‘କ’ଣ ରାବଣ ଭଳି ଆପଣଙ୍କର ୧୦୦ ମୁଣ୍ଡ?’ କଂଗ୍ରେସ ଅଧ୍ୟକ୍ଷଙ୍କ ବୟାନକୁ ନେଇ ବିବାଦ

ଅହମଦାବା: ବିବାଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସେ ‘ରାବଣ’ ଶବ୍ଦ ପ୍ରୟୋଗ କରି ବିବାଦରେ ଫସିଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ଖାଡଗେଙ୍କ ଏପରି ବୟାନ ବିଜେପି ଓ କଂଗ୍ରେସ ମଧ୍ୟରେ ନୂଆ ରାଜନୀତିକ ପ୍ରସଙ୍ଗ ବନିଛି। ଖାଡଗେ ଗୁଜରାଟର ପୁଅଙ୍କୁ ଅପମାନିତ କରିଥିବା ବିଜେପି ଅଭିଯୋଗ କରିଛି। ଆସନ୍ତା ମାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ଖାଡଗେ ଅହମଦାବାଦରେ ପ୍ରଚାର କରିଛନ୍ତି। ଏହି ସମୟରେ […]

congress

congress

Hemant Lenka
  • Published: Tuesday, 29 November 2022
  • Updated: 29 November 2022, 03:51 PM IST

Sports

Latest News

ଅହମଦାବା: ବିବାଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସେ ‘ରାବଣ’ ଶବ୍ଦ ପ୍ରୟୋଗ କରି ବିବାଦରେ ଫସିଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ଖାଡଗେଙ୍କ ଏପରି ବୟାନ ବିଜେପି ଓ କଂଗ୍ରେସ ମଧ୍ୟରେ ନୂଆ ରାଜନୀତିକ ପ୍ରସଙ୍ଗ ବନିଛି। ଖାଡଗେ ଗୁଜରାଟର ପୁଅଙ୍କୁ ଅପମାନିତ କରିଥିବା ବିଜେପି ଅଭିଯୋଗ କରିଛି।

ଆସନ୍ତା ମାସରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ଖାଡଗେ ଅହମଦାବାଦରେ ପ୍ରଚାର କରିଛନ୍ତି। ଏହି ସମୟରେ ସେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

ସେ କହିଛନ୍ତି, “ମୋଦିଜୀ ହେଉଛନ୍ତି ପ୍ରଧାନମନ୍ତ୍ରୀ। ହେଲେ ସେ ନିଜ କାମ କଥା ଭୁଲି କର୍ପୋରେସନ ନିର୍ବାଚନର ପ୍ରଚାର କରୁଛନ୍ତି। ବିଧାୟକ ନିର୍ବାଚନ ଓ ସାଂସଦ ନିର୍ବାଚନ ଠାରୁ ଆରମ୍ଭ କରି ସୁବୁଆଡ଼େ କେବଳ ସେ ହିଁ ପ୍ରଚାର କରୁଛନ୍ତି। ସବୁବେଳେ ସେ ନିଜ ବିଷୟରେ ହିଁ କହୁଛନ୍ତି। ଆପଣମାନେ ଆଉ କାହାକୁ ଦେଖିବା ଦରକାର ନାହିଁ। କେବଳ ମୋଦିଙ୍କୁ ଦେଖନ୍ତୁ ଓ ଭୋଟ ଦିଅନ୍ତୁ ବୋଲି ସେ କହୁଛନ୍ତି।

କିନ୍ତୁ ଆମେମାନେ କେତେଥର ଆପଣଙ୍କ ମୁହଁ ଦେଖିବୁ? କର୍ପୋରେସନରେ ଆପଣଙ୍କ ମୁହଁ ଦେଖିବୁ, ବିଧାୟକ ନିର୍ବାଚନରେ ଆପଣଙ୍କ ମୁହଁ ଦେଖିବୁ ଓ ସାଂସଦ ବେଳେ ବି କେବଳ ଆପଣଙ୍କ ମୁହଁ ଦେଖିବୁ। ଆପଣଙ୍କର କେତୋଟି ରୂପ। କ’ଣ ରାବଣ ଭଳି ଆପଣଙ୍କର ୧୦୦ ମୁଣ୍ଡ ରହିଛି?”

ସବୁ ନିର୍ବାଚନରେ ପ୍ରାର୍ଥୀମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ କେବଳ ଭୋଟ ମାଗୁଛନ୍ତି ବୋଲି କଂଗ୍ରେସ ଅଧ୍ୟକ୍ଷ ଖାଡଗେ କହିଛନ୍ତି। ସେ କହିଛନ୍ତି ଯେ “ମୁଁ ସବୁବେଳେ ଦେଖିବାକୁ ପାଉଛି ଯେ ପୌରପାଳିକା, ନଗର ପାଳିକା କିମ୍ବା ବିଧାନସଭା ନିର୍ବାଚନରେ ଭୋଟ ମୋଦିଜୀଙ୍କ ନାଁରେ ପ୍ରାର୍ଥୀମାନେ ମାଗୁଛନ୍ତି। ସମସ୍ତେ ପ୍ରାର୍ଥୀଙ୍କ ନାଁରେ ଭୋଟ ମାଗନ୍ତୁ। କ’ଣ ମୋଦି ପୌରପାଳିକାରେ ଆସି କାମ କରିବେ? ଆପଣଙ୍କ ଦରକାର ବେଳେ କ’ଣ ସେ ନିଜେ ଆସି ସହଯୋଗ କରିବେ?”


ଖାଡଗେଙ୍କ ଏହି ରାବଣ ବୟାନର ଭିଡିଓକୁ ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଟ୍ୱିଟ କରି କଂଗ୍ରେସକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଗୁଜରାଟ ନିର୍ବାଚନର ତାତି ସହି ନ ପାରି କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାଡଗେ ନିଜ ଶବ୍ଦ ଉପରୁ ନିୟନ୍ତ୍ରଣ ହରାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ କହିଛନ୍ତି। ‘ମୃତ୍ୟୁର ସୌଦାଗର ଠାରୁ ରାବଣ’ କଂଗ୍ରେସ ସବୁବେଳେ ଗୁଜରାଟ ଓ ଏହାର ପୁଅଙ୍କୁ ଅପମାନ କରି ଆସିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos