ଉଦ୍ଧବଙ୍କ ଉପରେ ବଢ଼ିଲା ଚାପ, ସାଂସଦ କହିଲେ ବିଜେପି ସହ ହାତ ମିଳାନ୍ତୁ

ମୁମ୍ବାଇ: ବିଧାୟକଙ୍କ ପରେ ଏବେ ସାଂସଦମାନେ ଶିବସେନା ସୁପ୍ରିମ ଉଦ୍ଧବ ଠାକରେଙ୍କ ଉପରେ ଚାପ ପକାଇବା ଆରମ୍ଭ କଲେଣି। କଂଗ୍ରେସ ଓ ଏନସିପି ସହ ଶିବସେନା ଗଠନ କରିଥିବା ମହା ବିକାଶ ଅଘାଡିରୁ ଉଦ୍ଧବ ଠାକରେ ଦୂରେଇ ଯାଇ ବିଜେପି ସହ ହାତ ମିଳାନ୍ତୁ ବୋଲି ଦଳର ନାଶିକ ସାଂସଦ ହେମନ୍ତ ଗଡସେ କହିଛନ୍ତି। ଏହାପୂର୍ବରୁ ସମାନ ଦାବି କରି ଶିବସେନା ୪୦ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ହାତ ଛାଡ଼ିଥିଲେ। ସେମାନଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ […]

Uddhav

Uddhav

Hemant Lenka
  • Published: Wednesday, 13 July 2022
  • Updated: 13 July 2022, 04:28 PM IST

Sports

Latest News

ମୁମ୍ବାଇ: ବିଧାୟକଙ୍କ ପରେ ଏବେ ସାଂସଦମାନେ ଶିବସେନା ସୁପ୍ରିମ ଉଦ୍ଧବ ଠାକରେଙ୍କ ଉପରେ ଚାପ ପକାଇବା ଆରମ୍ଭ କଲେଣି। କଂଗ୍ରେସ ଓ ଏନସିପି ସହ ଶିବସେନା ଗଠନ କରିଥିବା ମହା ବିକାଶ ଅଘାଡିରୁ ଉଦ୍ଧବ ଠାକରେ ଦୂରେଇ ଯାଇ ବିଜେପି ସହ ହାତ ମିଳାନ୍ତୁ ବୋଲି ଦଳର ନାଶିକ ସାଂସଦ ହେମନ୍ତ ଗଡସେ କହିଛନ୍ତି।

ଏହାପୂର୍ବରୁ ସମାନ ଦାବି କରି ଶିବସେନା ୪୦ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ହାତ ଛାଡ଼ିଥିଲେ। ସେମାନଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଗଠନ କରିଥିବା ମହା ବିକାଶ ଅଘାଡି ସରକାର ମଧ୍ୟ ଭାଙ୍ଗି ଯାଇଥିଲା। ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଦ୍ରୋହୀ ବିଧାୟକମାନେ ବିଜେପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଏହାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ନାଶିକର ଶିବସେନା ସାଂସଦ ହେମନ୍ତଙ୍କ ଦାବି ନୂଆ ଟ୍ୱିଷ୍ଟ ଆଣିଛି।

ହେମନ୍ତଙ୍କ କହିଛନ୍ତି, ଶିବସେନାର ପ୍ରକୃତ ସହଯୋଗୀ ହେଉଛି ବିଜେପି। ଏହା ମହା ବିକାଶ ଅଘାଡି ଭଳି ଅପ୍ରାକୃତିକ ମେଣ୍ଟ ନୁହେଁ। ତେଣୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କୁ ସେ ପୁଣିଥରେ ବିଜେପି ସହ ମେଣ୍ଟ କରିବାକୁ ନିବେଦନ କରିଛନ୍ତି। ସେହିପରି ଶିବସେନା ପକ୍ଷରୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିକାଶମୂଳକ କାମକୁ ଏନସିପି ଅଟକାଉଥିବା ମଧ୍ୟ ହେମନ୍ତ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ସେନା-ବିଜେପି ହେଉଛନ୍ତି ପ୍ରକୃତ ସହଯୋଗୀ। ସେନା ପାରମ୍ପରିକ ଭାବେ ଏନସିପି ସହ ତୃଣମୂଳ ସ୍ତରରେ ଲଢ଼େଇ କରି ଆସିଛି। ଦଶନ୍ଧିର ଧରି ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତା କେବେ ହେଲେ ୫ ବର୍ଷରେ ଶେଷ ହେବନି। ଆମେ ଯଦି ମହା ବିକାଶ ଅଘାଡି ମେଣ୍ଟରେ ରହିବା, ତା’ହେଲେ ସେନାର ପ୍ରାର୍ଥୀମାନେ କ’ଣ କରିବେ? ଏହା ହିଁ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ପ୍ରଶ୍ନ। ତେଣୁ ଉଦ୍ଧବ ଠାକେରେ ବିଜେପି ସହ ମେଣ୍ଟ କରନ୍ତୁ କିମ୍ବା ଏକନାଥ ସିନ୍ଦେ ଯଦି ଦଳକୁ ଫେରିବାକୁ ଚାହୁଁଛନ୍ତି, ତା’ହେଲେ ତାଙ୍କୁ ସମ୍ମାନର ସହ ଗ୍ରହଣ କରିନିଅନ୍ତୁ।”

ତେବେ ଏନେଇ ଉଦ୍ଧବ ଠାକରେ କିମ୍ବା ଶିବସେନାର ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ଏଯାଏ ପ୍ରକାଶ ପାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos