ସ୍କୁଲରେ ଚାଲିଥିବା ଖ୍ରୀଷ୍ଟମାସ ଉତ୍ସବରେ ବାଧା ସୃଷ୍ଟି କଲେ ହିନ୍ଦୁ ବାହିନୀ

ବେଙ୍ଗାଲୁରୁ: ପବିତ୍ର ବଡ଼ଦିନ ବା ଖ୍ରୀଷ୍ଟମାସ ପାଇଁ କର୍ଣ୍ଣାଟକାର ଗୋଟିଏ ସ୍କୁଲରେ ଛୋଟିଆ ଉତ୍ସବ ପାଳନ କରାଯାଉଥିଲା। ହେଲେ ଏଥିରେ ବାଧା ସୃଷ୍ଟି କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ତଥାକଥିତ ହିନ୍ଦୁ ବାହିନୀର ଲୋକମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ରାଜ୍ୟର ମାଣ୍ଡ୍ୟା ଜିଲ୍ଲାରେ ଥିବା ଗୋଟିଏ ସ୍କୁଲରେ ଗୁରୁବାର ଏପରି ଘଟଣା ଘଟିଛି। ପୂର୍ବରୁ କର୍ଣ୍ଣାଟକାର ଏକାଧିକ ଚର୍ଚ୍ଚ ଓ ଖ୍ରୀଷ୍ଟଧର୍ମ ପ୍ରତିଷ୍ଠାନରେ ଆକ୍ରମଣ ହେବାର ଘଟଣା ସାମ୍ନାକୁ ଆସିଥିଲା। ଏବେ ଏପରି ସ୍କୁଲରେ ବିଭ୍ରାଟ ସମସ୍ତଙ୍କୁ […]

school

school

Hemant Lenka
  • Published: Friday, 24 December 2021
  • Updated: 24 December 2021, 07:26 PM IST

Sports

Latest News

ବେଙ୍ଗାଲୁରୁ: ପବିତ୍ର ବଡ଼ଦିନ ବା ଖ୍ରୀଷ୍ଟମାସ ପାଇଁ କର୍ଣ୍ଣାଟକାର ଗୋଟିଏ ସ୍କୁଲରେ ଛୋଟିଆ ଉତ୍ସବ ପାଳନ କରାଯାଉଥିଲା। ହେଲେ ଏଥିରେ ବାଧା ସୃଷ୍ଟି କରି ସ୍କୁଲ କର୍ତ୍ତୃପକ୍ଷଙ୍କୁ ତଥାକଥିତ ହିନ୍ଦୁ ବାହିନୀର ଲୋକମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ରାଜ୍ୟର ମାଣ୍ଡ୍ୟା ଜିଲ୍ଲାରେ ଥିବା ଗୋଟିଏ ସ୍କୁଲରେ ଗୁରୁବାର ଏପରି ଘଟଣା ଘଟିଛି।

ପୂର୍ବରୁ କର୍ଣ୍ଣାଟକାର ଏକାଧିକ ଚର୍ଚ୍ଚ ଓ ଖ୍ରୀଷ୍ଟଧର୍ମ ପ୍ରତିଷ୍ଠାନରେ ଆକ୍ରମଣ ହେବାର ଘଟଣା ସାମ୍ନାକୁ ଆସିଥିଲା। ଏବେ ଏପରି ସ୍କୁଲରେ ବିଭ୍ରାଟ ସମସ୍ତଙ୍କୁ ଆଚମ୍ବିତ କରିଛି। ନିର୍ମଳା ଇଂଲିଶ ହାଇସ୍କୁଲ ଆଣ୍ଡ କଲେଜର ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ଆମେ ପ୍ରତିବର୍ଷ ଖ୍ରୀଷ୍ଟିମାସ ଉପଲକ୍ଷେ ଉତ୍ସବ ପାଳନ କରିଥାଉ। କିନ୍ତୁ କରୋନା କଟକଣା ପାଇଁ ଆମେ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲୁ।

ତେବେ ପିଲାମାନେ ଆମକୁ ଅନୁରୋଧ କରିବାରୁ ଆମେ ସ୍କୁଲ ପରିସରରେ ଛୋଟ ଉତ୍ସବ ଆୟୋଜନ କରିଥିଲୁ। ପିଲାମାନେ ସ୍ୱେଚ୍ଛାକୃତ ଭାବେ ଟଙ୍କା ଆଦାୟ କରିବା ସହ କେକ ଆଣିଥିଲେ। ତେବେ ଏହାକୁ ଜଣେ ଶିକ୍ଷାର୍ଥୀଙ୍କ ଅଭିଭାବକ ବିରୋଧ କରିଥିଲେ। ଉକ୍ତ ଅଭିଭାବକ ଜଣଙ୍କ ହିନ୍ଦୁ ବାହିନୀକୁ ଖବର ଦେବା ସହ ସ୍କୁଲରେ ଖ୍ରୀଷ୍ଟଧର୍ମକୁ ପ୍ରୋତ୍ସାହିତ କରାଯାଉଥିବା କହିଥିଲେ।

ଖବର ପାଇ ହିନ୍ଦୁ ବାହିନୀର ସଦସ୍ୟ ସ୍କୁଲରେ ଧସେଇ ପଶି କେକ କଟାରେ ବିଭ୍ରାଟ ସୃଷ୍ଟି କରିଥିଲେ। ସ୍କୁଲ ମ୍ୟାନେଜମେଣ୍ଟକୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି।

ସାମ୍ନାକୁ ଆସିଥିବା ଭିଡିଓରେ ହିନ୍ଦୁ ବାହିନୀ ସଦସ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କୁ କାହିଁକି ହିନ୍ଦୁ ଧର୍ମର ପର୍ବ ପାଳନ କରାଯାଉ ନାହିଁ ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି। ଧସେଇ ପଶିଥିବା ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧମକ ଦେଉଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ସେ କହିଛନ୍ତି ଯେ “ଆମେ ସବୁ ନିଷ୍ପତ୍ତି ତୁମମାନଙ୍କ ଉପରେ ଛାଡ଼ୁଛୁ। ଯଦି ଆମେ ଏହାକୁ ଆମ ହାତକୁ ନେବୁ, ତା’ହେଲେ ପରିସ୍ଥିତି କିଛି ଭିନ୍ନ ହେବ। ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ।” ଏହି ଧମକ ସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷ ପୁଲିସ୍‌ରେ କୌଣସି ଅଭିଯୋଗ କରିବାକୁ ମନା କରିଦେଇଛନ୍ତି।

ପ୍ରଧାନ ଶିକ୍ଷୟିତ୍ରୀ ଆହୁରି କହିଛନ୍ତି, “ସେମାନେ ଆମକୁ ଅନେକ ପ୍ରକାରର କଥା କହିଛନ୍ତି। ସେମାନେ ସ୍କୁଲରେ ବଳପୂର୍ବକ ମା’ ସରସ୍ୱତୀଙ୍କ ଫଟୋ ଟାଙ୍ଗିବେ ବୋଲି କହିବା ସହ ଗଣେଷ ପୂଜା ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେ ଏଠାରେ ଧର୍ମାନ୍ତରୀକରଣ କରୁଛୁ ବୋଲି ମଧ୍ୟ ସେମାନେ ଆମ ଉପରେ ଅଭିଯୋଗ ଲଗାଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story