କରୋନାରେ ମୃତ୍ୟୁର ଆଶଙ୍କା କରି ଆଗୁଆ ଜାମିନ ଦିଆଯାଇପାରିବନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାର ଆଶଙ୍କା ଥିବା ଆଳ ଦେଖାଇ ଅନେକ ଅଭିଯୁକ୍ତ ଗିରଫ ପୂର୍ବରୁ ଆଗୁଆ ଜାମିନ ଆବେଦନ କରୁଛନ୍ତି। ହେଲେ ଆଜି କରୋନା ମୃତ୍ୟୁକୁ ଆଶଙ୍କା କରି କୌଣସି ପ୍ରକାରର ଆଗୁଆ ଜାମିନକୁ ଅନୁମୋଦନ ମିଳିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଆହ୍ଲାବାଦ ହାଇକୋର୍ଟ ଏସମ୍ପର୍କରେ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ଆଗୁଆ ଜାମିନ ମଞ୍ଜୁର କରିବା ପରେ ମାମଲାର ଗୁରୁତ୍ୱକୁ ପ୍ରଥମେ ବୁଝିବାକୁ ପଡ଼ିବ। […]

SC

SC

Hemant Lenka
  • Published: Tuesday, 25 May 2021
  • Updated: 25 May 2021, 05:11 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାର ଆଶଙ୍କା ଥିବା ଆଳ ଦେଖାଇ ଅନେକ ଅଭିଯୁକ୍ତ ଗିରଫ ପୂର୍ବରୁ ଆଗୁଆ ଜାମିନ ଆବେଦନ କରୁଛନ୍ତି। ହେଲେ ଆଜି କରୋନା ମୃତ୍ୟୁକୁ ଆଶଙ୍କା କରି କୌଣସି ପ୍ରକାରର ଆଗୁଆ ଜାମିନକୁ ଅନୁମୋଦନ ମିଳିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏଥିସହ ଆହ୍ଲାବାଦ ହାଇକୋର୍ଟ ଏସମ୍ପର୍କରେ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ଦେଇଛନ୍ତି। ଆଗୁଆ ଜାମିନ ମଞ୍ଜୁର କରିବା ପରେ ମାମଲାର ଗୁରୁତ୍ୱକୁ ପ୍ରଥମେ ବୁଝିବାକୁ ପଡ଼ିବ। ହାଇକୋର୍ଟ ଦେଇଥିବା ରାୟକୁ ଅନ୍ୟ କୋର୍ଟମାନେ ଆଦୌ ପାଳନ କରନ୍ତୁ ନାହିଁ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଆହ୍ଲାବାଦ ହାଇକୋର୍ଟ ଗତ ସପ୍ତାହରେ କହିଥିଲେ ଯେ ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଜେଲରେ କଏଦୀ ସଂଖ୍ୟା ବଢ଼ୁଛି। ଏପରି ସ୍ଥିତିରେ ଜଣେ ଅଭିଯୁକ୍ତଙ୍କର କରୋନାରେ ମୃତ୍ୟୁ ହେବାର ଆଶଙ୍କା ରହିଛି। ତେଣୁ କରୋନା ମୃତ୍ୟୁର ଆଶଙ୍କାରେ ଜଣେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ମିଳିପାରିବ। ଏହାକୁ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ଏହାର ଶୁଣାଣି କରି ଜଷ୍ଟିସ ଭୀନିତ ସରନ ଓ ଜଷ୍ଟିସ ବିଆର ଗାଭାଇଙ୍କ ଖଣ୍ଡପୀଠ ଏପରି କହିଛନ୍ତି।

ହାଇକୋର୍ଟ ପ୍ରତୀକ ଜୈନଙ୍କୁ ଆଗୁଆ ଜାମିନ ଦେବା ପରେ ବିତର୍କ ଆରମ୍ଭ ହୋଇଥିଲା। ତାଙ୍କ ନାଁରେ ୧୩୦ରୁ ଅଧିକ ମାମଲା ରହିଛି। ତଥାପି କୋର୍ଟ ତାଙ୍କୁ ୨୦୨୨ ଯାଏ ଜାମିନ ପ୍ରଦାନ କରିଥିବାରୁ ବିବାଦ ସୃଷ୍ଟି ହୋଇଥିଲା।

ହାଇକୋର୍ଟ ଏହି ସମୟରେ କହିଥିଲେ ଯେ କରୋନାରେ ମୃତ୍ୟୁର ଆଶଙ୍କା ରହିଥିଲେ ଜଣେ ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇ ପାରିବ। ତେବେ ଉତ୍ତର ପ୍ରଦେଶ ସରକାର ହାଇକୋର୍ଟଙ୍କ ଏଭଳି ଟିପ୍ପଣୀ ସମସ୍ତଙ୍କୁ ଭୁଲ ବାର୍ତ୍ତା ଦେବ ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ଏହି ଟିପ୍ପଣୀକୁ ଆଧାର କରି ଅନ୍ୟ କୋର୍ଟ ମଧ୍ୟ ଆଗୁଆ ଜାମିନ ଦେଉଛନ୍ତି ବୋଲି ସରକାର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story