କରୋନାର ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ଥମି ନଥିବା ବେଳେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଭୟର ସୃଷ୍ଟି ହେଲାଣି। କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ ଭାରତକୁ କରୋନାର ତୃତୀୟ ଲହରକୁ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କହିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ଏବେ ସୁପ୍ରିମକୋର୍ଟ ମଧ୍ୟ କରୋନାର ତୃତୀୟ ୱେଭର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତୃତୀୟ […]

Oxygen

Oxygen

Hemant Lenka
  • Published: Thursday, 06 May 2021
  • Updated: 06 May 2021, 05:03 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ଥମି ନଥିବା ବେଳେ ତୃତୀୟ ଲହରକୁ ନେଇ ଲୋକଙ୍କ ମନରେ ଭୟର ସୃଷ୍ଟି ହେଲାଣି। କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ ଭାରତକୁ କରୋନାର ତୃତୀୟ ଲହରକୁ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କହିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି।

ଏବେ ସୁପ୍ରିମକୋର୍ଟ ମଧ୍ୟ କରୋନାର ତୃତୀୟ ୱେଭର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତୃତୀୟ ୱେଭ ବେଳେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଏବେଠାରୁ ସର୍ବଭାରତୀୟ ସ୍ତରରେ ଅମ୍ଳଜାନ ଷ୍ଟକର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି।

ଦିଲ୍ଲୀକୁ ଆବଶ୍ୟକ ଅକ୍ସିଜେନ ଯୋଗାଣ କରିବାକୁ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଆପଣ(କେନ୍ଦ୍ର ସରକାର) ସର୍ବଭାରତୀୟ ସ୍ତରରେ ଅକ୍ସିଜେନ ସପ୍ଲାଏ ଉପରେ ଗୁରୁତ୍ୱ ଦିଅନ୍ତୁ। ଅକ୍ସିଜେନ ଅଡିଟର ଆବଶ୍ୟକ ରହିଛି। ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣର ଭାଗକୁ ମଧ୍ୟ ପୁନଃ ନିର୍ଦ୍ଧାରଣ କରନ୍ତୁ।

ଭାରତକୁ ତୃତୀୟ ଲହର ଆସିବା ପୂର୍ବରୁ ଅଡିଟ କରି ଏହାର ସମାଧାନ ହେବା ଉଚିତ। ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ସର୍ବଭାରତୀୟ ସ୍ତରରେ ବଫର ଷ୍ଟକ କରିବା ଦରକାର। ରାଜ୍ୟଗୁଡ଼ିକୁ କେନ୍ଦ୍ର ଦେଉଥିବା ଅକ୍ସିଜେନର ପରିମାଣ ବୃଦ୍ଧି କରାଯାଉ ବୋଲି ବୋଲି କୋର୍ଟ କହିଛନ୍ତି।

କୋର୍ଟ ଆହୁରି କହିଛନ୍ତି, କରୋନାର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ଆଜିଠାରୁ ପଦକ୍ଷେପ ନିଆଯାଉ। ଛୋଟ ପିଲା ତୃତୀୟ ଲହର ଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଛୋଟ ପିଲାଙ୍କ ଟିକାକରଣ ପାଇଁ ବ୍ୟବସ୍ଥା କରାଯିବା ଉଚିତ। ତୃତୀୟ ଲହର ପାଇଁ ଆବଶ୍ୟ ଭତ୍ତିଭୂମି ପ୍ରସ୍ତୁତ କରାଯାଉ। ଯଦି ଆପଣ କୌଣସି ପଲିସି ପ୍ରସ୍ତୁତ କରିବାରେ ଭୁଲ କରନ୍ତି, ତା’ହେଲେ ଏଥିପାଇଁ ଆପଣ ଉତ୍ତରଦାୟୀ ରହିବେ ବୋଲି କୋର୍ଟ କହିଛନ୍ତି।

ଆଜି ଶୁଣାଣି ବେଳେ କେନ୍ଦ୍ର ସରକାର କହିଛନ୍ତି ଯେ ଦିଲ୍ଲୀକୁ ମେ’ ୫ ତାରିଖରେ ୭୩୦ ମେଟ୍ରିକ ଟନ୍ ଅମ୍ଳଜାନ ଯୋଗାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos