ଶିକ୍ଷକ ଓ ଜଣେ ପିଲାଙ୍କୁ କରୋନା, ଘରକୁ ଗଲେ ସବୁ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ପୁଣିଥରେ ମହାମାରୀ କରୋନା ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି। ବିଶେଷ କରି ଦିଲ୍ଲୀ ଓ ଏହାର ଆପଖପାଖ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଯୋଗୁ ଭୟର ବାତାରଣ ସୃଷ୍ଟି ହୋଇଛି। ଆଜି ଦିଲ୍ଲୀର ଗୋଟିଏ ସ୍କୁଲରୁ ଜଣେ ପିଲା ଓ ଜଣେ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସ୍କୁଲର ବାକି ଶିକ୍ଷାର୍ଥୀଙ୍କୁ ସତର୍କତା ସ୍ୱରୂପ ଘରକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଘରୋଇ ସ୍କୁଲରୁ ହିଁ […]

Corona

Corona

Hemant Lenka
  • Published: Thursday, 14 April 2022
  • Updated: 14 April 2022, 02:09 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ମହାମାରୀ କରୋନା ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି। ବିଶେଷ କରି ଦିଲ୍ଲୀ ଓ ଏହାର ଆପଖପାଖ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଯୋଗୁ ଭୟର ବାତାରଣ ସୃଷ୍ଟି ହୋଇଛି। ଆଜି ଦିଲ୍ଲୀର ଗୋଟିଏ ସ୍କୁଲରୁ ଜଣେ ପିଲା ଓ ଜଣେ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସ୍କୁଲର ବାକି ଶିକ୍ଷାର୍ଥୀଙ୍କୁ ସତର୍କତା ସ୍ୱରୂପ ଘରକୁ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଘରୋଇ ସ୍କୁଲରୁ ହିଁ ଏଭଳି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସ୍କୁଲଟି ଗାଜିବାଦ ଓ ନୋଏଡା ନିକଟରେ ରହିଛି। ପୂର୍ବରୁ ଏହି ଦୁଇ ଅଞ୍ଚଳରେ ଥିବା ଅନେକ ସ୍କୁଲରୁ ଛୋଟଛୋଟ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା। ସ୍କୁଲରୁ ଆକ୍ରାନ୍ତ ଚିହ୍ନଟ ହେବାରୁ ଅଭିଭାବକଙ୍କ ଚିନ୍ତା ବଢ଼ିଛି।

ବିଧାୟକ ଆତିଶ କହିଛନ୍ତି, “ଗୋଟିଏ ସ୍କୁଲରେ ଜଣେ ପିଲା ଓ ଜଣେ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଏହାପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି। ପୂରା ପରିସ୍ଥିତି ଉପରେ ଆମର ନଜର ରହିଛି। କେହି ବି ଆତଙ୍କିତ ହୁଅନ୍ତୁ ନାହିଁ।”

ମହାମାରୀ କରୋନା ପାଇଁ ଦୀର୍ଘ ୨ ବର୍ଷ ହେଲା ସ୍କୁଲଗୁଡ଼ିକ ବନ୍ଦ ରହିଥିଲା। ଗତ ସପ୍ତାହରୁ ହିଁ ସବୁ ରାଜ୍ୟରେ ସ୍କୁଲ ଗୁଡ଼ିକରେ ଫିଜିକାଲ କ୍ଲାସ ଆରମ୍ଭ ହୋଇଛି। କ୍ଲାସ ଆରମ୍ଭ ହେବା ମାତ୍ରେ ସଂକ୍ରମଣ ବୃଦ୍ଧି ପାଇବା ପ୍ରଶାସନକୁ ପୁଣି ଚିନ୍ତାରେ ପକାଇଛି।

ସୂଚନାଯୋଗ୍ୟ, ନୋଏଡାରେ ଥିବା ୪ଟି ସ୍କୁଲରୁ ୩ ଦିନ ମଧ୍ୟରେ ୨୩ ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଥିବା ବୁଧବାର ରିପୋର୍ଟ ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos