ଦିଲ୍ଲୀ ପରେ ଏହି ରାଜ୍ୟରେ ବୁଧବାର ଯାଏ ବନ୍ଦ ହେଲା ସ୍କୁଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ଏହାକୁ ଲାଗିଥିବା ରାଜ୍ୟ ଗୁଡ଼ିକରେ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ସପ୍ତାହେ ଯାଏ ସ୍କୁଲ ଗୁଡ଼ିକୁ ବନ୍ଦ କରିଥିବା ବେଳେ ଏବେ ସୀମାନ୍ତ ହରିଆଣାରେ ସମାନ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପାଇଁ ହରିଆଣା ସରକାର ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝାଜରରେ ଥିବା ସମସ୍ତ ସ୍କୁଲକୁ ଆସନ୍ତା ବୁଧବାର ଯାଏ ବନ୍ଦ ଘୋଷଣା କରିଛନ୍ତି। ଏହି ସବୁ ଜିଲ୍ଲାରେ ବାୟୁର ଗୁଣବତ୍ତା […]

Pollution

Pollution

Hemant Lenka
  • Published: Sunday, 14 November 2021
  • Updated: 14 November 2021, 07:08 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ଏହାକୁ ଲାଗିଥିବା ରାଜ୍ୟ ଗୁଡ଼ିକରେ ପ୍ରଦୂଷଣ ସ୍ଥିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ସ୍ଥିତିକୁ ଦେଖି ଦିଲ୍ଲୀ ସରକାର ସପ୍ତାହେ ଯାଏ ସ୍କୁଲ ଗୁଡ଼ିକୁ ବନ୍ଦ କରିଥିବା ବେଳେ ଏବେ ସୀମାନ୍ତ ହରିଆଣାରେ ସମାନ ପଦକ୍ଷେପ ନିଆଯାଇଛି।

ପ୍ରଦୂଷଣ ପାଇଁ ହରିଆଣା ସରକାର ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝାଜରରେ ଥିବା ସମସ୍ତ ସ୍କୁଲକୁ ଆସନ୍ତା ବୁଧବାର ଯାଏ ବନ୍ଦ ଘୋଷଣା କରିଛନ୍ତି। ଏହି ସବୁ ଜିଲ୍ଲାରେ ବାୟୁର ଗୁଣବତ୍ତା ଆଶ୍ଚର୍ଯ୍ୟଜନକ ହ୍ରାସ ପାଇଛି। ଦିନକୁ ଦିନ ପ୍ରଦୂଷଣ ବଢ଼ୁଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକ ବନ୍ଦ କରାଯାଇଥିବା ଜଣାପଡ଼ିଛି।

ସ୍କୁଲ ବନ୍ଦ ରହିବାକୁ ଥିଲେ ହେଁ ପିଲାମାନେ ଅନଲାଇନ କ୍ଲାସ କରିପାରିବେ। ଏବେ ପଞ୍ଜାବ ସମେତ ହରିଆଣାର ଏକାଧିକ ସ୍ଥାନରେ ନଡ଼ା ଜଳା ଯାଉଛି। ଏହି କାରଣରୁ ପ୍ରଦୂଷଣର ମାତ୍ରା ବଢ଼ିଛି। ସେହିପରି ଗାଡ଼ି ମୋଟରରୁ ବାହାରୁଥିବା ବିଷାକ୍ତ ଗ୍ୟାସ ବାୟୁମଣ୍ଡଳରେ ମିଶି ସ୍ଥିତିକୁ ଆହୁରି ଭୟଙ୍କର କରୁଛି।

ହରିଆଣା ସରକାର କେବଳ ସ୍କୁଲ ବନ୍ଦ କରି ନାହାନ୍ତି, ଉପରୋକ୍ତ ୪ ଜିଲ୍ଲାରେ ସମସ୍ତ ପ୍ରକାରର ନିର୍ମାଣ କାମ, ଚାଷୀଙ୍କ ନଡ଼ା ଜାଳିବା ଓ ପୌରପାଳିକାର ଅଳିଆ ଜାଳିବା ଆଦି କାମ ଉପରେ ମଧ୍ୟ ସଂପୂର୍ଣ୍ଣ ରୋକ ଲଗାଯାଇଛି। ହରିଆଣା ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ କହିଛି ରାସ୍ତା ଓଳାଇବା ଉପରେ ରୋକ ଲଗାଇଛି। ଏଥିସହ ରାସ୍ତାରେ ଧୂଳିକୁ ନିୟନ୍ତ୍ରଣ କରିବା ପାଇଁ ପାଣି ଛିଞ୍ଚନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି। ଦିଲ୍ଲୀ ଭଳି ସମସ୍ତ ସରକାରୀ ଓ ଘରୋଇ ଅଫିସର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନ ରାସ୍ତାରେ ଗାଡ଼ି ଚଳାଚଳର ମାତ୍ରାକୁ ୩୦% କମ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି।

ଅନ୍ୟପକ୍ଷରେ ହରିଆଣା ତୁଳନାରେ ଦିଲ୍ଲୀର ସ୍ଥିତି ଅଧିକ ସାଂଘାତିକ ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲ ସୋମବାର ଠାରୁ ଦିଲ୍ଲୀରେ ଥିବା ସବୁ ସ୍କୁଲ ଗୋଟିଏ ସପ୍ତାହ ପାଇଁ ବନ୍ଦ ରଖିବାକୁ କହିଛନ୍ତି। କିନ୍ତୁ ପିଲାମାନେ ଭିଡିଓ କନଫରେନ୍ସିଂ ଜରିଆରେ ଘରେ ରହି ପାଠପଢ଼ିପାରିବେ।

ଏହାଦ୍ୱାରା ପିଲାମାନେ ପ୍ରଦୂଷିତ ବାୟୁ ଗ୍ରହଣ କରିବାରୁ ରକ୍ଷା ପାଇପାରିବେ। ସେହିପରି ପ୍ରଦୂଷଣର ମାତ୍ରା କମ କରିବାକୁ ନିର୍ମାଣ କାମ ଉପରେ ରୋକ ଲଗା ଯାଇଛି। ଆସନ୍ତାକାଲି ଠାରୁ ୧୭ ତାରିଖ ଯାଏ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସମସ୍ତ ପ୍ରକାରର ନିର୍ମାଣ କାମ ବନ୍ଦ ରହିବ।

ଏହାବାଦ ସବୁ ସରକାରୀ ଅଫିସ ଗୋଟିଏ ସପ୍ତାହ ପାଇଁ ୧୦୦% କ୍ଷମତାର କର୍ମଚାରୀଙ୍କୁ ନେଇ ଘରୁ କାମ କରିବେ। ଘରୋଇ ଅଫିସଗୁଡ଼ିକ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ। ସେମାନଙ୍କୁ ଯଥା ସମ୍ଭବ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯିବ ବୋଲି କେଜ୍ରିୱାଲ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos