୧୪ ମାସରେ ୮ ଶିଶୁକନ୍ୟାଙ୍କୁ ଜନ୍ମ ଦେଲେଣି ୬୫ ବର୍ଷୀୟ ମହିଳା!

ପାଟନା: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଆପଣ ଆଶ୍ଚର୍ଯ୍ୟ ହେବା ମଧ୍ୟ ସ୍ୱାଭାବିକ। କାରଣ ୧୪ ମାସରେ ୮ ଜଣ ଶିଶୁକନ୍ୟାଙ୍କୁ ଜଣେ ମହିଳା ଜନ୍ମ କରିବା ଅସମ୍ଭବ। କିନ୍ତୁ ବିହାରରେ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ଏଭଳି କାରସାଦି କରାଯାଇଛି। ବିହାରର ମୁଜାଫରପୁର ଠାରେ ଏଭଳି ଏକ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ମୁଶାହାରି ପ୍ରାଇମେରୀ ହେଲଥ ସେଣ୍ଟରର ଇନଚାର୍ଜ ଉପେନ୍ଦ୍ର ଚୌଧୁରୀ ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି। ୬୫ ବର୍ଷୀୟ ଲୀଲା […]

vc

vc

Hemant Lenka
  • Published: Friday, 21 August 2020
  • Updated: 21 August 2020, 08:46 PM IST

Sports

Latest News

ପାଟନା: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଆପଣ ଆଶ୍ଚର୍ଯ୍ୟ ହେବା ମଧ୍ୟ ସ୍ୱାଭାବିକ। କାରଣ ୧୪ ମାସରେ ୮ ଜଣ ଶିଶୁକନ୍ୟାଙ୍କୁ ଜଣେ ମହିଳା ଜନ୍ମ କରିବା ଅସମ୍ଭବ। କିନ୍ତୁ ବିହାରରେ ସରକାରୀ ଅର୍ଥ ଆତ୍ମସାତ କରିବା ପାଇଁ ଏଭଳି କାରସାଦି କରାଯାଇଛି। ବିହାରର ମୁଜାଫରପୁର ଠାରେ ଏଭଳି ଏକ ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। ମୁଶାହାରି ପ୍ରାଇମେରୀ ହେଲଥ ସେଣ୍ଟରର ଇନଚାର୍ଜ ଉପେନ୍ଦ୍ର ଚୌଧୁରୀ ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି।

୬୫ ବର୍ଷୀୟ ଲୀଲା ଦେବୀ ୧୪ ମାସରେ ୮ ଜଣ ଶିଶୁକନ୍ୟାକୁ ଜନ୍ମ କରିଥିବା କାଗଜପତ୍ରରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ସେ ପ୍ରତି ଶିଶୁକନ୍ୟା ପାଇଁ ୧୪ ଶହ ଟଙ୍କା ଲେଖାଏ ମଧ୍ୟ ନେଇଛନ୍ତି। ସରକାରୀ ପାଣ୍ଠିରୁ ଏହି ଅର୍ଥ ଯାଇଛି।

ସେହିପରି ଶାନ୍ତି ଦେବୀ ନାମକ ଜଣେ ମହିଳା ୯ ମାସରେ ୫ ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ରେକର୍ଡରେ ଉଲ୍ଲେଖ କରାଯାଇଛି। ସୋନିଆ ଦେବୀ ବି ୫ ମାସରେ ୪ଟି ଶିଶୁଙ୍କୁ ଜନ୍ମ ଦେଇ ସରକାରୀ ପାଣ୍ଠିର ଅଧିକାରୀ ହୋଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ବିହାରରେ ହଇଚଇ ସୃଷ୍ଟି ହୋଇଛି।

ଅତିରିକ୍ତ ଜିଲ୍ଲାପାଳ ରାଜେଶ କୁମାରଙ୍କ ନେତୃତ୍ୱରେ ତଦନ୍ତ ପାଇଁ ଗୋଟିଏ ଟିମ ଗଠନ କରାଯାଇଛି। ପ୍ରାଥମିକ ତଦନ୍ତରୁ ଏହା ପଛରେ ଏକ ବିରାଟ ରାକେଟ କାମ କରୁଥିବା ଜଣାପଡ଼ିଛି। ଏବେ ସ୍କାମରେ ସାମିଲ ଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos