ଜେଇଇ ପ୍ରଶ୍ନପତ୍ର ଲିକ୍‌ ଘଟଣା: ସିବିଆଇ ପଞ୍ଝାରେ ରୁଷ ଯୁବକ

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍ସ ୨୦୨୧ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଜି ସିବିଆଇ ଜଣେ ରୁଷ ନାଗରିକଙ୍କୁ ଅଟକ ରଖିଛି। ଅଟକ ଯୁବକ ଜଣଙ୍କ ହେଲେ ମିଖାଇଲ ଶାରଗିନ। ଯୁବକ ଜଣଙ୍କ ଜେଇଇ ମେନ୍ସ ଅନୁଷ୍ଠିତ ହେଉଥିବା ଇଲେଓନ ସଫ୍ଟୱେୟାରକୁ ହ୍ୟାକ୍‌ କରି ପ୍ରଶ୍ନପତ୍ର ହାତେଇଥିଲେ ବୋଲି ସିବିଆଇ ଆଶାଙ୍କା କରୁଛି। ମିଖାଇଲ କାଜଖସ୍ତାନରୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଏୟାରପୋର୍ଟକୁ ଆସିଥିବା ବେଳେ ତାଙ୍କୁ ପ୍ରଥମେ ବ୍ୟୁରୋ ଅଫ ଇମିଗ୍ରେସନ ଅଟକ ରଖିଥିଲା। ଏହାପରେ ସିବିଆଇ […]

JEE

JEE

Hemant Lenka
  • Published: Monday, 03 October 2022
  • Updated: 03 October 2022, 08:41 PM IST

Sports

Latest News

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍ସ ୨୦୨୧ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଜି ସିବିଆଇ ଜଣେ ରୁଷ ନାଗରିକଙ୍କୁ ଅଟକ ରଖିଛି। ଅଟକ ଯୁବକ ଜଣଙ୍କ ହେଲେ ମିଖାଇଲ ଶାରଗିନ। ଯୁବକ ଜଣଙ୍କ ଜେଇଇ ମେନ୍ସ ଅନୁଷ୍ଠିତ ହେଉଥିବା ଇଲେଓନ ସଫ୍ଟୱେୟାରକୁ ହ୍ୟାକ୍‌ କରି ପ୍ରଶ୍ନପତ୍ର ହାତେଇଥିଲେ ବୋଲି ସିବିଆଇ ଆଶାଙ୍କା କରୁଛି। ମିଖାଇଲ କାଜଖସ୍ତାନରୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଏୟାରପୋର୍ଟକୁ ଆସିଥିବା ବେଳେ ତାଙ୍କୁ ପ୍ରଥମେ ବ୍ୟୁରୋ ଅଫ ଇମିଗ୍ରେସନ ଅଟକ ରଖିଥିଲା। ଏହାପରେ ସିବିଆଇ ତାଙ୍କୁ ନିଜ ସହ ଜେରା ଆରମ୍ଭ କରିଛି।

ସିବିଆଇ ତଦନ୍ତ କରିବା ବେଳେ ଜାଣିବାକୁ ପାଇଥିଲା ଯେ ଜେଇଇ ମେନ୍ସ ସହ ଅନଲାଇନରେ ଅନୁଷ୍ଠିତ ଏକାଧିକ ପରୀକ୍ଷାରେ ହୋଇଥିବା ଅନିୟମିତତା ପଛରେ କିଛି ବିଦେଶୀ ନାଗରିକଙ୍କ ହାତ ରହିଛି। ଏହି ବିଦେଶୀ ନାଗରିକମାନେ ଭାରତର କିଛି ଅଭିଯୁକ୍ତଙ୍କ ସହ ମିଶି ପ୍ରଶ୍ନପତ୍ର ହ୍ୟାକ କରୁଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହାକୁ ଲିକ୍‌ କରିଥିଲେ।

ସିବିଆଇର କହିବା କଥା, ଜେଇଇ(ମେନ୍ସ) ୨୦୨୧ ଇଲେଓନ ସଫ୍ଟୱେୟାର ଦ୍ୱାରା କରାଯାଇଥିଲା। ଏହାକୁ ଟିସିଏସ୍‌ ତିଆରି କରିଥିଲା। ତେବେ ମିଖାଇଲ ଏହି ସଫ୍ଟୱେୟାରକୁ ହ୍ୟାକ କରିବାରେ ସହାୟତା କରିଥିଲେ। ପରୀକ୍ଷା ବେଳେ ସନ୍ଦିଗ୍ଧ ପରୀକ୍ଷାର୍ଥୀଙ୍କ କମ୍ପ୍ୟୁଟର ବ୍ୟବସ୍ଥାରୁ ମିଖାଇଲ ପ୍ରଶ୍ନପତ୍ର ହ୍ୟାକ କରିବାରେ ଅନ୍ୟ ଅଭିଯୁକ୍ତଙ୍କୁ ସହଯୋଗ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ଲୁକ ଆଉଟ ନୋଟିସ ମଧ୍ୟ ଜାରି କରାଯାଇଥିଲା।

ଜେଇଇ ୨୦୨୧ରେ ଅନିୟମିତତା ଅଭିଯୋଗ ଆସିବା ପରେ ସିବିଆଇ Affinity Education Private Limited ସମେତ ଏହାର ନିର୍ଦ୍ଦେଶକ ସିଦ୍ଧାର୍ଥ କ୍ରିଷ୍ଣା, ବିଶ୍ୱମ୍ବର ମଣି ତ୍ରିପାଠୀ ଓ ଗୋବିନ୍ଦ ଭିଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହି ଇନିଷ୍ଟିଚ୍ୟୁସନ ଓ ଏହାର କର୍ମଚାରୀମାନେ ଜେଇଇ(ମେନ୍ସ) ପରୀକ୍ଷାରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା।

ଏଫଆଇଆର ଅନୁସାରେ, ଅଭିଯୁକ୍ତମାନେ ଅନଲାଇନ ଜେଇଇ(ମେନ୍ସ) ପରୀକ୍ଷାରେ ହେରଫେର କରିଥିଲେ ଓ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଏନଆଇଟିଗୁଡ଼ିକରେ ଆଡମିଶନ କରିବାରେ ସହାୟତା କରିଥିଲେ। ହରିଆଣାର ସୋନେପତରେ ଥିବା ଗୋଟିଏ ପରୀକ୍ଷା କେନ୍ଦ୍ରରୁ ଏମାନେ ରିମୋଟ ଦ୍ୱାରା ପ୍ରଶ୍ନଗୁଡ଼ିକ ସମାଧାନ କରି ପରୀକ୍ଷାର୍ଥୀଙ୍କୁ ସବୁ ପ୍ରକାରର ସହାୟତା କରିଥିଲେ।

ଏହାବାଦ୍‌ ସିକ୍ୟୁରିଟି ବାବଦକୁ ଅଭିଯୁକ୍ତମାନେ ଆଶାୟୀଙ୍କ ଦଶମ, ଦ୍ୱାଦଶ ଶ୍ରେଣୀ ମାର୍କଶିଟ୍‌, ୟୁଜର ଆଇଡି, ପାସୱାର୍ଡ ଓ କିଛି ଆଗକୁ ତାରିଖ ଥିବା ଚେକ୍‌ଗୁଡ଼ିକୁ ନିଜ ପାଖରେ ରଖୁଥିଲେ। ପିଲାମାନଙ୍କ ନାଁ ଲେଖା ହୋଇଯିବା ପରେ ସେମାନେ ଏହା ବଦଳରେ ଜଣଙ୍କ ପିଛା ୧୨ରୁ ୧୫ ଲକ୍ଷ ଟଙ୍କା ଆଦାୟ କରୁଥିଲେ ବୋଲି ସିବିଆଇ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos