ଗିରଫ ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଇଡିର ସମନ

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ହାଜର ହେବାକୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜମି ଦୁର୍ନୀତି ଘଟଣାରେ ସଞ୍ଜୟଙ୍କ ଭଳି ବର୍ଷାଙ୍କ ଭୂମିକା ରହିଥିବା ଇଡି ସନ୍ଦେହ କରିଛି। ଏଥିପାଇଁ ତାଙ୍କୁ ଜେରା କରିବାକୁ ସମନ କରାଯାଇଛି। ତେବେ ତାଙ୍କୁ କେବେ ହାଜର ହେବାକୁ କୁହାଯାଇଛି, ସେକଥା ବର୍ତ୍ତମାନ ଜଣାପଡ଼ିନି। ଇଡି ନୋଟିସ ସାମ୍ନାକୁ ଆସିଲେ ବର୍ଷାଙ୍କ ହାଜର ହେବା ତାରିଖ ଓ ସମୟ […]

ED

ED

Hemant Lenka
  • Published: Thursday, 04 August 2022
  • Updated: 04 August 2022, 05:01 PM IST

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ହାଜର ହେବାକୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜମି ଦୁର୍ନୀତି ଘଟଣାରେ ସଞ୍ଜୟଙ୍କ ଭଳି ବର୍ଷାଙ୍କ ଭୂମିକା ରହିଥିବା ଇଡି ସନ୍ଦେହ କରିଛି। ଏଥିପାଇଁ ତାଙ୍କୁ ଜେରା କରିବାକୁ ସମନ କରାଯାଇଛି। ତେବେ ତାଙ୍କୁ କେବେ ହାଜର ହେବାକୁ କୁହାଯାଇଛି, ସେକଥା ବର୍ତ୍ତମାନ ଜଣାପଡ଼ିନି। ଇଡି ନୋଟିସ ସାମ୍ନାକୁ ଆସିଲେ ବର୍ଷାଙ୍କ ହାଜର ହେବା ତାରିଖ ଓ ସମୟ ଜଣାପଡ଼ିବ।

ଏହି ଜମି ଦୁର୍ନୀତି ଘଟଣାରେ ବର୍ଷା ସାମିଲ ଥିବା ପୂର୍ବରୁ ଅନେକ ଥର ଇଡି କହି ସାରିଛି। ଏଥିପାଇଁ ତାଙ୍କ ନାଁରେ ଥିବା କିଛି ସମ୍ପତ୍ତିକୁ ମଧ୍ୟ ଇଡି ସିଜ କରିଛି। ହେଲେ ତାଙ୍କୁ ଏଯାଏ ଜେରା କରାଯାଇ ନଥିଲେ। ଏବେ ସଞ୍ଜୟ ରାଉତ ଗିରଫ ହେବା ପରେ ତାଙ୍କୁ ସମନ କରାଯାଇଛି।

ପ୍ରାୟ ୪ ମାସ ତଳେ ଇଡି ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ବର୍ଷା ରାଉତ ଓ ସଞ୍ଜୟ ରାଉତଙ୍କ ଦୁଇ ଘନିଷ୍ଠ ସହଯୋଗୀଙ୍କ ୧୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଜବତ ହୋଇଥିବା ଦାଦ୍ରା ସ୍ଥିତ ଫ୍ଲାଟ ବର୍ଷାଙ୍କ ନାଁରେ ରହିଛି। ସେହିପରି ଅଲିବାଗର କିହିମ ବିଚରେ ଥିବା ୮ଟି ଫ୍ଲାଟ ମିଳିତ ଭାବେ ବର୍ଷା ଓ ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକରଙ୍କ ପତ୍ନୀ ସ୍ୱପ୍ନାଙ୍କ ନାଁରେ ପଞ୍ଜୀକରଣ ହୋଇଛି। ଏହାକୁ ମଧ୍ୟ ଇଡି ଜବତ କରିଥିଲା।

ଆଜି ସଞ୍ଜୟ ରାଉତଙ୍କୁ ଅଗଷ୍ଟ ୮ ତାରିଖ ଯାଏ ରିମାଣ୍ଡରେ ନେବା ବେଳେ ଇଡି କୋର୍ଟଙ୍କୁ କହିଛି ଯେ ତାଙ୍କ ପରିବାର ଜମି ଦୁର୍ନୀତି ଜରିଆରେ ୧ କୋଟି ଟଙ୍କାର ହେରଫେର କରିଛନ୍ତି। ତେଣୁ ଏ ସମ୍ପର୍କରେ ଖୋଳତାଡ଼ କରିବାକୁ ବର୍ଷାଙ୍କୁ ସମନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story