ଚନ୍ଦ୍ରଶେଖର ଆଜାଦଙ୍କ ସହ ମେଣ୍ଟ କରିବେ ଅଖିଲେଶ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇଛନ୍ତି ଅଖିଲେଶ ଯାଦବ ଓ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ। ଆଗାମୀ ବିଧାନସଭାରେ ଅଖିଲେଶଙ୍କ ସମାଜବାଦୀ ପାର୍ଟି ଓ ଚନ୍ଦ୍ରଶେଖରଙ୍କ ଆଜାଦ ସମାଜ ପାର୍ଟି ମେଣ୍ଟ କରିବେ ବୋଲି ନିଷ୍ପତ୍ତି ହୋଇଛି। ଏହି ମେଣ୍ଟ ସମ୍ପର୍କରେ ଉଭୟ ନେତା ଆଜି ହିଁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ। ଏଥିପାଇଁ ଦିନ ୧୨.୩୦ରେ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି। ଘୋଷଣା ପୂର୍ବରୁ ଆଜାଦ କହିଛନ୍ତି, “ସପା […]

SP

SP

Hemant Lenka
  • Published: Saturday, 15 January 2022
  • Updated: 15 January 2022, 09:38 AM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇଛନ୍ତି ଅଖିଲେଶ ଯାଦବ ଓ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ। ଆଗାମୀ ବିଧାନସଭାରେ ଅଖିଲେଶଙ୍କ ସମାଜବାଦୀ ପାର୍ଟି ଓ ଚନ୍ଦ୍ରଶେଖରଙ୍କ ଆଜାଦ ସମାଜ ପାର୍ଟି ମେଣ୍ଟ କରିବେ ବୋଲି ନିଷ୍ପତ୍ତି ହୋଇଛି।

ଏହି ମେଣ୍ଟ ସମ୍ପର୍କରେ ଉଭୟ ନେତା ଆଜି ହିଁ ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବେ। ଏଥିପାଇଁ ଦିନ ୧୨.୩୦ରେ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି। ଘୋଷଣା ପୂର୍ବରୁ ଆଜାଦ କହିଛନ୍ତି, “ସପା ସହ ମେଣ୍ଟ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଏଥିପାଇଁ ମୁଁ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝାମଣାର ବିସ୍ତୃତ୍ୟ ତଥ୍ୟ ଆଉ କିଛି ସମୟ ପରେ ସମସ୍ତେ ଜାଣିପାରିବେ।” ତେବେ ଆଜାଦ ସିଟ୍‌ ଶେୟାରିଂ ସମ୍ପର୍କରେ ଏବେ କୌଣସି ସୂଚନା ଦେଇ ନାହାନ୍ତି।

ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଶରଦ ପାୱାରଙ୍କ ଏନସିପି, ଆରଏଲଡ, ଜନୱାଦି ପାର୍ଟି(ସୋସିଆଲିଷ୍ଟ), ଆପନା ଦଳ(କ୍ରିଷ୍ଣା ପଟେଲ), ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆ ଓ ମହାନ ଦଳ ସହ ମେଣ୍ଟ କରି ସାରିଛି। ଏବେ ଆଜାଦଙ୍କ ଦଳ ଏଥିରେ ସାମିଲ ହେବାକୁ ଯାଉଛି।

ଆଜାଦଙ୍କ ସହ ହାତ ମିଳାଇ ସପା ଦଳିତ ଭୋଟଗୁଡ଼ିକ ନିଜ ପାଖକୁ ଆଣିବା ପାଇଁ ଲକ୍ଷ୍ୟ ରଖିଛି। କାରଣ ଅଧିକାଂଶ ଦଳିତ ଭୋଟ ମାୟାବତୀଙ୍କ ବିଏସ୍‌ପି ପାଖକୁ ଯାଇଥାଏ। ହେଲେ ଏଥର ସପା ଏହାକୁ କାଉଣ୍ଟର କରିବାକୁ ଲକ୍ଷ୍ୟ ରଖିଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ୪୦୩ ଆସନ ପାଇଁ ଆସନ୍ତା ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଭୋଟିଂ ଆରମ୍ଭ। ଭୋଟିଂ ପ୍ରକ୍ରିୟା ମାର୍ଚ୍ଚ ୭ରେ ସରିବ। ଏହାପରେ ୧୦ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos