ବିଜେପି ନେତାଙ୍କ କାରକୁ ଆକ୍ରମଣ କରିବାରୁ ଚାଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଚଣ୍ଡିଗଡ଼: ବିଜେପି ନେତାଙ୍କ କାର ଉପରେ ଆକ୍ରମଣ କରିବା ଦେଶଦ୍ରୋହ। ଏକଥା ଆମେ କହୁନୁ ବରଂ ହରିଆଣା ପୁଲିସ୍‌ ୧୦୦ରୁ ଅଧିକ ଚାଷୀଙ୍କ ଉପରେ ଲଗାଥିବା ମାମଲା ଏକଥାକୁ ବୟାନ କରୁଛି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ରବିବାର ବିଜେପି ନେତା ତଥା ହରିଆଣା ବିଧାନସଭାର ଉପ ବାଚସ୍ପତିଙ୍କ କାର୍‌ ଉପରେ ଆକ୍ରମଣ କରିଥିଲେ। ଏଥିପାଇଁ ପୁଲିସ୍‌ ୧୦୦ରୁ ଅଧିକ ଚାଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି। ସୂଚନା ଅନୁସାରେ, ଚାଷୀମାନ ରାଜ୍ୟ […]

Farmer

Farmer

Hemant Lenka
  • Published: Thursday, 15 July 2021
  • Updated: 15 July 2021, 03:44 PM IST

Sports

Latest News

ଚଣ୍ଡିଗଡ଼: ବିଜେପି ନେତାଙ୍କ କାର ଉପରେ ଆକ୍ରମଣ କରିବା ଦେଶଦ୍ରୋହ। ଏକଥା ଆମେ କହୁନୁ ବରଂ ହରିଆଣା ପୁଲିସ୍‌ ୧୦୦ରୁ ଅଧିକ ଚାଷୀଙ୍କ ଉପରେ ଲଗାଥିବା ମାମଲା ଏକଥାକୁ ବୟାନ କରୁଛି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ରବିବାର ବିଜେପି ନେତା ତଥା ହରିଆଣା ବିଧାନସଭାର ଉପ ବାଚସ୍ପତିଙ୍କ କାର୍‌ ଉପରେ ଆକ୍ରମଣ କରିଥିଲେ। ଏଥିପାଇଁ ପୁଲିସ୍‌ ୧୦୦ରୁ ଅଧିକ ଚାଷୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ, ଚାଷୀମାନ ରାଜ୍ୟ ସରକାର ଓ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏହି ସମୟରେ ଉପ ବାଚସ୍ପତି ରଣବୀର ଗଙ୍ଗୱାଙ୍କ କାରକୁ କିଛି ବକ୍ଷୋଭକାରୀ ଆକ୍ରମଣ କରିଥିଲେ। ହରିଆଣାର ସିର୍ସା ଠାରେ ଜୁଲାଇ ୧୧ରେ ଏହି ଘଟଣା ଘଟିଥିଲା।

ସେହିଦିନ ହିଁ ପୁଲିସ୍‌ ଚାଷୀଙ୍କ ବିରୋଧରେ ଏଫଆଇଆର କରିଥିଲା। ଚାଷୀଙ୍କ ବିରୋଧରେ କେବଳ ଦେଶଦ୍ରୋହ ମାମଲା ନୁହେଁ, ବରଂ ହତ୍ୟା ପାଇଁ ଉଦ୍ୟମ ଦଫା ମଧ୍ୟ ଲଗା ଯାଇଛି। ଏଫଆଇଆରରେ ଦୁଇ ଚାଷୀ ନେତା ହରଚରଣ ସିଂହ ଓ ପ୍ରହ୍ଲାଦ ସିଂହଙ୍କ ନାଁ ରହିଛି।

ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଚାଷୀମାନଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛି। ମୋର୍ଚ୍ଚା କହିଛି ଯେ ହରଚରଣ ସିଂହ ଓ ପ୍ରହ୍ଲାଦ ସିଂହଙ୍କ ସେମତ ପ୍ରାୟ ୧୦୦ ଜଣ ଚାଷୀଙ୍କୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି।

Farmers Protest, Sedition Case: 100 Farmers Face Sedition Case After  Allegedly Attacking BJP Leader's Car

ସେମାନଙ୍କ ନାଁରେ ଦେଶଦ୍ରୋହ ମାମଲା କରାଯାଇଛି। ସେମାନେ ସିର୍ସାରେ ହରିଆଣାର ଉପ ବାଚସ୍ପତିଙ୍କୁ ବିରୋଧ କରିବାରୁ ସେମାନଙ୍କ ନାଁରେ ଏପରି ଦଫା ଲଗାଯାଇଛି। ଚାଷୀ ବିରୋଧୀ ବିଜେପି ସରକାର ନିର୍ଦ୍ଦେଶରେ ଏପରି ମମାଲା କରାଯାଇଛି। ଏହାକୁ ଆମେ ବିରୋଧ କରି କୋର୍ଟରେ ଲଢ଼େଇ କରିବୁ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos