ଅଡ଼ୁଆରେ ବିଜେପି ସରକାର: ଠିକାଦାରଙ୍କ ପରେ ମଠ ମହନ୍ତ ଆଣିଲେ କମିସନ ଅଭିଯୋଗ

ବେଙ୍ଗାଲୁରୁ: ରାଜ୍ୟରେ ଥିବା ମଠଗୁଡ଼ିକର ବିକାଶ ଓ କଲ୍ୟାଣ ପାଇଁ ଆସୁଥିବା ଅନୁଦାନରୁ କର୍ଣ୍ଣାଟକାର କ୍ଷମତାସୀନ ବିଜେପି ସରକାର ୩୦% କମିସିନ ନେଉଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ଲିଙ୍ଗାୟତ ମହନ୍ତ ବା ଧର୍ମଗୁରୁ। ଏହାପୂର୍ବରୁ ବିଭିନ୍ନ ପ୍ରକାରର ବିକାଶମୂଳକ କାମ ପାଇଁ ରାଜ୍ୟର ବିଜେପି ସରକାର କମିସିନ ମାଗୁଥିବା ଜଣେ ଠିକାଦାର କହିଥିଲେ। ଏପରି କି ସେ ରାଜ୍ୟର ମନ୍ତ୍ରୀ ଥିବା କେଏସ୍‌ ଈଶ୍ୱରପ୍ପାଙ୍କୁ ସିଧାସଳଖ ଦାୟୀ କରି ଆତ୍ମହତ୍ୟା କରିଥିଲେ। ଠିକାଦାରଙ୍କ ଆତ୍ମହତ୍ୟା […]

BJP

BJP

Hemant Lenka
  • Published: Monday, 18 April 2022
  • Updated: 19 April 2022, 11:03 AM IST

Sports

Latest News

ବେଙ୍ଗାଲୁରୁ: ରାଜ୍ୟରେ ଥିବା ମଠଗୁଡ଼ିକର ବିକାଶ ଓ କଲ୍ୟାଣ ପାଇଁ ଆସୁଥିବା ଅନୁଦାନରୁ କର୍ଣ୍ଣାଟକାର କ୍ଷମତାସୀନ ବିଜେପି ସରକାର ୩୦% କମିସିନ ନେଉଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ଲିଙ୍ଗାୟତ ମହନ୍ତ ବା ଧର୍ମଗୁରୁ। ଏହାପୂର୍ବରୁ ବିଭିନ୍ନ ପ୍ରକାରର ବିକାଶମୂଳକ କାମ ପାଇଁ ରାଜ୍ୟର ବିଜେପି ସରକାର କମିସିନ ମାଗୁଥିବା ଜଣେ ଠିକାଦାର କହିଥିଲେ। ଏପରି କି ସେ ରାଜ୍ୟର ମନ୍ତ୍ରୀ ଥିବା କେଏସ୍‌ ଈଶ୍ୱରପ୍ପାଙ୍କୁ ସିଧାସଳଖ ଦାୟୀ କରି ଆତ୍ମହତ୍ୟା କରିଥିଲେ। ଠିକାଦାରଙ୍କ ଆତ୍ମହତ୍ୟା ପରେ ମନ୍ତ୍ରୀ ଈଶରପ୍ପା ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି। ଏସବୁ ଭିତରେ ମଠର ମହନ୍ତ କମିସିନର ଅଭଯୋଗ ଆଣିବାରୁ ବିଜେପି ସରକାରର ଅଡ଼ୁଆ ଆହୁରି ବଢ଼ିଛି।

ମଠ ମହନ୍ତଙ୍କ ଏହି କମିସିନ ଅଭଯୋଗକୁ ବେଶ ଗୁରୁତ୍ୱର ସହ ନିଆଯାଇଛି ଓ ଘଟଣାର ମୂଳକୁ ଯାଇ ତଦନ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ କହିଛନ୍ତି।

ଲିଙ୍ଗାୟତ ନେତା ବିଏସ୍‌ ୟେଦ୍ଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଦିଙ୍ଗଲେଶ୍ୱର ସ୍ୱାମୀ ୨୪ରୁ ଅଧିକ ସାଧୁଙ୍କୁ ସାଙ୍ଗରେ ନେଇ ତାଙ୍କ ସପକ୍ଷରେ ବାହାରିଥିଲେ। ବିଜେପି ହାଇକମାଣ୍ଡଙ୍କ ଆଗରେ ୟେଦ୍ଦ୍ୟୁରପ୍ପାଙ୍କ ପାଇଁ ସେମାନେ ଶକ୍ତି ମଧ୍ୟ ପ୍ରଦର୍ଶନ କରିଥିଲେ। ଏପରି କି ୟେଦ୍ଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମଧ୍ୟ ସେ ବିଜେପି ହାଇକମାଣ୍ଡଙ୍କୁ ଧମକ ଦେବାକୁ ପଛାଇ ନଥିଲେ।

ହେଲେ ଏବେ ସେ ଖୋଦ କ୍ଷମତାସୀନ ବିଜେପି ସରକାର ବିରୋଧରେ ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି। ଦିଙ୍ଗଲେଶ୍ୱର ସ୍ୱାମୀ କହିଛନ୍ତି, “ଆମେ ଭଲ ଭାବେ କମିସିନ ସ୍କାମ କଥା ଜାଣିଛୁ। ଯେତେବେଳେ ବି କୌଣସି ଅନୁଦାନ ମଠଗୁଡ଼ିକ ପାଇଁ ରିଲିଜ କରାଯାଇ ଥାଏ, ତା’ ମଧ୍ୟରୁ ସରକାର ୩୦% ଅର୍ଥ କମିସିନ ଆକାରରେ ଆଦାୟ କରନ୍ତି। କମିସିନ ନଥିଲେ କୌଣସି କାମ ହୁଏ ନାହିଁ। ସରକାରୀ ଅଧିକାରୀମାନେ କମିସିନ ଅର୍ଥ ନ କାଟିଲେ, ଅନୁଦାନ ରିଲିଜ୍‌ କରିବାକୁ ମନା କରିଦିଅନ୍ତି। ବିନା କମିସିନରେ ମଠ ଗୁଡ଼ିକର ବିକାଶ ଓ କଲ୍ୟାଣ ପାଇଁ କୌଣସି ପ୍ରକାରର ଅନୁଦାନ ଦିଆଯାଏ ନାହିଁ।” ମଠ ମହନ୍ତଙ୍କ ଏପରି ଅଭିଯୋଗକୁ ନେଇ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।

ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, “ସେ ଜଣେ ମହାନ ସ୍ୱାମୀଜୀ। ତାଙ୍କୁ ରାଜ୍ୟରେ ସମସ୍ତେ ଜାଣିଛନ୍ତି। ମୁଁ କେବଳ ତାଙ୍କୁ କମିସିନ କିଏ ନେଇଛନ୍ତି, ତା’ର ପ୍ରମାଣ ବେଶ ବିନମ୍ରତାର ସହ ଦେବାକୁ ଅନୁରୋଧ କରୁଛି। କେଉଁ ଉଦ୍ଦେଶ୍ୟରେ ସେ ଅର୍ଥ ଦେଇଥିଲେ ଓ କାହାକୁ ଦେଇଥିଲେ, ସେକଥା ସେ ଜଣାଇପାରିବେ। ଆମେ ନିଶ୍ଚିତ ଭାବେ ଏହାର ତଦନ୍ତ କରିବୁ ଓ ପୂରା ଘଟଣାର ମୂଳରେ ପହଞ୍ଚିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos