ଋଷିଆରେ ବିରୋଧୀ ଦଳର ୨୦୦ ନେତା ଅଟକ

ମୋସ୍କୋ: ଋଷିଆରେ ବିରୋଧୀ ନେତାଙ୍କୁ ଗିରଫ କରିଛି ପୁଲିସ। ପାଖାପାଖି ୨୦୦ ନେତାଙ୍କୁ ପୁଲିସ ଅଟକ କରିଥିବା ଅନ୍ତର୍ଜାତୀୟ ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ବିରୋଧୀ ଦଳ ଏବଂ ସରକାର ବିରୋଧୀ ବ୍ୟକ୍ତି ଏକାଠି ବୈଠକ କରୁଥିଲେ। ରାଜଧାନୀ ମୋସ୍କୋରେ ଏହି ବୈଠକ ଚାଲିଥିଲା। ଆଉ ପୁଲିସ ଆସି ବିରୋଧୀ ୨୦୦ ନେତାଙ୍କୁ ଉଠାଇ ନେଇ ଅଟକ ରଖିଥିବା ସୂଚନା ରହିଛି। ଯାହାକୁ ନେଇ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଏବଂ ତାଙ୍କ ସରକାର ସମାଲୋଚନାର ଶିକାର ହୋଇଛନ୍ତି।

୨୦୦ ଜଣ ରାଜନୀତିକ ବ୍ୟକ୍ତି, କର୍ମୀ ଗିରଫ ହୋଇଥିବା ନେଇ ଋଷିଆର ବିରୋଧୀ ଦଳର ନେତା ଇଲିଆ ୟାସ୍ମିନ୍ ଟ୍ୱିଟ୍ କରି କହିଛନ୍ତି। ମୋଟ୍ ୨୦୦ ଜଣ ଲୋକ ଥିବା ନେଇ ସେ ସ୍ପଷ୍ଟ କରିଛନ୍ତି ଯେଉଁନେତାମାନେ ଗିରଫ ହୋଇଛନ୍ତି ସେମାନେ ଏମିତି ଏକ ଗ୍ରୁପ ସହିତ ମିଶିଛନ୍ତି ଯିଏକି ଦେଶ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିପାରେ ବୋଲି ଅଭିଯୋଗ ରହିଛି। ଜଣେ କେହି ହାଇପ୍ରୋଫାଇଲ ବ୍ୟକ୍ତି ଏକ ଟିଭି ଚ୍ୟାନେଲକୁ ଏହି ଖବର ଦେଇଥିଲେ। ପରେ ଟିଭିରେ ଏହି ଖବର ପ୍ରସାରଣ ପରେ ବୈଠକ ଚାଲିଥିବାବେଳେ ପୁଲିସ ଆସି ୨୦୦ ନେତାଙ୍କୁ ଅଟକ ରଖିଛି। ତେବେ ଆଉ କିଛି ଅନ୍ତର୍ଜାତୀୟ ମିଡିଆ ଏହି ଅଟକ ସଂଖ୍ୟା ୧୫୦ ରହିଛି।

ଏହି ମାମଲାରେ ଋଷିଆର ରେଡିଓ ସଂସ୍ଥା ଇକୋ ମାସ୍କି କହିଛି, ଶନିବାର ଏବଂ ରବିବାର ବୈଠକ ହେବ ବୋଲି ପୂର୍ବରୁ ସ୍ଥିର ହୋଇଥିଲା। ଏହି ବୈଠକରେ ସାରା ଦେଶର ନଗରନିଗମ କର୍ମୀ, ବୈଠକର ଆୟୋଜକ ଆଣ୍ଡ୍ରି ପେପୋପାରୋଓ ଏବଂ ଓପେନ ଋଷିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଏହି ସମୟରେ ହଠାତୁ ପୁଲିସ ଆସି ୧୫୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛି।

ଓପେନ ଋଷିଆ ହେଉଛି ଏକ ସଂସ୍ଥା ଯାହାକି ବ୍ରିଟେନ ଲୋକଙ୍କ ଦ୍ୱାରା ତିଆରି ହୋଇଛି। ଏହି ସଂଗଠନକୁ ତେଲ ବେପାରୀ ଏବଂ ଋଷିଆ ସରକାରର ସାମାଲୋଚକ ମିଖାଇନ ଖୋଦେରକୋଓକ୍ସି ତିଆରି କରିଛନ୍ତି। ଏହି ବ୍ୟକ୍ତିଙ୍କ ଫଣ୍ଡିରେ ଓପେନ ଋଷିଆ ସକ୍ରିୟ ରହିଛି।

ନିକଟରେ ଋଷିଆର ବିରୋଧୀ ଦଳର ନେତା ଆଲେକ୍ସି ନାଭାଲନି ଗିରଫ ହୋଇଥିଲେ। ଏହି ମାମଲାକୁ ନେଇ ସାରା ବିଶ୍ୱରେ ଆଲୋଚନା ହୋଇଥିଲେ। ଆଉ ଏହି ମାମଲା ଟିକିଏ ଥଣ୍ଡା ପଡ଼ିବାକୁ ଯାଉଥିବା ବେଳେ ପୁଣିଥରେ ୧୫୦ ବିରୋଧୀ ନେତାଙ୍କୁ ପୁଲିସ ଅଟକ ରଖିଛି। ଆଲେକ୍ସିଙ୍କୁ ଦୁଇ ବର୍ଷରୁ ଅଧିକ ଦିନ ଦଣ୍ଡିତ କରାଯାଇଛି। ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ସବୁଠାରୁ ବଡ ସମାଲୋଚକ। ସେ ଏବେ ଜେଲରେ ଥିବାରୁ ସାରା ଦେଶରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହି ବିକ୍ଷୋଭକାରୀଙ୍କୁ ଶାନ୍ତ କରିବା ପାଇଁ ପୁଲିସ ବହୁ ସଂଖ୍ୟାରେ ଗିରଫ କରୁଛି। ଆଲେକ୍ସି ଜର୍ମାନୀରୁ ଚିକିତ୍ସାଧୀନ ହୋଇ ଋଷିଆକୁ ଫେରିବା ପରେ ଗିରଫ ହଠାତ୍ ଗିରଫ ହୋଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।