Advertisment

ରାତି ପାହିଲେ ମମତାଙ୍କ ଭାଗ୍ୟ ପରୀକ୍ଷା, ଅତିରିକ୍ତ ସୁରକ୍ଷାବଳ ମୁତୟନ

କୋଲକାତା: ରାତି ପାହିଲେ ପଶ୍ଚିମବଙ୍ଗର ହାଇଭୋଲଟେଜ ଭବାନୀପୁର ଉପ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ। ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିବା ବେଳେ ଅନ୍ୟପଟେ ରହିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତେବ୍ରିୱାଲ। ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଏହି ଆସନରେ ମମତାଙ୍କୁ ଯେମିତି ହେଲେ ଜିତିବାକୁ ପଡ଼ିବ। କାରଣ ଏପ୍ରିଲ-ମେ ମାସରେ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମମତା ନନ୍ଦିଗ୍ରାମରୁ ପରାସ୍ତ ହୋଇଛନ୍ତି। ପରାଜୟ ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ […]

author-image
Hemant Lenka
ଅଦ୍ୟତନ ହୋଇଛି
ରାତି ପାହିଲେ ମମତାଙ୍କ ଭାଗ୍ୟ ପରୀକ୍ଷା, ଅତିରିକ୍ତ ସୁରକ୍ଷାବଳ ମୁତୟନ

Bypool

କୋଲକାତା: ରାତି ପାହିଲେ ପଶ୍ଚିମବଙ୍ଗର ହାଇଭୋଲଟେଜ ଭବାନୀପୁର ଉପ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ। ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଥିବା ବେଳେ ଅନ୍ୟପଟେ ରହିଛନ୍ତି ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତେବ୍ରିୱାଲ। ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାକୁ ହେଲେ ଏହି ଆସନରେ ମମତାଙ୍କୁ ଯେମିତି ହେଲେ ଜିତିବାକୁ ପଡ଼ିବ।

Advertisment

କାରଣ ଏପ୍ରିଲ-ମେ ମାସରେ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ମମତା ନନ୍ଦିଗ୍ରାମରୁ ପରାସ୍ତ ହୋଇଛନ୍ତି। ପରାଜୟ ସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେଣୁ ୬ ମାସ ମଧ୍ୟରେ ତାଙ୍କୁ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ। ଏଥିପାଇଁ ସେ ଭବାନୀପୁର ଆସନରୁ ଉପ ନିର୍ବାଚନ ଲଢ଼ୁଛନ୍ତି।

ଅନ୍ୟପକ୍ଷରେ ମତଦାନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଭବାନୀପୁରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରେ ଅତିରିକ୍ତ ୨୦ କମ୍ପାନୀ କେନ୍ଦ୍ରୀୟ ଆର୍ମଡ ପୁଲିସ ଫୋର୍ସ(ସିଏପିଏଫ) ମୁତୟନ ହେବେ। ଭବାନୀପୁର ବ୍ୟତୀତ ଆସନ୍ତାକାଲି ପଶ୍ଚିମବଙ୍ଗର ସମସେରଗଞ୍ଜ ଓ ଜଙ୍ଗିପୁରରେ ମଧ୍ୟ ଭୋଟିଂ ହେବ।

Advertisment

ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ଅତିରିକ୍ତ ସିଏପିଏଫ ଯବାନଙ୍କୁ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି। ସିଏପିଏଫ ବ୍ୟତୀତ ସମସ୍ତ ୩ ନିର୍ବାଚନ ମଣ୍ଡଳରେ ୫୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ। ମତଦାନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ସିଆରପିଏଫ, ବିଏସ୍‌ଏଫ, ଏସଏସବି, ସିଆଇଏସଏଫ ଓ ଆଇଟିବିପି ଯବାନଙ୍କୁ ଦାୟିତ୍ୱ ଦିଆଯାଇଛି।

ପୋଲିଂ ବୁଥ ବାହାରେ ସୁରକ୍ଷା ଦାୟିତ୍ୱ କୋଲକାତା ପୁଲିସ୍‌ ହାତରେ ଥିବା ବେଳେ ଭବାନୀପୁରର ୯୭ ପୋଲିଂ କେନ୍ଦ୍ରର ୨୮୭ ବୁଥ ଭିତରେ କେନ୍ଦ୍ରୀୟ ସୁରକ୍ଷାବଳର ଯବାନମାନେ ରହିବେ। ଇଭିଏମଗୁଡ଼ିକର ସୁରକ୍ଷା ପାଇଁ ୧୪୧ଟି ସ୍ୱତନ୍ତ୍ର ଏର୍ସ୍କଟ ଗାଡ଼ିର ବ୍ୟବସ୍ଥା ହୋଇଛି।

ଲର୍ଡ ସିହ୍ନା ରୋଡରେ ଥିବା ସଖୱାତ ସ୍ମାରକୀ ସରକାରୀ ବାଳିକା ବିଦ୍ୟାଳୟରେ ଇଭିଏମ୍‌କୁ ସୁରକ୍ଷିତ ଭାବେ ରଖିବା ପାଇଁ ଦୁଇଟି ଷ୍ଟ୍ରଙ୍ଗରୁମର ବ୍ୟବସ୍ଥା କରାଯାଇଛି। ମତଦାନ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ଭବାନୀପୁରରେ ୧୪୪ ଧାରା ଲାଗୁ କରାଯାଇଛି। ଏହା ମତଦାନ ଶେଷ ହେବା ଯାଏ ବଳବତ୍ତର ରହିବ।