ଚତୁର କରୋନା ଭାଇରସ, ଆରଟିପିସିଆର ଟେଷ୍ଟରେ ବି ଧରାପଡ଼ୁନି

ବେଙ୍ଗାଲୁରୁ: ବହୁରୂପୀ କରୋନା ଭାଇରସ ଏବେ ପୂର୍ବାପେକ୍ଷା ଅଧିକ ଚତୁର ହୋଇଯାଇଛି। ଲୋକମାନଙ୍କ ଶରୀରରେ ଲକ୍ଷଣ ଦେଖାଯାଉଥିଲେ ହେଁ ଆରଟିପିସିଆର ଟେଷ୍ଟ ପରେ ବି ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସୁନି। କିନ୍ତୁ ସିଟି ସ୍କାନ କଲେ ସେମାନେ ବହୁ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ସାରିଥିବା ଜଣାପଡ଼ୁଛି। କରୋନାର ଏହି ଚତୁର ରୂପ ଦେଖି ଏବେ ଡାକ୍ତରମାନେ ଚିନ୍ତାରେ ପଡ଼ିଛନ୍ତି। ଆରଟିପିସିଆର ଟେଷ୍ଟରେ ରିପୋର୍ଟ ପଜିଟିଭ ଆସୁ ନଥିବାରୁ ଲୋକଙ୍କ ଚିକିତ୍ସା ଠିକ୍‌ ଭାବେ […]

RTPCR

RTPCR

Hemant Lenka
  • Published: Thursday, 15 July 2021
  • Updated: 15 July 2021, 04:07 PM IST

Sports

Latest News

ବେଙ୍ଗାଲୁରୁ: ବହୁରୂପୀ କରୋନା ଭାଇରସ ଏବେ ପୂର୍ବାପେକ୍ଷା ଅଧିକ ଚତୁର ହୋଇଯାଇଛି। ଲୋକମାନଙ୍କ ଶରୀରରେ ଲକ୍ଷଣ ଦେଖାଯାଉଥିଲେ ହେଁ ଆରଟିପିସିଆର ଟେଷ୍ଟ ପରେ ବି ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସୁନି। କିନ୍ତୁ ସିଟି ସ୍କାନ କଲେ ସେମାନେ ବହୁ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ସାରିଥିବା ଜଣାପଡ଼ୁଛି।

କରୋନାର ଏହି ଚତୁର ରୂପ ଦେଖି ଏବେ ଡାକ୍ତରମାନେ ଚିନ୍ତାରେ ପଡ଼ିଛନ୍ତି। ଆରଟିପିସିଆର ଟେଷ୍ଟରେ ରିପୋର୍ଟ ପଜିଟିଭ ଆସୁ ନଥିବାରୁ ଲୋକଙ୍କ ଚିକିତ୍ସା ଠିକ୍‌ ଭାବେ ହୋଇପାରୁନି। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ଯାଉଛି। ବେଙ୍ଗାଲୁରୁରେ ସରକାରଙ୍କ ଦ୍ୱାରା ପରିଚାଳିତ ଜୟାନଗର ଜେନେରାଲ ହସ୍ପିଟାଲରେ ଗୋଟିଏ ସପ୍ତାହ ମଧ୍ୟରେ ୮ଟି ଏପରି କେସ ଆସିବାରୁ ଡାକ୍ତରମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ଏପରି କି ଦୁଇ ଜଣ ରୋଗୀ ମଧ୍ୟ ପ୍ରାଣ ହରାଇ ସାରିଲେଣି। ପୂର୍ବରୁ ଏପରି ଘଟଣା କେବେ ହେଲେ ସାମ୍ନାକୁ ଆସି ନଥିଲା। ହସ୍ପିଟାଲର କୋଭିଡ-୧୯ର ନୋଡାଲ ଅଫିସର ଡା ସୁଧା ହେରୋର କହିଛନ୍ତି, ସମସ୍ତ ୮ ରୋଗୀଙ୍କ ଶରୀରରେ କରୋନାର ସମସ୍ତ ଲକ୍ଷଣ ଥିଲା। ସେମାନଙ୍କୁ ହସ୍ପିଟାଲରେ ଆଡମିଟ କରିବାର ଆବଶ୍ୟକ ପଡ଼ିଥିଲା।

ଆମେ ସିଟି ସ୍କାନ କରିବା ପରେ ସେମାନେ ସଂକ୍ରମିତ ବୋଲି ଜାଣିବାକୁ ପାଇଥିଲୁ। କିନ୍ତୁ ଆମେ ଦୁଇ ଜଣ ରୋଗୀଙ୍କୁ ସଂକ୍ରମଣ ଅଧିକ ବଢ଼ି ଯିବାରୁ ହରାଇଛୁ। ଏବେ ଜେନୋମ ସିକ୍ୱେନ୍ସିଂ ପାଇଁ ନମୁନା ସଂଗ୍ରହ କରାଯାଉଛି। ଏହି ୮ ରୋଗୀଙ୍କ ନମୁନାକୁ ମଧ୍ୟ ଜେନୋମ ସିକ୍ୱେନ୍ସିଂ କରାଯିବ। କାରଣ ଆରଟିପିସିଆର ଟେଷ୍ଟରେ ଏମାନଙ୍କ ରିପୋର୍ଟ ପଜିଟିଭ ଆସି ନଥିଲା। ତେଣୁ ଏମାନେ ନୂଆ କୌଣସି ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି କି, ତା’ର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଡା ସିଏନ ମଞ୍ଜୁନାଥ କହିଛନ୍ତି, ଆରଟିପିସିଆର ଟେଷ୍ଟ ପରେ ନେଗେଟିଭ ରିପୋର୍ଟ ଆସୁଥିବା ଲୋକଙ୍କର ସିଟି ସ୍କାନ କଲେ ଏହା ପଜିଟିଭ ଆସୁଛି। ଏହା ସତ ଯେ ସମଗ୍ର ରାଜ୍ୟରେ ୫ରୁ ୮% ଏପରି କେସ୍‌ ରହିଛି। ବେଳବେଳେ ବାରମ୍ବାର ଆରଟିପିସିଆର ଟେଷ୍ଟ ସହଯୋଗ କରିପାରିବ। ସମସ୍ତେ ଜାଣିଛନ୍ତି ଆରଟିପିସିଆର ଗୋଟିଏ ଭଲ ଓ ବିଶ୍ୱାସଯୋଗ୍ୟ କରୋନା ଟେଷ୍ଟ। ହେଲେ ଏଥିରେ ତ୍ରୁଟି ଆସୁଥିବାରୁ ଲୋକମାନେ ଲକ୍ଷଣ ଥାଇ ମଧ୍ୟ କରୋନାରେ ଆକ୍ରାନ୍ତ ବୋଲି ଜାଣି ପାରୁନାହାନ୍ତି।

ତେଣୁ ଏହା ସଂକ୍ରମଣ ବୃଦ୍ଧି କରିବା ସହ ଲୋକଙ୍କ ଜୀବନ ନେବାର ମଧ୍ୟ ଆଶଙ୍କା ସୃଷ୍ଟି କରିଛି। ଆମକୁ ଉନ୍ନତଧରଣର ଆରଟିପିସିଆର ଟେଷ୍ଟ କିଟ୍‌ର ବ୍ୟବହାର କରିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story