ଗୋଟିଏ ରାଜ୍ୟରେ ପ୍ରଚାର ପାଇଁ ବିମାନରେ ଖର୍ଚ୍ଚ ହେଲାଣି ୧୦୦ କୋଟି

କୋଲକାତା: କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିଲେ ହେଁ ପଶ୍ଚିମବଙ୍ଗ ବିଧାନସଭା ପାଇଁ ପ୍ରଚାର ଥମୁନାହିଁ। ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ କରୋନା ଟିକା ଠିକ୍‌ ଭାବେ ରାଜ୍ୟରେ ପହଞ୍ଚିପାରୁନାହିଁ। ଏହି କାରଣରୁ ଲୋକଙ୍କ ଟିକାକରଣରେ ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ଆମ ରାଜନେତାମାନେ ପଶ୍ଚିମବଙ୍ଗ ବିଧାନସଭାର ପ୍ରଚାର ପାଇଁ କେବଳ ବିମାନରେ ଯିବା ଆସିବା କରି ୧୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ଏହି ୧୦୦ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୯୦% ଅଧିକ ଅର୍ଥ […]

AirPort

AirPort

Hemant Lenka
  • Published: Wednesday, 21 April 2021
  • Updated: 21 April 2021, 04:37 PM IST

Sports

Latest News

କୋଲକାତା: କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିଲେ ହେଁ ପଶ୍ଚିମବଙ୍ଗ ବିଧାନସଭା ପାଇଁ ପ୍ରଚାର ଥମୁନାହିଁ। ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାରୁ କରୋନା ଟିକା ଠିକ୍‌ ଭାବେ ରାଜ୍ୟରେ ପହଞ୍ଚିପାରୁନାହିଁ। ଏହି କାରଣରୁ ଲୋକଙ୍କ ଟିକାକରଣରେ ସମସ୍ୟା ସୃଷ୍ଟି ହେଉଛି।

କିନ୍ତୁ ଆମ ରାଜନେତାମାନେ ପଶ୍ଚିମବଙ୍ଗ ବିଧାନସଭାର ପ୍ରଚାର ପାଇଁ କେବଳ ବିମାନରେ ଯିବା ଆସିବା କରି ୧୦୦ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ଏହି ୧୦୦ କୋଟି ଟଙ୍କା ମଧ୍ୟରୁ ପ୍ରାୟ ୯୦% ଅଧିକ ଅର୍ଥ ବିଜେପି ଖର୍ଚ୍ଚ କରିଛି। କାରଣ ବିଜେପିର ଷ୍ଟାର ପ୍ରଚାର ତାଲିକାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟ ବାହାରୁ ପଶ୍ଚିମବଙ୍ଗକୁ ବିମାନ ଯୋଗେ ଯାଇ ପ୍ରଚାର କରୁଛନ୍ତି।

କେବଳ ବିଜେପି ନୁହେଁ, ଟିଏମସ୍‌ ସୁପ୍ରିମୋ ମମତା ବାନାର୍ଜୀ ଓ ଅନ୍ୟ କିଛି ରାଜନେତା ମଧ୍ୟ ବିମାନ ଓ ହେଲିକପ୍ଟର ବ୍ୟବହାର କରି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ଦଳର ପ୍ରଚାର କରୁଛନ୍ତି। ଏପରି ଅର୍ଥ ବିମାନରେ ଖର୍ଚ୍ଚ କରାଯାଉଥିବା ପ୍ରସଙ୍ଗରେ ଟିଏମସି ସାଂସଦ କକୋଲି ଘୋଷ ଦାସ୍ତିଦାର କହିଛନ୍ତି, “ଏପରି ଅର୍ଥ କେବଳ ଦିଦି ଆହତ ହେବାରୁ ଖର୍ଚ୍ଚ ହେଉଛି। ସଡ଼କ ପଥରେ ଦୂର ବାଟକୁ ଯାତ୍ରା କଲେ, ତାଙ୍କ ଗୋଡ଼ ଉପରେ ପ୍ରଭାବ ପକାଇବ। ବିଜେପି ଯେଉଁଭଳି ଟଙ୍କା ଖର୍ଚ୍ଚ କରୁଛି, ଆମ ପାଖରେ ସେଭଳି ଅର୍ଥନାହିଁ। ତେଣୁ ଆମେ କିଛି ସ୍ଥାନକୁ ଯିବା ବେଳେ ହେଲିକପ୍ଟର ବ୍ୟବହାର କରୁଛୁ।”

ଅନ୍ୟପକ୍ଷରେ ବିଜେପି ନେତା ଏଭଳି ବିମାନ ଖର୍ଚ୍ଚକୁ ଯର୍ଥାର୍ଥ ଦର୍ଶାଇଛନ୍ତି। ବିଜେପିର ଜଣେ ନେତା ନାଁ ଗୋପନ ରଖି କହିଛନ୍ତି, ବଡ଼ ଲଢ଼େଇରେ ଅଧିକ ଖର୍ଚ୍ଚ ହୋଇଥାଏ। ତେଣୁ ଅଧିକ ଖର୍ଚ୍ଚକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ।

ସୂଚନା ଅନୁସାରେ, ଗୋଟିଏ ୭ ସିଟର ୟୁରୋକପ୍ଟରରେ ଘଣ୍ଟାଏ ଉଡ଼ାଣ ପାଇଁ ୨ ଲକ୍ଷ ଟଙ୍କା ନେଇଥାଏ। ଏହି ୟୁରୋକପ୍ଟର୍‌ରେ ବରିଷ୍ଠ ନେତାମାନେ ନିଜର ପ୍ରଚାର ପାଇଁ ୫ ଘଣ୍ଟା ଉଡ଼ାଣ କରୁଛନ୍ତି। ତେଣୁ କେବଳ ଉଡ଼ାଣ ପାଇଁ ୧୦ ଲକ୍ଷ ଟଙ୍କାର ବିଲ୍‌ ଦିଆଯାଉଛି। ସେହିପରି ପାର୍କିଂ ଓ ୱେଟିଂ ଚାର୍ଜକୁ ମିଶାଇଲେ ଜଣେ ବରିଷ୍ଠ ନେତା ଥରେ ପ୍ରଚାର କଲେ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି।

ଦୁଇଟି ଇଞ୍ଜିନ ବିଶିଷ୍ଟ ୨୦ ସିଟର ହେଲିକପ୍ଟରର ଘଣ୍ଟାଏ ଉଡ଼ାଣ ପାଇଁ ୨.୫ ଲକ୍ଷ ଟଙ୍କା ଚାର୍ଜ କରିଥାଏ। ଘରୋଇ ବିମାନ ଗୁଡ଼ିକ ଧାର୍ଯ୍ୟ ଭଡ଼ାର ପ୍ରାୟ ଦୁଇ ଗୁଣା ଚାର୍ଜ କରନ୍ତି। ମାର୍ଚ୍ଚ ୧୫ରୁ ପ୍ରାୟ ୩୦ ଥର ଘରୋଇ ବିମାନର ବ୍ୟବହାର କରାଯାଇଛି। କ୍ୟାଲକାଟା, ଅନ୍ଦାଲ ଓ ବାଗଡୋଗ୍ରା ଏୟାରପୋର୍ଟ ପଏଣ୍ଟସରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୫ରୁ ୨୦ ମଧ୍ୟରେ ହେଲିକପ୍ଟର ଓ ହାଲୁକା ବିମାନ ବାବଦରେ ରାଜନେତାମାନେ ୯୮.୭୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଏହା ମଧ୍ୟରୁ ୯୨% ଅର୍ଥ ବିଜେପି ନେତାମାନେ ଖର୍ଚ୍ଚ କରିଥିବା ବେଳେ ୭% ଟିଏମସି ଓ ବାକି ଗୋଟିଏ ପ୍ରତିଶତ ଅର୍ଥ ଅନ୍ୟ ଦଳର ରାଜନେତାମାନେ ବିମାନ ଉଡ଼ାଣ ପାଇଁ ଦେଇଛନ୍ତି।

ସିପିଆଇ-ଏମ ମୁଖପାତ୍ର ଦେବାଶିଷ ଚକ୍ରବର୍ତ୍ତୀ କହିଛନ୍ତି, ଆମର ବରିଷ୍ଠ ନେତାମାନେ ବିମାନରେ ବେଙ୍ଗଲ ଆସିବା ପାଇଁ ଅର୍ଥ ଦେଇଛନ୍ତି। କେହି ବି ସ୍ୱତନ୍ତ୍ର ବିମାନର ବ୍ୟବହାର କରିନାହାନ୍ତି। ବାହାର ରାଜ୍ୟରୁ ସାଧାରଣ ଲୋକ ଆସୁଥିବା ବିମାନରେ ସେମାନେ ବେଙ୍ଗଲ ଆସି ପ୍ରଚାର କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ପୁଲିସ୍‌ ଓ ଏନଫୋର୍ସମେଣ୍ଟ ବିଭାଗ ଗତ ୨ ମାସ ମଧ୍ୟରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବହାର ହେଉଥିବା ୨୫୦ କୋଟିର ନଗଦ ଟଙ୍କା, ମଦ ଓ ଅନ୍ୟାନ୍ୟ ଉପହାର ଜବତ କରିଛି। ଏହା ମଧ୍ୟରେ ୩୭.୭୨ କୋଟି ନଗଦ ଟଙ୍କା, ୯.୫ କୋଟି ଟଙ୍କାର ମଦ, ଓ ୧୧୪.୪୪ କୋଟି ଟଙ୍କାର ଅନ୍ୟ ନିଶା ଜିନିଷ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story