ଆରଏସଏସ ମୁଖ୍ୟଙ୍କ ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ବ୍ଲୁ ଟିକ୍‌ ହଟିଲା

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଟ୍ୱିଟରରେ ସକ୍ରିୟ ନଥିବାରୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଆଉ କିଛି ସଦସ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଛି। ବ୍ଲୁ ଟିକ ଥିବା ଆକାଉଣ୍ଟକୁ ଏକ ଭେରିଫାଏଡ ଆକାଉଣ୍ଟ ଭାବେ ବିବେଚନା କରାଯାଇଥାଏ। ଟ୍ୱିଟରରେ ସକ୍ରିୟ ଓ ଅଧିକ ଅନୁଗାମୀ ଥିବା ଲୋକଙ୍କୁ କମ୍ପାନୀ ଏଭଳି ମାନ୍ୟତା ଦେଇଥାଏ। ଆଜି ସକେଳେ ପ୍ରଥମେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଥିଲା। […]

RSS

RSS

Hemant Lenka
  • Published: Saturday, 05 June 2021
  • Updated: 05 June 2021, 03:30 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଟ୍ୱିଟରରେ ସକ୍ରିୟ ନଥିବାରୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଆଉ କିଛି ସଦସ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଛି। ବ୍ଲୁ ଟିକ ଥିବା ଆକାଉଣ୍ଟକୁ ଏକ ଭେରିଫାଏଡ ଆକାଉଣ୍ଟ ଭାବେ ବିବେଚନା କରାଯାଇଥାଏ। ଟ୍ୱିଟରରେ ସକ୍ରିୟ ଓ ଅଧିକ ଅନୁଗାମୀ ଥିବା ଲୋକଙ୍କୁ କମ୍ପାନୀ ଏଭଳି ମାନ୍ୟତା ଦେଇଥାଏ।

ଆଜି ସକେଳେ ପ୍ରଥମେ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଥିଲା। ଏହାକୁ ନେଇ ବିବାଦ ହେବାରୁ ପୁଣି ଏହାକୁ ଯୋଡ଼ା ଯାଇଛି। ଦୀର୍ଘଦିନ ହେଲା ଉପରାଷ୍ଟ୍ରପତି ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ୟବହାର କରୁ ନଥିବାରୁ କମ୍ପାନୀ ଏପରି କରିଥିବା କହିଥିଲା।

ଏବେ ମୋହନ ଭାଗବତଙ୍କ ସହ ତାଙ୍କ ସହଯୋଗୀ ସୁରେଶ ସୋନି, ଅରୁଣ କୁମାର, ସୁରେଶ ଯୋଶୀ ଓ କ୍ରିଷ୍ଣ କୁମାରଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଛି। ଏହାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଯାଇଛି। ଆରଏସଏସ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଟ୍ୱିଟରର ନିୟମ କହୁଛି ଯେ ଯଦି ୬ ମାସ ଯାଏ ଜଣେ ନିଜ ଆକାଉଣ୍ଟକୁ ଚଳାଇବେ ନାହିଁ, ତା’ହେଲେ ଏହାକୁ ଇନ ଆକ୍ଟିଭ ଭାବେ ବିବେଚନା କରାଯିବ।

ସେହିପରି ଭେରିଫିକେସନ ଷ୍ଟାଟସ ମଧ୍ୟ ପ୍ରତ୍ୟାହାର କରିନିଆଯିବ। ଉପରୋକ୍ତ ଆରଏସଏସ୍ ନେତା ବେଶ କିଛି ଦିନ ହେଲା, ନିଜ ଟ୍ୱିଟର ଆକାଉଣ୍ଟବୁ ବ୍ୟବହାର କରି ନଥିଲେ। ଏହି କାରଣରୁ ଏହି ସବୁ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଛି।

ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। ୨୦୨୦ରୁ ଏହି ଆକାଉଣ୍ଟ ଇନ ଆକ୍ଟିଭ ହୋଇ ରହିଛି। ତେଣୁ ଏଥିରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos