ଭାରତକୁ ଯାତ୍ରା କରିଥିବା ଲୋକଙ୍କ ଉପରେ ୩ ବର୍ଷର ବ୍ୟାନ ଲଗାଇବ ଏହି ଦେଶ

ଦୁବାଇ: ମହାମାରୀ କରୋନା ପାଇଁ ଭାରତ ସମେତ ରେଡ୍‌ ଲିଷ୍ଟରେ ଥିବା ଦେଶଗୁଡ଼ିକୁ ନିୟମ ଭାଙ୍ଗି ଯାତ୍ରା କରିଥିବା ଲୋକଙ୍କ ଉପରେ ୩ ବର୍ଷର ଟ୍ରାଭେଲ ବ୍ୟାନ ଓ ବିପୁଳ ଜୋରିମାନା ଲଗାଇବାକୁ ଘୋଷଣା କରିଛି ସାଉଦି ଆରବ। ସାଉଦି ପ୍ରେସ ଏଜେନ୍ସି (ଏସପିଏ)କୁ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଷିଦ୍ଧ ଦେଶକୁ ଯାତ୍ରା କରିବା ନିଶ୍ଚିତ ଭାବରେ କୋଭିଡ -୧୯ ସହ ଜଡ଼ିତ ନିୟମକୁ ଉଲ୍ଲଙ୍ଘନ କରିବା ସହ ସମାନ। ରେଡ୍‌ ଲିଷ୍ଟରେ ଥିବା ଦେଶଗୁଡ଼ିକୁ […]

Corona1

Corona1

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 08:34 PM IST

Sports

Latest News

ଦୁବାଇ: ମହାମାରୀ କରୋନା ପାଇଁ ଭାରତ ସମେତ ରେଡ୍‌ ଲିଷ୍ଟରେ ଥିବା ଦେଶଗୁଡ଼ିକୁ ନିୟମ ଭାଙ୍ଗି ଯାତ୍ରା କରିଥିବା ଲୋକଙ୍କ ଉପରେ ୩ ବର୍ଷର ଟ୍ରାଭେଲ ବ୍ୟାନ ଓ ବିପୁଳ ଜୋରିମାନା ଲଗାଇବାକୁ ଘୋଷଣା କରିଛି ସାଉଦି ଆରବ। ସାଉଦି ପ୍ରେସ ଏଜେନ୍ସି (ଏସପିଏ)କୁ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଷିଦ୍ଧ ଦେଶକୁ ଯାତ୍ରା କରିବା ନିଶ୍ଚିତ ଭାବରେ କୋଭିଡ -୧୯ ସହ ଜଡ଼ିତ ନିୟମକୁ ଉଲ୍ଲଙ୍ଘନ କରିବା ସହ ସମାନ।

ରେଡ୍‌ ଲିଷ୍ଟରେ ଥିବା ଦେଶଗୁଡ଼ିକୁ ଯାତ୍ରା ନ କରିବାକୁ ସାଉଦି ଆରବ ସରକାର ତାଙ୍କ ନିର୍ଦ୍ଦେଶନାମାରେ କହିଥିଲେ। ରେଡ ଲିଷ୍ଟରେ ଥିବା ଦେଶଗୁଡ଼ିକରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ସାଉଦି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଜଣେ ଅଧିକାରୀ ଲୋକଙ୍କୁ ଯାତ୍ରା କରିବାକୁ ବାରଣ କରିଥିଲେ। ତଥାପି କିଛି ଲୋକ ନିୟମ ଉଲ୍ଲଙ୍ଘନ କରି ଯାତ୍ରା କରିଥିବା ଜଣାପଡ଼ିଛି। ତେଣୁ ସାଉଦି ସରକାର ଏପରି କଟକଣା ଲଗାଇଛନ୍ତି।

ସାଉଦିର ରେଡ ଲିଷ୍ଟରେ ଭାରତ, ୟୁଏଇ, ଲିବିୟା, ସିରିଆ, ଲେବାନନ୍, ୟେମେନ, ଇରାନ, ତୁର୍କୀ, ଆର୍ମେନିଆ, ଇଥିଓପିଆ, ସୋମାଲିଆ, କଙ୍ଗୋ, ଆଫଗାନିସ୍ତାନ, ଭେନେଜୁଏଲା, ବେଲାରୁଷ ଓ ଭିଏତନାମ ରହିଛନ୍ତି। ଯେଉଁମାନେ ଏହି ଦେଶଗୁଡ଼ିକୁ ଯାଇଥିବେ ସେମାନଙ୍କୁ ୩ ବର୍ଷ ପାଇଁ ବିଦେଶ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ। ସେହିପରି ସେମାନଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos