ଲାଞ୍ଚ କାରବାର ଘଟଣା: ସମୀର ୱାଙ୍ଖଡେଙ୍କୁ ଜେରା କଲା ଏନସିବି ଟିମ୍‌, କିନ୍ତୁ...

ମୁମ୍ବାଇ: ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଆଜି ୨୫ କୋଟିର ଲାଞ୍ଚ କାରବାର ମାମଲାରେ ଜେରା କରାଯାଇଛି। ଦିଲ୍ଲୀରୁ ଆସିଥିବା ଏନସିବିର ସ୍ୱତନ୍ତ୍ର ୫ ଜଣିଆ ଟିମ୍‌ ସମୀରଙ୍କୁ ତାଙ୍କରି ମୁମ୍ବାଇ ସ୍ଥିତ ଅଫିସରେ ଦୀର୍ଘ ସମୟ ଧରି ଜେରା କରିଛି। ସମୀର ମୁମ୍ବାଇ କ୍ରୁଜ ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍‌ କରିଥିବା ଅଭିଯୋଗରେ ଫସିଛନ୍ତି। ତାଙ୍କୁ ଏନସିବି ଟିମ୍‌ଏହି ଘଟଣାରେ ଜେରା କରିଥିଲେ ମଧ୍ୟ ପୂର୍ବଭଳି […]

sameer2

sameer2

Hemant Lenka
  • Published: Wednesday, 27 October 2021
  • Updated: 27 October 2021, 08:25 PM IST

Sports

Latest News

ମୁମ୍ବାଇ: ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଆଜି ୨୫ କୋଟିର ଲାଞ୍ଚ କାରବାର ମାମଲାରେ ଜେରା କରାଯାଇଛି। ଦିଲ୍ଲୀରୁ ଆସିଥିବା ଏନସିବିର ସ୍ୱତନ୍ତ୍ର ୫ ଜଣିଆ ଟିମ୍‌ ସମୀରଙ୍କୁ ତାଙ୍କରି ମୁମ୍ବାଇ ସ୍ଥିତ ଅଫିସରେ ଦୀର୍ଘ ସମୟ ଧରି ଜେରା କରିଛି। ସମୀର ମୁମ୍ବାଇ କ୍ରୁଜ ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍‌ କରିଥିବା ଅଭିଯୋଗରେ ଫସିଛନ୍ତି।

ତାଙ୍କୁ ଏନସିବି ଟିମ୍‌ଏହି ଘଟଣାରେ ଜେରା କରିଥିଲେ ମଧ୍ୟ ପୂର୍ବଭଳି ସମୀର ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଦାୟିତ୍ୱରେ ରହିବେ। ସମୀରଙ୍କୁ ଆଜି ଜେରା କରୁଥିବା ଟିମର ନେତୃତ୍ୱ ନେଉଥିବା ଜ୍ଞାନେଶ୍ୱର ସିଂହ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଲାଞ୍ଚ କାରବାର ମାମଲାରେ ସମୀରଙ୍କ ଭୂମିକା ସମ୍ପର୍କରେ ନିର୍ଦ୍ଦିଷ୍ଟ ଓ ଉପଯୁକ୍ତ ପ୍ରମାଣ ନ ମିଳିବା ଯାଏ ସେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଦାୟିତ୍ୱରେ ରହିବେ। ତାଙ୍କୁ କୌଣସି ପ୍ରକାରର ଏହି ତଦନ୍ତ ଦାୟିତ୍ୱରୁ ହଟା ଯିବ ନାହିଁ ବୋଲି ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୨୦ ଜଣ ଗିରଫ ହୋଇଥିଲେ। ଆର୍ଯ୍ୟନ ଗିରଫ ହେବା ବେଳେ ତାଙ୍କ ସହ କେପି ଗୋସାଭୀ ନାମକ ଜଣେ ବ୍ୟକ୍ତି ରହିଥିଲେ। ତେବେ ଗୋସାଭୀ ଜଣେ ବ୍ୟକ୍ତିଙ୍କ ସହ ଆର୍ଯ୍ୟନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କାର ଡିଲ୍‌ ସମ୍ପର୍କରେ କଥା ହେଉଥିବା ଏହି ଘଟଣାର ସାକ୍ଷୀ ତଥା ଗୋସାଭୀଙ୍କ ବଡିଗାର୍ଡ ଅଭିଯୋଗ କରିଥିଲେ।

ଉକ୍ତ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ସମୀର ୱାଙ୍ଖଡେ ଏହି ୨୫ କୋଟି ଡିଲ୍‌ର କାର୍ପଟଦାର ଥିଲେ। ୨୫ କୋଟିରୁ ଗୋସାଭୀ ୮ କୋଟି ଟଙ୍କା ସମୀର ୱାଙ୍ଖଡେଙ୍କୁ ଦେବା ବିଷୟରେ କଥା ହୋଇଥିବା ସେ ଶୁଣିଥିବା ସାକ୍ଷୀ ଜଣଙ୍କ ଦାବି କରିଛନ୍ତି। ଏହାକୁ ନେଇ ହଟଚମଟ ହେବା ପରେ ଏନସିବି ପକ୍ଷରୁ ସମୀରଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos