କିରାଣୀଙ୍କ ଘରୁ ବାହାରିଲା ବିଡ଼ାବିଡ଼ା ଟଙ୍କା, ପୁଲିସ ଜଳକା

ଭୋପାଲ: ଜଣେ ସରକାରୀ କିରାଣୀଙ୍କ ଘରୁ ମିଳିଛି ବିଡ଼ାବିଡ଼ା ଟଙ୍କା। ମଧ୍ୟପ୍ରଦେଶ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା କିରାଣୀଙ୍କ ଘରେ ରେଡ କରି ନଗଦ ୮୫ ଲକ୍ଷ ଟଙ୍କା ଜବତ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ତଦନ୍ତ ଚାଲିଥିବା ବେଳେ ଏତେ ପରିମାଣର ଟଙ୍କା ଜଣେ ସରକାରୀ କିରାଣୀଙ୍କ ଘରୁ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ଅର୍ଥନୀତିକ ଅପରାଧ ଶାଖାର ଅଧିକାରୀମାନେ ମେଡିକାଲ ଶିକ୍ଷା ବିଭାଗରେ କିରାଣୀ ଭାବେ କାମ […]

money

money

Hemant Lenka
  • Published: Wednesday, 03 August 2022
  • Updated: 04 August 2022, 10:06 AM IST

Sports

Latest News

ଭୋପାଲ: ଜଣେ ସରକାରୀ କିରାଣୀଙ୍କ ଘରୁ ମିଳିଛି ବିଡ଼ାବିଡ଼ା ଟଙ୍କା। ମଧ୍ୟପ୍ରଦେଶ ପୁଲିସ୍‌ର ଅର୍ଥନୀତିକ ଅପରାଧ ଶାଖା କିରାଣୀଙ୍କ ଘରେ ରେଡ କରି ନଗଦ ୮୫ ଲକ୍ଷ ଟଙ୍କା ଜବତ କରିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ତଦନ୍ତ ଚାଲିଥିବା ବେଳେ ଏତେ ପରିମାଣର ଟଙ୍କା ଜଣେ ସରକାରୀ କିରାଣୀଙ୍କ ଘରୁ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ଅର୍ଥନୀତିକ ଅପରାଧ ଶାଖାର ଅଧିକାରୀମାନେ ମେଡିକାଲ ଶିକ୍ଷା ବିଭାଗରେ କିରାଣୀ ଭାବେ କାମ କରୁଥିବା ହିରୋ କେସୱାନିଙ୍କ ବାସଭବନରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ତେବ ଅଧିକାରୀଙ୍କୁ ଦେଖିବ କେସୱାନି ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଫଳରେ ତାଙ୍କୁ ଅଧିକାରୀମାନେ ପଚରାଉଚରା କରି ପାରି ନାହାନ୍ତି।

ହେଲେ ତାଙ୍କ ଘରେ ଛାନଭିନ ବେଳେ ନଗଦ ୮୫ ଲକ୍ଷ ଟଙ୍କା ମିଳିଛି। ଏତେ ପରିମାଣର ଟଙ୍କା କିଛି ବ୍ୟାଗ ମଧ୍ୟରେ ରଖାଯାଇଥିଲା। ଅଧିକାରୀମାନେ ଭିଡ଼ା ଭିଡ଼ା ନଗଦ ଟଙ୍କା ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏବେ ତାଙ୍କର ଆଉ କିଛି ଠିକଣାରେ ରେଡ କରାଯାଉଛି।

ସେହିପରି ତାଙ୍କ ମୋଟ ସମ୍ପତ୍ତିର ଆକଳନ ମଧ୍ୟ କରାଯାଉଛି। କେସୱାନ ମାସିକ ୪ ହଜାର ଟଙ୍କାର ଦରମାରେ ଚାକିରି ଆରମ୍ଭ କରିଥିଲେ। ଏବେ ସେ ମାସିକ ୫୦ ହଜାର ଟଙ୍କା ବେତନ ପାଉଛନ୍ତ। ଏହା ସତ୍ତ୍ୱେ ସେ ଏତେ ଟଙ୍କା କେଉଁଠୁ ଆଣିଲେ, ତା’ର ତଦନ୍ତ ଅର୍ଥନୀତିକ ଅପରାଧ ଶାଖା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos