ହଠାତ୍‌ କାହିଁକି ସୋନିଆଙ୍କୁ ଭେଟିଲେ ସଚିନ ପାଇଲଟ

ନୂଆଦିଲ୍ଲୀ: ଗୋଟିଏ ପଟେ ରାଜସ୍ଥାନ କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ହଠାତ୍‌ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ବରିଷ୍ଠ ନେତା ସଚିନ ପାଇଲଟ। ସେ ଦିଲ୍ଲୀ ଆସି ସୋନିଆଙ୍କ ସହ ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଛନ୍ତି। କ୍ୟାବିନେଟ ଅଦଳବଦଳ ସମୟରେ ସଚିନ ନିଜ ଗୋଷ୍ଠୀର ସଦସ୍ୟଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ସୋନିଆଙ୍କୁ କହିଥିବା ଜଣାପଡ଼ିଛି। ବୈଠକ ପରେ ସଚିନ ପାଇଲଟ କହିଛନ୍ତି, “କଂଗ୍ରେସ ରାଜ୍ୟର […]

sachin-and-sonia

sachin-and-sonia

Hemant Lenka
  • Published: Friday, 12 November 2021
  • Updated: 12 November 2021, 03:20 PM IST

ନୂଆଦିଲ୍ଲୀ: ଗୋଟିଏ ପଟେ ରାଜସ୍ଥାନ କ୍ୟାବିନେଟ ଅଦଳବଦଳକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ହଠାତ୍‌ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ବରିଷ୍ଠ ନେତା ସଚିନ ପାଇଲଟ। ସେ ଦିଲ୍ଲୀ ଆସି ସୋନିଆଙ୍କ ସହ ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି ରୁଦ୍ଧଦ୍ୱାର ବୈଠକ କରିଛନ୍ତି। କ୍ୟାବିନେଟ ଅଦଳବଦଳ ସମୟରେ ସଚିନ ନିଜ ଗୋଷ୍ଠୀର ସଦସ୍ୟଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ସୋନିଆଙ୍କୁ କହିଥିବା ଜଣାପଡ଼ିଛି।

ବୈଠକ ପରେ ସଚିନ ପାଇଲଟ କହିଛନ୍ତି, “କଂଗ୍ରେସ ରାଜ୍ୟର ସଂଗଠନକୁ ଅଧିକ ମଜବୁତ କରିବାକୁ ଚାହୁଁଛି। ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ହେବ। ତା’ ପୂର୍ବରୁ ଦଳ ସାଂଗଠିକ ସ୍ତରରେ ମଜବୁତ ହେବା ଦରକାର। ୨୦୨୩ରେ ରାଜସ୍ଥାନରେ ଆମେ ପୁଣି ଜିତିବା ଜରୁରୀ। ଦଳ ଅଭିଜ୍ଞତା, ଆଞ୍ଚଳିକ ସ୍ଥିରତା,ବିଶ୍ୱସନୀୟତା ଓ ଜାତିଗତ ଭାଗିଦାରୀକୁ ଦୃଷ୍ଟିରେ ରଖି ସବୁ ପ୍ରକାରର ନିଷ୍ପତ୍ତି ନେବ।”

ସୋନିଆ ଗାନ୍ଧି ନିୟମିତ ରାଜ୍ୟରେ କଂଗ୍ରେସକୁ ମଜବୁତ କରିବା ପାଇଁ କ’ଣ ସବୁ ଦରକାର, ସେକଥା ପଚାରୁ ଥିବାରୁ ସଚିନ ଏଥିପାଇଁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, “ଠିକଣା ସମୟରେ କଂଗ୍ରେସର ରାଜସ୍ଥାନ ଇନଚାର୍ଜ ଅଜୟ ମାକେନ ଉପଯୁକ୍ତ ପଦକ୍ଷେପ ନେବ। ଏଥିପାଇଁ କେହି ବ୍ୟସ୍ତ ହେବା ଦରକାର ନାହିଁ।”

ଗୁରୁବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟ କ୍ୟାବିନେଟରେ ଅଦଳବଦଳ ନିଷ୍ପତ୍ତି ଦଳର ହାଇକମାଣ୍ଡ ନେବେ ବୋଲି କହିଥିଲେ। ଏଥିସହ ସେ ମଧ୍ୟ ଗତକାଲି ସୋନିଆ ଗାନ୍ଧିଙ୍କୁ ପୃଥକ ଭାବେ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।
ଗତବର୍ଷ ଗେହଲଟ ସରକାରଙ୍କ ବିରୋଧରେ ସଚିନ ପାଇଲଟଙ୍କ ସମର୍ଥକମାନେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସଚିନ ଆଣ୍ଡ କୋ ଦିଲ୍ଲୀରେ ଡେରା ପକାଇଥିଲେ।

ଶେଷରେ ଗାନ୍ଧି ପରିବାର ଗେହଲଟ ଓ ପାଇଲଟ କଳିରେ ହସ୍ତକ୍ଷେପ କରି ସବୁ କିଛିକୁ ସମାଧାନ କରିଥିଲେ। ଏହି ସମୟରେ ସଚିନ ପାଇଲଟ ଉଠାଇଥିବା ଦାବି ଗୁଡ଼ିକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଏଥିପାଇଁ କଂଗ୍ରେସ ହାଇକମାଣ୍ଡ ୩ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିର ମତାମତ ଓ ସ୍ଥିତିକୁ ଦେଖି ଏବେ ରାଜସ୍ଥାନ କ୍ୟାବିନେଟକୁ ଅଦଳବଦଳ କରାଯିବ ବୋଲି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ କ୍ୟାବିନେଟ ଅଦଳବଦଳ ବେଳେ ଜଣେ ନେତା, ଗୋଟିଏ ପଦ ଫର୍ମୁଲାକୁ ଲାଗୁ କରିବ। ସେହିପରି ଗେହଲଟଙ୍କ କ୍ୟାବିନେଟରେ ଥିବା ୩ ଜଣ ବରିଷ୍ଠ ନେତାଙ୍କୁ ପଦରୁ ବିଦା କରାଯିବ। ସେମାନଙ୍କୁ ଦଳରେ ବିଭନ୍ନ ଦାୟିତ୍ୱ ପ୍ରଦାନ କରାଯାଇ ସାରିଛି। ରାଜସ୍ଥାନର ପିସିସି ମୁଖ୍ୟ ଗୋବିନ୍ଦ ଦୋତାସ୍ର, ପଞ୍ଜାବର ଏଆଇସିସି ଇନଚାର୍ଜ ହରିଶ ଚୌଧୁରୀ ଓ ଗୁଜରାଟ ଏଆଇସିସି ଇନଚାର୍ଜ ରଘୁ ଶର୍ମାଙ୍କୁ କ୍ୟାବିନେଟରୁ ବାଦ ଦିଆଯିବ।

ସେମାନେ ନିଜ ତରଫରୁ ହିଁ ଦଳ ପାଇଁ କାମ କରିବାକୁ ଚାହୁଁଥିବା ହାଇକମାଣ୍ଡଙ୍କୁ ଜଣାଇଥିବା କୁହାଯାଉଛି। ବର୍ତ୍ତମାନ ଗେହଲଟଙ୍କ କ୍ୟାବିନେଟରେ ୯ଟି ପଦ ଖାଲି ରହିଛି। ସଚିନ ପାଇଲଟ ତାଙ୍କ କ୍ୟାମ୍ପରୁ ୪ରୁ ୫ ଜଣ ବିଧାୟକଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦ ଦେବାକୁ ଲବି ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story