିଲେ ଯେ ଭାରତ ସରକାର କମ୍ପାନୀମାନଙ୍କ ଠାରୁ ଆଉ କୌଣସି ପ୍ରକାରର ଟିକସ, ଜୋରିମାନା କିମ୍ବା ସୁଧ ହାସଲ କରିବାକୁ ପ୍ରୟାସ କରିବେ ନାହିଁ।

ଭାରତ ସରକାର ଭୋଡାଫୋନ ଠାରୁ ୧୧ ହଜାର କୋଟି ଟଙ୍କାର ଟିକସ ଚାହିଁଥିଲେ। ୨୦୦୭ରେ କମ୍ପାନୀ ୧୧୦୦ କୋଟି ଡଲାରର ଭାରତୀୟ ମୋବାଇଲ ଆସେସଟ୍ସ Hutchison Whampoa କମ୍ପାନୀ ଠାରୁ ଆଣିଥିବାରୁ ଭାରିତ ସରକାର ଏପରି ଟିକସ ଲାଗୁ କରିଥିଲେ।

କମ୍ପାନୀ ଏହାକୁ ବିରୋଧ କରିବାକୁ ମାମଲା କୋର୍ଟରେ ପହଞ୍ଚିଥିଲା। ଭାରତ ଓ ନେଦରଲ୍ୟାଣ୍ଡସ ମଧ୍ୟରେ ହୋଇଥିବା ବ୍ୟବସାୟିକ ଚୁକ୍ତି ଅନୁସାରେ ସରକାର କମ୍ପାନୀ ଉପରେ କୌଣସି ଟିକସ, ସୁଧ କିମ୍ବା ଜୋରିମାନା ଲାଗୁ କରିପାରିବେ ନାହିଁ ବୋଲି ଟ୍ରିବ୍ୟୁନାଲ କହିଥିଲେ।

ଏଥିସହ ଆଇନଗତ ଲଢ଼େଇ ପାଇଁ ଭାରତ ସରକାର କମ୍ପାନୀକୁ ୪୦ କୋଟିରୁ ଅଧିକ ଟଙ୍କା କ୍ଷତି ପୂରଣ ଦେବେ ବୋଲି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos