ଗଣେଶ ପୂଜା ପୂର୍ବରୁ ୧୦ ଦିନ ପାଇଁ ଲାଗିଲା ୧୪୪ ଧାରା

ମୁମ୍ବାଇ: ଆସନ୍ତାକାଲି ସମଗ୍ର ଦେଶରେ ପାଳନ ହେବ ଗଣେଶ ଚତୁର୍ଥୀ ବା ଗଣେଶ ପୂଜା। ତେବେ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୁମ୍ବାଇରେ ପୁଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ସେପ୍ଟେମ୍ବର ୧୦ରୁ ୧୯ ତାରିଖ ଯାଏ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବ। ୧୪୪ ଧାରା ଲାଗିଥିବାରୁ ଗୋଟିଏ ସ୍ଥାନରେ ୫ କିମ୍ବା ତା’ ଠାରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସେହିପରି […]

Ganesh-Puja

Ganesh-Puja

Hemant Lenka
  • Published: Thursday, 09 September 2021
  • Updated: 09 September 2021, 08:58 PM IST

Sports

Latest News

ମୁମ୍ବାଇ: ଆସନ୍ତାକାଲି ସମଗ୍ର ଦେଶରେ ପାଳନ ହେବ ଗଣେଶ ଚତୁର୍ଥୀ ବା ଗଣେଶ ପୂଜା। ତେବେ ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ମୁମ୍ବାଇରେ ପୁଲିସ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ସେପ୍ଟେମ୍ବର ୧୦ରୁ ୧୯ ତାରିଖ ଯାଏ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଏହି ନିୟମ ବଳବତ୍ତର ରହିବ।

୧୪୪ ଧାରା ଲାଗିଥିବାରୁ ଗୋଟିଏ ସ୍ଥାନରେ ୫ କିମ୍ବା ତା’ ଠାରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସେହିପରି ଗଶେଶ ଚତୁର୍ଥୀ ବେଳେ ଶ୍ରଦ୍ଧାଳୁମାନେ କୌଣସି ପେଣ୍ଡାଲ ବୁଲିବାକୁ ଯାଇ ପାରିବେ ନାହିଁ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ୍‌ ଫୋର୍ସ ମୁତୟନ ହେବେ। ଶ୍ରଦ୍ଧାଳୁମାନେ ଅନଲାଇନ କିମ୍ବା ଗଣମାଧ୍ୟମ ଜରିଆରେ ପ୍ରତିମୂର୍ତ୍ତିକୁ ଦର୍ଶନ କରିପାରିବେ।

ମୁମ୍ବାଇର ଗଣେଶ ପୂଜା ସବୁଠାରୁ ବଡ଼ ପର୍ବ। ପୂଜା ଠାରୁ ଏହା ଶୋଭାଯାତ୍ରା ସବୁଠାରୁ ଅଧିକ ଆକର୍ଷଣୀୟ ହୋଇଥାଏ। କିନ୍ତୁ ପୂର୍ବବର୍ଷ ଭଳି ଏଥର ମଧ୍ୟ ଭିଡ଼କୁ ନିୟନ୍ତ୍ରଣ ପାଇଁ ପ୍ରତିମୂର୍ତ୍ତି ବସର୍ଜନ ବେଳେ କୌଣସି ପ୍ରକାରର ଶୋଭାଯାତ୍ରା ହୋଇ ପାରିବ ନାହିଁ।

ପୁଲିସ୍‌ ପ୍ରଶାସନ ଶୋଭାଯାତ୍ରା କରିବାକୁ କାହାକୁ ବି ଅନୁମତି ଦେଇନାହିଁ। ତେବେ ବିଭିନ୍ନ ମଣ୍ଡପରେ ନୀତିକାନ୍ତି ସହ ଗଣେଶ ପୂଜା ହେବ। ଏଠାରେ କେବଳ କର୍ତ୍ତା ଓ ପୂଜକଙ୍କୁ ଛାଡ଼ି କିଛି ହାତ ଗଣତି ଲୋକ ରହିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos