ଚାଷୀଙ୍କ ବିକ୍ଷୋଭ ଉପରେ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ୧୧ ମାସ ହେଲା କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ରବିବାର ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ଚିନ୍ତା ମଧ୍ୟ ପ୍ରକଟ କରିଛନ୍ତି। ଚାଷୀମାନେ ଆଇନକୁ ଚ୍ୟାଲେଞ୍ଜ କରିବା ପରେ କାହିଁକି ପୁଣି ବିକ୍ଷୋଭ କରୁଥିବା ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଦିଲ୍ଲୀର ଯନ୍ତରମନ୍ତର ଠାରେ […]

Farmer.jpg1.jpg2

Farmer.jpg1.jpg2

Hemant Lenka
  • Published: Monday, 04 October 2021
  • Updated: 04 October 2021, 03:35 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୧୧ ମାସ ହେଲା କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ରବିବାର ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡକୁ ନେଇ ଚିନ୍ତା ମଧ୍ୟ ପ୍ରକଟ କରିଛନ୍ତି। ଚାଷୀମାନେ ଆଇନକୁ ଚ୍ୟାଲେଞ୍ଜ କରିବା ପରେ କାହିଁକି ପୁଣି ବିକ୍ଷୋଭ କରୁଥିବା ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଦିଲ୍ଲୀର ଯନ୍ତରମନ୍ତର ଠାରେ ବିକ୍ଷୋଭ କରିବାକୁ ଚାହୁଁଛନ୍ତି। ଅନୁମତି ପାଇଁ ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହାର ଶୁଶାଣି ଆଜି ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ଲଖିମପୁର ଖେରି ହିଂସାକାଣ୍ତ କଥା ଉଠିଥିଲା।

ଏହି ସମୟରେ କୋର୍ଟ କହିଥିଲେ ଯେ ଯେତେବେଳେ ଚାଷୀମାନେ କୋର୍ଟରେ କୃଷି ଆଇନକୁ ଚ୍ୟାଲେଞ୍ଜ କରିଛନ୍ତି, ସେତେବେଳେ କାହିଁକି ଏହା ବିରୋଧରେ ବିକ୍ଷୋଭ କରୁଛନ୍ତି? କୃଷି ଆଇନର କାର୍ଯ୍ୟକାରିତା ଉପରେ କୋର୍ଟ ରୋକ ଲଗାଇଛନ୍ତି। ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିନାହାନ୍ତି। ତଥାପି ବିକ୍ଷୋଭ କ’ଣ ପାଇଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କୋର୍ଟକୁ କହିଥିଲେ, “ଯେତେବେଳେ ଆଇନର ଶୁଣାଣି ଚାଲିଛି, ସେତେବେଳେ ଏହା ବିରୋଧରେ ବିକ୍ଷୋଭ ହୋଇପାରିବ ନାହିଁ। ଆଗକୁ କୃଷି ଆଇନ ବିରୋଧରେ କୌଣସି ବିକ୍ଷୋଭ ସମାବେଶ ହେବା କଥା ନୁହେଁ। କାରଣ ବିକ୍ଷୋଭ ବେଳେ ଦୁର୍ଭାଗ୍ୟଜନ ଘଟଣା ଘଟୁଛି। ଏହାର ଉଦାହରଣ ଭାବେ ରବିବାର ଲଖିମପୁର ଖେରିରେ ଘଟିଥିବା ଘଟଣାକୁ ନିଆଯାଇପାରେ।”

ଗତକାଲି ଲଖିମପୁର ଖେରିରେ ଚାଷୀ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ସହ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସାରା ଦେଶରେ ବିବାଦ ଦେଖାଯାଇଛି।

ଶୁଣାଣି ବେଳେ ଜଷ୍ଟିସ ଖାନୱିଲକର କହିଛନ୍ତି ଯେ “ଯେତେବେଳେ ଆନ୍ଦୋଳନ ସମୟରେ କୌଣସି ହିଂସା ଘଟେ ସେତେବେଳେ ସାଧାରଣ ଲୋକଙ୍କ ସମ୍ପତ୍ତି ନଷ୍ଟ ହୋଇଥାଏ। କିନ୍ତୁ ଏହାର ଉତ୍ତରଦାୟିତ୍ୱ କେହି ନିଅନ୍ତି ନାହିଁ।”

ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୧ରେ ହେବ। ଆଇନକୁ ଚ୍ୟାଲେଞ୍ଜ କରି ଚାଷୀମାନେ ବିକ୍ଷୋଭ କରିପାରିବେ କି ନାହିଁ, ତା’ ଉପରେ ସୁପ୍ରିମକୋର୍ଟ ୨୧ ତାରିଖରେ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ, ଦିଲ୍ଲୀର ଯନ୍ତରମନ୍ତରରେ ୨୦୦ ଜଣ ଚାଷୀଙ୍କୁ ନେଇ ସତ୍ୟାଗ୍ରହ କରିବାକୁ ରାଜସ୍ଥାନର କିଷାନ ମହାପଞ୍ଚାୟତ ଦାବି କରିଛି। ଏଥିପାଇଁ ମହାପଞ୍ଚାୟତ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ପୂର୍ବରୁ ଏହି ଆବେଦନର ଶୁଣାଣି ବେଳେ କୋର୍ଟ ଚାଷୀ ସଂଗଠନକୁ ତୀବ୍ର ସମାଲୋଚନା କରିଥିଲେ। ଆବେଦନକାରୀ ରାଜସ୍ଥାନ ହାଇକୋର୍ଟରେ କୃଷି ଆଇନ ବିରୋଧରେ ଆବେଦନ କରିବା ସହ ସୁପ୍ରିମକୋର୍ଟରେ ସତ୍ୟାଗ୍ରହ ପାଇଁ ପିଟିସନ ଦାଏର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos