ପୁଣି ନମାଜ ପାଠକୁ ବିରୋଧ, ପ୍ରାର୍ଥନା ବେଳେ ଦେଲେ ଜୟ ଶ୍ରୀରାମ ନାରା

ଗୁରୁଗ୍ରାମ: ପ୍ରତି ଶୁକ୍ରବାର ଗୁରୁଗ୍ରାମରେ ନମାଜ ପାଠକୁ ବିରୋଧ କରି ନାରାବାଜୀ କରିବା ଏବେ ସତେ ଯେମିତି ଅଭ୍ୟାସରେ ପରିଣତ ହୋଇଗଲାଣି। ପୂର୍ବ ଶୁକ୍ରବାର ଭଳି ଆଜି ମଧ୍ୟ ଗୁରୁଗ୍ରାମରେ ମୁସଲିମ ସଂପ୍ରଦାୟର ଲୋକମାନେ ନମାଜ ପାଠ କରିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ମୁସଲିମ ସଂପ୍ରଦାୟର ଲୋକ ନମାଜ ପଢ଼ୁଥିବା ବେଳେ ଦକ୍ଷିଣ ପନ୍ଥୀ ଚିନ୍ତା ଧାରାର ଲୋକମାନେ ଜୟ ଶ୍ରୀରାମ ନାରା ଦେଇ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ପ୍ରଶାସନ ପକ୍ଷରୁ ନମାଜ […]

Namaz

Namaz

Hemant Lenka
  • Published: Friday, 26 November 2021
  • Updated: 26 November 2021, 07:19 PM IST

Sports

Latest News

ଗୁରୁଗ୍ରାମ: ପ୍ରତି ଶୁକ୍ରବାର ଗୁରୁଗ୍ରାମରେ ନମାଜ ପାଠକୁ ବିରୋଧ କରି ନାରାବାଜୀ କରିବା ଏବେ ସତେ ଯେମିତି ଅଭ୍ୟାସରେ ପରିଣତ ହୋଇଗଲାଣି। ପୂର୍ବ ଶୁକ୍ରବାର ଭଳି ଆଜି ମଧ୍ୟ ଗୁରୁଗ୍ରାମରେ ମୁସଲିମ ସଂପ୍ରଦାୟର ଲୋକମାନେ ନମାଜ ପାଠ କରିବା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ମୁସଲିମ ସଂପ୍ରଦାୟର ଲୋକ ନମାଜ ପଢ଼ୁଥିବା ବେଳେ ଦକ୍ଷିଣ ପନ୍ଥୀ ଚିନ୍ତା ଧାରାର ଲୋକମାନେ ଜୟ ଶ୍ରୀରାମ ନାରା ଦେଇ ବିଭ୍ରାଟ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି।

ପ୍ରଶାସନ ପକ୍ଷରୁ ନମାଜ ପାଇଁ ଚିହ୍ନଟ ହୋଇଥିବା ଗୁରୁଗ୍ରାମ ସେକ୍ଟର ୩୭ରେ ଆଜି ମୁସଲିମ ସଂପ୍ରଦାୟର ଲୋକମାନେ ଏକାଠି ହୋଇଥିଲେ। ସେମାନେ ପ୍ରାର୍ଥନା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଦକ୍ଷିଣ ପନ୍ଥୀ ହିନ୍ଦୁ ସଂଗଠନର କିଛି ଲୋକ ବିଭ୍ରାଟ ସୃଷ୍ଟି କରିଥିଲେ।

ପ୍ରାର୍ଥନା ସ୍ଥଳରେ ବିଭ୍ରାଟ କାରଣରୁ ମୁସଲିମ ସଂପ୍ରଦାୟର ଲୋକମାନେ ସେଠାରୁ ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପ୍ରାୟ ୨୫ ଜଣ ଲୋକ ନମାଜ ପଢ଼ିବାକୁ ଆଗେଇ ଆସିଥିଲେ। ସେମାନେ ନମାଜ ପଢ଼ି ପ୍ରାର୍ଥନା କରୁଥିବା ବେଳେ ଏହାଠାରୁ ମାତ୍ର ୩୦ ମିଟର ଦୂରତାରେ ହିନ୍ଦୁ ଲୋକମାନେ ଜୟ ଶ୍ରୀ ରାମ ଓ ଭାରତ ମାତା କୀ ଜୟ ନାରା ଦେଇଥିଲେ।

ଘଟଣାସ୍ଥଳରେ ୧୫୦ ଜଣ ପୁଲିସ୍‌ କର୍ମଚାରୀ ଥିଲେ। କିନ୍ତୁ ଦୁଇ ପକ୍ଷଙ୍କ ମଧ୍ୟରେ କେବଳ ୩୦ ଜଣ ପୁଲିସ୍‌ ଛିଡ଼ା ହୋଇଥିଲେ। ୨୦ ମିନିଟ୍‌ର ନମାଜ ପରେ ହିନ୍ଦୁ ଗ୍ରୁପର ୨ ଜଣ ସଦସ୍ୟ ଡିଆଁ ମାରି ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ସେମାନେ ପ୍ରାର୍ଥନା ସ୍ଥଳକୁ ନିଜର ବୋଲି ଦାବି କରିଥିଲେ। ଏହାକୁ ମୁସଲିମ ସଂପ୍ରଦାୟର ଲୋକମାନେ ବିରୋଧ ନ କରି ବେଶ ଶାନ୍ତିପୂର୍ଣ୍ଣ ଭାବେ ସେଠାରୁ ଚାଲି ଯାଇଥିଲେ।

ଏହାବାଦ ଆଜି ମୁସଲିମ ସଂପ୍ରଦାୟର ଲୋକମାନେ ଗୁରୁଦ୍ୱାରା ଠାରେ ମିଳିଥିବା ସ୍ଥାନରେ ମଧ୍ୟ ନମାଜ ପାଠ କରିନାହାନ୍ତି। ସହରରେ ଥିବା ଗୁରୁଦ୍ୱାର ସିଂହ ସଭା କମିଟି କହିଛି ଯେ ଏଠାରେ ନମାଜ ପାଠ ପାଇଁ ମୁସଲିମ ସଂପ୍ରଦାୟର ଲୋକମାନେ ମାଗି ନଥିଲେ। ତେଣୁ ଏଠାରେ ନମାଜ ପାଠ ହୋଇନି। କମିଟି ସବୁବେଳେ ସଂଖ୍ୟାଲଘୁଙ୍କ ସହ ରହିଛି ବୋଲି ଜଣାଇବାକୁ ଚେଷ୍ଟା କରିଛି।

ତେବେ ଗୋଟିଏ ଗୁରୁଦ୍ୱାର ବାହରେ ହୋଇଥିବା ବିକ୍ଷୋଭ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଦକ୍ଷିଣ ପନ୍ଥୀ ହିନ୍ଦୁ ଗୋଷ୍ଠୀ ନମାଜ ପାଠ ପାଇଁ ଗୁରୁଦ୍ୱାର ଯେମିତି ସ୍ଥାନ ମୁସଲିମମାନଙ୍କୁ ନ ଦେବ, ସେଥିପାଇଁ ଏପରି ବିକ୍ଷୋଭ କରାଯାଉଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos