ନେହରୁ ଜୟନ୍ତୀ ପାଇଁ ସଂସଦଙ୍କୁ ଆସିଲେନି ବାଚସ୍ପତି, ଉପ ରାଷ୍ଟ୍ରପତି ଓ ବରିଷ୍ଠ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ଭଳି ଏଥର ମଧ୍ୟ ସଂସଦରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ଦେଶର ବରିଷ୍ଠ ମନ୍ତ୍ରୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରମୁ ଯୋଗଦେଇ ନାହାନ୍ତି। ଏହାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ପ୍ରତିବର୍ଷ ନଭେମ୍ବର ୧୪ରେ ନେହରୁ ଜୟନ୍ତୀ ପାଳନ ହୁଏ। ଏହି ଅବସରରେ ସଂସଦର ସେଣ୍ଟ୍ରାଲ […]

Nehur

Nehur

Hemant Lenka
  • Published: Sunday, 14 November 2021
  • Updated: 14 November 2021, 04:56 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିବର୍ଷ ଭଳି ଏଥର ମଧ୍ୟ ସଂସଦରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ଦେଶର ବରିଷ୍ଠ ମନ୍ତ୍ରୀ, ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରମୁ ଯୋଗଦେଇ ନାହାନ୍ତି। ଏହାକୁ ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି।

ପ୍ରତିବର୍ଷ ନଭେମ୍ବର ୧୪ରେ ନେହରୁ ଜୟନ୍ତୀ ପାଳନ ହୁଏ। ଏହି ଅବସରରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଥିବା ପଣ୍ଡିତ ନେହରଙ୍କୁ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥାଏ। ପ୍ରୋଟକଲ ଅନୁଯାୟୀ, ଉପ ରାଷ୍ଟ୍ରପତି, ବାଚସ୍ପତି ଓ ବରିଷ୍ଠ ମନ୍ତ୍ରୀମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। ହେଲେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି।

ଏହି ଘଟଣାକୁ ନେଇ ରାଜ୍ୟସଭାରେ କଂଗ୍ରେସର ମୁଖ୍ୟ ସଚେତକ ଥିବା ଜୟରାମ ରମେଶ ଟ୍ୱିଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଯାହାଙ୍କ ଫଟୋ ସେଣ୍ଟ୍ରାଲ ହଲ୍‌କୁ ସୁଶୋଭିତ କରୁଛି, ତାଙ୍କ ଜୟନ୍ତୀ ପାଇଁ ଆୟୋଜିତ ପାରମ୍ପରିକ କାର୍ଯ୍ୟକ୍ରମରେ ଆଜି ସଂସଦରେ ଅସାଧାରଣ ଦୃଶ୍ୟ ଦେଖିବାକୁ ମିଳିଛି। ଲୋକସଭା ବାଚସ୍ପତି ଅନୁପସ୍ଥିତ ଥିଲେ। ରାଜ୍ୟସଭା ଅଧ୍ୟକ୍ଷ ଅନୁପସ୍ଥିତ ଥିଲେ। ଜଣେ ହେଲେ ବି ବରିଷ୍ଠ ମନ୍ତ୍ରୀ ଆସି ନଥିଲେ। ଏହା ଠାରୁ ଅଧିକ ନୃଶଂସ କିଛି ହୋଇ ନପାରେ?”


ଅନ୍ୟ ବିରୋଧୀ ଦଳର ନେତାମାନେ ମଧ୍ୟ ଏପରି ଘଟଣାକୁ ନିନ୍ଦା କରିଛନ୍ତି। ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ଡେରେକ ଓବ୍ରାଏନ କହିଛନ୍ତି, “ମୋତେ ଏବେ କିଛି ବି ଆଶ୍ଚର୍ଯ୍ୟ ଚକିତ କରୁନି। ଏ ସରକାର ଗୋଟିଏ ଦିନରେ ଓ ଗୋଟିଏ ସମୟରେ ସଂସଦ ସମେତ ଭାରତର ମହାନ ପ୍ରତିଷ୍ଠାନଗୁଡ଼ିକୁ ନଷ୍ଟ କରି ଚାଲିଛି।”

ସୂଚନାଯୋଗ୍ୟ, ଆଜି ସକାଳେ ଆୟୋଜିତ କାର୍ଯ୍ୟକ୍ରମରେ ଏମଏସ୍‌ଏମଇର ରାଷ୍ଟ୍ରମନ୍ତ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଯୋଗଦେଇଥିଲେ। ତାଙ୍କ ବ୍ୟତୀତ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି, ରାଜ୍ୟସଭାର କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ, ସାଂସଦ ଆନ୍ଦ ଶର୍ମା ଓ ଆଉ କିଛି ନେତା ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos