୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ୧୮୭୨ କୋଟି ଟଙ୍କା

ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ଦଫାରେ କରୋନାର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଗଣାରେ ଟିକା ପ୍ରଦାନ କରାଯାଉଛି। ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଭାରତ ସରକାର ପ୍ରାୟ ୧୮୭୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ମଧ୍ୟରୁ ଟିକାକରଣର ପରିଚାଳନା ବାବଦରେ ୪୮୦ କୋଟି ଟଙ୍କା ଓ ଟିକାର ଡୋଜ୍‌ଗୁଡ଼ିକ ପାଇଁ ୧୩୯୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସମ୍ପର୍କରେ […]

vaccination

vaccination

Hemant Lenka
  • Published: Tuesday, 09 March 2021
  • Updated: 09 March 2021, 09:30 AM IST

Sports

Latest News

ନୂଆଦିଲ୍ଲୀ: ଜାନୁଆରୀ ୧୬ରୁ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଥିଲା। ପ୍ରଥମ ଦଫାରେ କରୋନାର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମାଗଣାରେ ଟିକା ପ୍ରଦାନ କରାଯାଉଛି। ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଭାରତ ସରକାର ପ୍ରାୟ ୧୮୭୨ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ମଧ୍ୟରୁ ଟିକାକରଣର ପରିଚାଳନା ବାବଦରେ ୪୮୦ କୋଟି ଟଙ୍କା ଓ ଟିକାର ଡୋଜ୍‌ଗୁଡ଼ିକ ପାଇଁ ୧୩୯୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ସରକାର ଆଗକୁ ମାଗଣାରେ କେଉଁ ବର୍ଗର ଲୋକଙ୍କୁ ଟିକା ଦେବାକୁ ଯୋଜନା କରୁଛନ୍ତି କି ବୋଲି ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଚୌବେ କହିଛନ୍ତି, ବର୍ତ୍ତମାନ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯାଉଛି। ଫେବୃଆରୀ ୪ ସୁଦ୍ଧା ମୋଟ ୯୬.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ୭୮.୫୧ ଲକ୍ଷ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ପ୍ରଦାନ ପାଇଁ ଚିହ୍ନଟ କରାଯାଇଛି। କୋ-ୱିନ ଡିଜିଟାଲ ପ୍ଲାଟଫର୍ମରେ ସମ୍ମୁଖ ଯୋଦ୍ଧାଙ୍କ ତାଲିକା ଅପଡେଟ୍‌ କରାଯାଉଛି।

୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କର ଟିକାକରଣ ପାଇଁ ପରିଚାଳନା ଖର୍ଚ୍ଚ ୪୮୦ କୋଟି ଟଙ୍କା ହୋଇଥିବା ବେଳେ ଟିକାର ଡୋଜ୍‌ ପାଇଁ ୧୪୯୨.୮୨ କୋଟି ଟଙ୍କା ଖର୍ଚ୍ଚ ହେବ।

ଦେଶରେ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ଦ୍ୱାରା ନିର୍ମିତ କୋଭାକ୍ସିନକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଜାନୁଆରୀ ୨୬ ସୁଦ୍ଧା କୋଭିସିଲ୍ଡର ୨୦୦ ଲକ୍ଷ ଡୋଜ୍‌ ଓ କୋଭାକ୍ସିନର ୨୮.୦୩ ଲକ୍ଷ ଡୋଜ୍‌ ବିଭିନ୍ନ ରାଜ୍ୟକୁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story